ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବ୍ୟବସାୟରେ ବିପ୍ଳବ ଆଣିଥିବା ଅରବପତି କନ୍ୟାରତ୍ନ; ପାରିବାରିକ ବ୍ୟବସାୟକୁ ଦେଇଛନ୍ତି ପୁନଃ ଆକାର

Published By : Anindita Ratha | June 10, 2025 3:33 PM

ଦେଶର ଅରବପତି କନ୍ୟାରତ୍ନମାନେ କେବଳ ଉତ୍ତରାଧୀକାରୀ ଭାବେ ସମ୍ପତ୍ତି ହାସଲ କରୁନାହାନ୍ତି। ବରଂ ପାରିବାରିକ ବ୍ୟବସାୟକୁ ପୁନଃ ଆକାର ଦେଉଛନ୍ତି, ଆଉ ଏହାକୁ ନୂଆ ଶିଖରରେ ବି ପହଞ୍ଚାଉଛନ୍ତି । ଟେକ୍ନୋଲୋଜିଠାରୁ ଆରମ୍ଭ କରି ରିଟେଲ୍‌ ପର୍ଯ୍ୟନ୍ତ ସେମାନେ ନବସୃଜନକୁ ଅଗ୍ରାଧିକାର ଦେଇ ପାରିବାରିକ ବିରାସତକୁ ଆଗକୁ କରାଉଛନ୍ତି ଅଗ୍ରସର  । ଈଶା ଅମ୍ବାନି ଏବଂ ରୋଶ୍‌ନୀ ନାଦାରଙ୍କ ନେତୃତ୍ୱ ଆଜି ଭବିଷ୍ୟତର ଉଦ୍ୟୋଗୀମାନଙ୍କ ପାଇଁ ପ୍ରେରଣା । ଆସନ୍ତୁ ନଜର ପକାଇବା ବ୍ୟବସାୟରେ ବିପ୍ଳବ ଆଣିଥିବା ଦେଶର କେତେ ଜଣ ଅରବପତି କନ୍ୟାରତ୍ନଙ୍କ ଉପରେ...

ରୋଶନୀ ନାଦାର:

ଭାରତରେ ଏକ ପବ୍ଲିକ୍‌ ଲିଷ୍ଟେଡ୍‌ ଆଇଟି କମ୍ପାନିର ପ୍ରଥମ ମହିଳା ସିଇଓ ଭାବେ ରୋଶ୍‌ନୀ ନାଦାର ମଲ୍‌ହୋତ୍ରା ଏଚ୍‌ସିଏଲ୍‌ ଟେକ୍ନୋଲୋଜିଜ୍‌କୁ ନୂଆ ଶିଖରରେ ପହଞ୍ଚାଇଛନ୍ତି । ଡିଜିଟାଲ ନବସୃଜନ ଏବଂ ବିଶ୍ୱବ୍ୟାପୀ ସମ୍ପ୍ରସାରଣ ଉପରେ ତାଙ୍କର ଫୋକସ୍‌ । ଷ୍ଟାନ୍‌ଫୋର୍ଡ ଆଲୁମିନି ନାଦାର ଶୀବ ନାଦାର ଫାଉଣ୍ଡେସନ ମାଧ୍ୟମରେ ଦାତବ୍ୟ କାର୍ଯ୍ୟରେ ଗଭୀର ଭାବେ ଜଡ଼ିତ । ଏଚ୍‌ସିଏଲ୍‌ରେ ବାପାଙ୍କ ୪୭% ଅଂଶଧନକୁ ପାଇବା ପରେ ସେ ଭାରତର ସବୁଠାରୁ ଧନୀ ମହିଳା ପାଲଟିଛନ୍ତି ।  

ନିଶାବା ଗୋଦ୍‌ରେଜ:

ଗୋଦ୍‌ରେଜ୍‌ କଞ୍ଜ୍ୟୁମର ପ୍ରଡକ୍ଟ୍‌ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଭାବେ ନିଶାବା ଗୋଦ୍‌ରେଜ୍‌ ନବସୃଜନ ଏବଂ ନିରନ୍ତରତା ଅଭିଯାନ ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ଏଥିସହିତ ସେ ୧୨୫ ବର୍ଷ ପୁରୁଣା ଗୋଦ୍‌ରେଜ୍‌ ଗ୍ରୁପ୍‌କୁ ଆଧୁନିକ ସ୍ରୋତରେ ଆଗେଇ ନେଉଛନ୍ତି ।  

ଭାନିଶା ମିତ୍ତଲ:

ଷ୍ଟିଲ୍‌ ଟାଇକୁନ୍‌ ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ଭାନିସା ମିତ୍ତଲ ଆର୍ସେଲରମିତ୍ତଲ୍‌ର ରଣନୀତିକ ସମ୍ପ୍ରସାରଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ବିଶ୍ୱର ଅନ୍ୟତମ ବୃହତ୍‌ ଇସ୍ପାତ ଉତ୍ପାଦନକାରୀ ଭାବେ କମ୍ପାନିର ସ୍ଥିତିକୁ ମଜଭୁତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି ।  

ଈଶା ଅମ୍ବାନୀ:

ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଝିଅ ଈଶା ଅମ୍ବାନୀ ପିରାମାଲ ରିଲାଏନ୍ସ ଜିଓର ସମ୍ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ଭାରତର ଡିଜିଟାଲ ଅର୍ଥନୀତିରେ ବିପ୍ଳବ ଆଣିଛନ୍ତି । ରିଲାଏନ୍ସ ରିଟେଲ୍‌ର ଜଣେ ନିର୍ଦ୍ଦେଶକ ଭାବେ ସେ ପ୍ରିମିୟମ ରିଟେଲ୍‌ର ପ୍ରସାର କରିବା ସହ କମ୍ପାନିକୁ ମାର୍କେଟ୍‌ ଲିଡର ଭାବେ ଅବସ୍ଥାପିତ କରିଛନ୍ତି ।  

ରାଧିକା ପିରାମାଲ:

ଭିଆଇପି ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରାଧିକା ପିରାମାଲ ଭାରତ ଏବଂ ଅନ୍ତର୍ଜାତୀୟ ବଜାରରେ କମ୍ପାନିର ସମ୍ପ୍ରସାରଣକୁ ତଦାରଖ କରିଆସୁଛନ୍ତି । ଲଗେଜ୍‌ ଶିଳ୍ପରେ କମ୍ପାନିର ନେତୃତ୍ୱକୁ ମଜଭୁତ କରିବାରେ ତାଙ୍କର ପ୍ରଧାନ ଭୂମିକା ରହିଛି ।  ଜୟନ୍ତୀ ଚୌହାନ ରମେଶ ଚୌହାନଙ୍କ ଝିଅ ଜୟନ୍ତୀ ଚୌହାନ ଭାରତର ଶୀର୍ଷ ବଟଲ୍‌ଡ ପାଣି ବ୍ରାଣ୍ଡ୍‌ ବିସ୍‌ଲେରୀର ସମ୍ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବଜାରରେ ବ୍ରାଣ୍ଡ୍‌ର ପତିଆରାକୁ ଜୟନ୍ତୀ ବଜାୟ ରଖିଛନ୍ତି  ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.