ନୂଆଦିଲ୍ଲୀ, ୨୭/୨ : ବିହାରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଏହା ମଧ୍ୟରେ ବିହାର ରାଜନୀତିରେ ସିଏମ୍ ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ନେଇ କେତେକ ପ୍ରକାରର ଚର୍ଚ୍ଚା ଜାରି ରହିଛି । ଗତ କିଛି ଦିନରେ ରାଜନୀତିରେ ନିଶାନ୍ତଙ୍କ ସକ୍ରିୟତା ବଢିବାରେ ଲାଗିଛି । ଯାହାପରେ ନିଶାନ୍ତଙ୍କୁ ନେଇ ରାଜନୀତି ଦ୍ରୁତ ହେବାରେ ଲାଗିଛି । ଏହା ମଧ୍ୟରେ ଏବେ ବିଶ୍ବସ୍ତ ସୂତ୍ରରୁ ଖବର ଆସୁଛି କି ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କ ରାଜନୀତିରେ ଆସିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ନିଶାନ୍ତ ନାଳନ୍ଦା ଜିଲ୍ଲାର ହରନ୍ୟାତ ବିଧାନସଭା ସିଟରୁ ନିର୍ବାଚନ ଲଢିପାରନ୍ତି । ହରନ୍ୟାତ ବିଧାନସଭା ସିଟ ଜଦୟୁର ଗଡ଼ ବୋଲି ଧରାଯାଏ । ନୀତିଶ ନିଜ ନିର୍ବାଚନୀ ଯାତ୍ରାର ଆରମ୍ଭ ଏହି ହରନ୍ୟାତ ସିଟରୁ କରିଥିଲେ ।
ଯଦି ଆମେ ଦେଖିବା ତେବେ ପରିବାର ସଦସ୍ୟଙ୍କୁ ରାଜନୀତିରେ ଆସିବାକୁ ନ ଦେବା ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବଡ଼ ରାଜନୈତିକ ପୁଞ୍ଜି ଥିଲା । କିନ୍ତୁ ବୋଧ ହୁଏ ତାଙ୍କ ପରିବାର ସଦସ୍ୟଙ୍କ ବାଧ୍ୟରେ ନୀତିଶ କୁମାର ତାଙ୍କର ଏକମାତ୍ର ପୁଅ ନିଶାନ୍ତ କୁମାରଙ୍କ ନିର୍ବାଚନୀ ରାଜନୀତିରେ ଆସିବା କୁହାଯାଉଛି। ଆଗାମୀ ବିଧାନସଭା ନିର୍ବାଚନରେ ନିଶାନ୍ତ ନାଳନ୍ଦା ହରନ୍ୟାତ ବିଧାନସଭା ସିଟରୁ ପାର୍ଟିର ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।