ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜଧାନୀରେ ପସରା ମେଲାଇଛି ବିହାରର ଲିଚୁ, ବାଲେଶ୍ୱର ଜାମୁରୋଳ

Published By : Rasmita Pradhan | May 6, 2025 9:53 AM

ଭୁବନେଶ୍ୱର, ୦୬/୦୫ : ଆମ୍ବ ପରେ ବର୍ତ୍ତମାନ ରାଜଧାନୀ ବଜାରରେ ଆସ୍ଥାନ ଜମେଇଛି ଲିଚୁ ଓ ଜାମୁରୋଳ। ପ୍ରାୟ ସପ୍ତାହେ ହୋଇଯିବ ଏହି ଦୁଇପ୍ରକାର ଫଳ ବିକ୍ରି ହେବା ଆରମ୍ଭ ହୋଇଛି । ବର୍ଷର ଥରେ ଏହି ଫଳ ବଜାରକୁ ଆସୁଥିବାରୁ ଲୋକମାନଙ୍କର ଏଥିପ୍ରତି ବେଶ୍‌ ଆଦର ରହୁଛି। ମୁଖ୍ୟତଃ ଜାମୁରୋଳ ଗାଁ ଗହଳିରେ ମିଳୁଥିବା ବେଶ୍‌ ପରିଚିତ ଫଳ । ଯାହକୁ ଲୋକମାନେ ନିଜ ବାଡ଼ି ବଗିଚାରେ ଲଗାଇବାକୁ ପସନ୍ଦ କରିଥାନ୍ତି । ଏହାର ଗଛ ବରଗଛ ପରି ବିଶାଳକାୟ ହୋଇଥାଏ । ହେଲେ ଗାଁ’ ରେ ଚାହିଦାରେ ରହୁଥିବା ଏହି ଫଳ ବର୍ତ୍ତମାନ ରାଜଧାନୀର ରାସ୍ତା କଡ଼ଠାରୁ ଆରମ୍ଭକରି ଛୋଟ ବଡ଼ ଫଳ ଦୋକାନରେ ପସରା ମେଲାଇଥିବାର ଦେଖିବାକୁ ମିଳୁଛି । ଏହା ମୁଖ୍ୟତଃ ଖରାଦିନେ ମିଳୁଥିବା ଏବଂ ଏଥିରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ରହୁଥିବାରୁ ରାଜଧାନୀବାସୀଙ୍କ ପସନ୍ଦ ତାଲିକାରେ ସାମିଲ ହୋଇଛି । ମୁଖ୍ୟତଃ ବେପାରୀମାନେ ଏହି ଜମୁରୋଳକୁ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରୁ ରାଜଧାନୀକୁ ଆଣୁଛନ୍ତି । ଯାହାର ମୂଲ୍ୟ କିଲୋ ପ୍ରତି ୧୪୦ ଟଙ୍କା ରହୁଛି । 

ସେହିପରି ଭାବେ ଲିଚୁର ପସରା ରାସ୍ତାକଡ଼ଠାରୁ ବଜାର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ରାଜଧାନୀରେ ସାଧରଣତଃ ଦୁଇପ୍ରକାର ଲିଚୁ ଦେଖାଯାଇଥାଏ । ରାଜ୍ୟବାହାରୁ ଆସୁଥିବା ଲିଚୁକୁ କୁହାଯାଏ ‘ମୁମ୍ବାଇ ଲିଚୁ’ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଛି ‘ଦେଶୀ ଲିଚୁ’ । ବର୍ତ୍ତମାନ ଲିଚୁ ମୂଲ୍ୟ ଅଧିକ ଥିବାରୁ ଲୋକମାନେ ଲିଚୁ ନେବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଏହି ଲିଚୁଗୁଡ଼ିକ ପଶ୍ଚିମବଙ୍ଗ, ମୁମ୍ବାଇ, ବିହାରରୁ ଆସିଥାଏ । ବର୍ତ୍ତମାନ ବିହାରରୁ ଆସିଥିବା ଲିଚୁ ବଜାରରେ ଅଧିକ ପରିମାଣରେ ଦେଖାଯାଉଛି । ସେହିପରି ଓଡ଼ିଶାର ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଭଳି କେତେକ ଅଞ୍ଚଳରୁ ଲିଚୁ ଆସିଥାଏ । ବର୍ତ୍ତମାନ ଏହି ଲିଚୁର ମୂଲ୍ୟ କିଲୋକୁ ୨୫୦ ଟଙ୍କା ରହିଛି । 

ବିଶେଷକରି ଏକ ନମ୍ବର ହାଟ, ଶିଶୁ ଭବନ ଛକ, ଏଜି ଛକ, ସିଆରପିଏଫ, ଫାୟାର ଷ୍ଟେସନ, ୟୁନିଟି-୮, ପାୱାର ହାଉସ୍‌ ଛକ, ପ୍ରଦର୍ଶନୀ ପଡ଼ିଆ ନିକଟରେ ଜାମୁରୋଳ ଏବଂ ଲିଚୁର ପସରା ଦେଖାଯାଉଛି । ପ୍ରଦର୍ଶନୀ ପଡ଼ିଆ ନିକଟ ରାସ୍ତାରେ ଜାମୁରୋଳ ଓ ଲିଚୁ ବିକ୍ରି କରୁଥିବା ନରେନ୍ଦ୍ର ଖୁଣ୍ଟିଆ କୁହନ୍ତି, ୬ ରୁ ୭ ଦିନ ହେବ ଏହି ଦୁଇଟି ଫଳ ବଜାରକୁ ଆସିଛି । ସେଥିପାଇଁ ବେଶ୍‌ ଭଲ ବେପାର ହେବା ଆରମ୍ଭ ହୋଇନି । ବର୍ତ୍ତମାନ ଉପଲବ୍ଧ ହେଉଥିବା ଜାମୁରୋଳ ବାଲେଶ୍ୱରରୁ ଆସୁଥିବା ବେଳେ ଲିଚୁ ବିହାରରୁ ଆସୁଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.