ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

Watch Video: ମମତା ବାନାର୍ଜୀଙ୍କ ଅଭିଯୋଗ, ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବିଜେପି

Published By : Tapas Panda | February 27, 2025 6:44 PM

Image Courtesy: indiatvnews

କୋଲକାତା: ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବିଜେପିର ବିଜୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନକଲି ଭୋଟରଙ୍କ ସହୟତାରେ ବିଜେପିର ନିର୍ବାଚନ ଜିତିଛି ବୋଲି ସେ ଅଭିଯୋଗ କରିଛନ୍ତି । ହରିୟାଣା ଏବଂ ଗୁଜରାଟରୁ ଲୋକଙ୍କୁ ଆଣି ବିଜେପି ଭୋଟ ସଂଖ୍ୟା ବଢ଼ାଇଛି ଏବଂ ନିର୍ବାଚନରେ ବିଜୟୀ ହୋଇଛି ବୋଲି ମମତା ଦାବି କରିଛନ୍ତି । 

ଟିଏମସି ସୁପ୍ରିମୋ ନେତାଜୀ ହଲରେ ଆୟୋଜିତ ଏକ ଦଳୀୟ ବୈଠକରେ କହିଛନ୍ତି, ନିର୍ବାଚନ କମିଶନ ଯେପର୍ଯ୍ୟନ୍ତ ନିରପେକ୍ଷ ନହେବ ସେପର୍ଯ୍ୟନ୍ତ ମୁକ୍ତ ଏବଂ ଅବାଧ ନିର୍ବାଚନ ହୋଇପାରବି ନାହିଁ । ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ଭାରତୀୟ ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି, ‘ଆମେ ବିଜେପି ସହାୟତାରେ ପଞ୍ଜୀକୃତ ନକଲି ଭୋଟରଙ୍କୁ ଚିହ୍ନଟ କରିବୁ, ବାହାର ଲୋକଙ୍କୁ ବେଙ୍ଗଲ ଦଖଲ କରିବାକୁ ଦେବୁ ନାହିଁ ।’




ଅନ୍ୟପଟେ, ଟିଏମସି ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ସହ ମତଭେଦ ଥିବା ନେଇ ଦାବିକୁ ତାଙ୍କ ପୁତୁରା ଓ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଖଣ୍ଡନ କରିଛନ୍ତି । ଏହା ସହ ମମତାଙ୍କ ପ୍ରତି ଥିବା ତାଙ୍କର ଆନୁଗତ୍ୟ ସଂପର୍କରେ କହିଛନ୍ତି । ସେ କହିଛନ୍ତି, ‘ମୁଁ ଟିଏମସିର ଜଣେ ବିଶ୍ୱସ୍ତ ସୈନିକ ଏବଂ ମୋର ନେତା ହେଉଛନ୍ତି ମମତା ବାନାର୍ଜୀ ।’

ବିଜେପିକୁ ଯାଇପାରନ୍ତି ବୋଲି କଳ୍ପନାଜଳ୍ପନାକୁ ଖାରଜ କରି ସେ କହିଛନ୍ତି, ‘ଯେଉଁମାନେ କହୁଛନ୍ତି ଯେ ମୁଁ ବିଜେପିରେ ଯୋଗ ଦେଉଛି ସେମାନେ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ମୁଁ ସେହି ଲୋକମାନଙ୍କୁ ଜାଣେ ଯେଉଁମାନେ ଏପରି ମିଥ୍ୟା ଖବର ପ୍ରସାର କରୁଛନ୍ତି । ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନେ ଜାଣିଶୁଣି ଅପପ୍ରଚାର କରୁଛନ୍ତି ।’ ସେପଟେ ଦଳ ଭିତରେ ଥିବା ବିଶ୍ବାସଘାତକଙ୍କ ପର୍ଦ୍ଦାଫାସ କରିବେ ବୋଲି  ଡାଇମଣ୍ଡ ହାର୍ବର ସାଂସଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.