ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କିଏ ସେହି ଖେଳାଳି ? ଯାହାଙ୍କ ପାଇଁ ବଦଳିଲା ବ୍ୟାଗେଜ ନିୟମ; ଲକ୍ଷାଧିକ କ୍ଷତି ସହିଥିଲା ବିସିସିଆଇ

Published By : Ankita S | February 15, 2025 9:12 AM

ନୂଆଦିଲ୍ଲୀ,୧୫/୦୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାର ବ୍ୟାଗେଜ୍ ନିୟମରେ ପରିବର୍ତ୍ତନ କରିଥିଲା । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ କଠୋର ହୋଇଥିଲା ବିସିସିଆଇ । ୧୦ ନିୟମ କରିଥିଲା । ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଦୁବାଇ ଗସ୍ତ କରିବ । ଏହି ଗସ୍ତରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ରିପୋର୍ଟସ ମୁତାବିକ ଏଥର ଖେଳାଳି ତାଙ୍କ ପରିବାରକୁ ସାଙ୍ଗରେ ନେଇ ଯାଇ ପାରିବେ ନାହିଁ । ଏହା ସହିତ ବିମାନ ଯାତ୍ରାରେ ବ୍ୟାଗେଜ ସହ ଜଡିତ କିଛି ନିୟମ ମଧ୍ୟ ହୋଇଛି । ଜଣଙ୍କ ପାଇଁ ସମସ୍ୟାରେ ପଡିଛନ୍ତି ଅନ୍ୟ ସବୁ ପ୍ଲେୟାର । ବ୍ୟାଗେଜକୁ ନେଇ ବୋର୍ଡ କାହିଁକି ନୂଆ ନିୟମ କରିଛି ଯାହାର ନେଇ ବଡ ଖୁଲାସା ହୋଇଛି । ତେବେ କିଏ ନେଇଥିଲେ ଅଧିକ ଓଜନର ଲଗେଜ ଯାହାକୁ ନେଇ ବ୍ୟାଗେଜ ନିୟମରେ ପରିବର୍ତ୍ତନ ଆଣିଲା ବିସିସିଆଇ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି ।

ଜଣେ ପ୍ଲେୟାରଙ୍କ ପାଇଁ ବଦଳିଲା ନିୟମ- ମିଡିଆ ରିପୋଟର୍ସ ମୁତାବିକ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ସାଙ୍ଗରେ ୨୭କେଜି ଓଜନର ଲଗେଜ ଓ ଟ୍ରଲି ସାଙ୍ଗରେ ନେଇଥିଲେ । କ୍ରିକେଟରଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଷ୍ଟାଫ ଓ ପରିବାର ଲୋକ ସାମିଲ ଥିଲେ । ଖେଳାଳିଙ୍କ ଲଗେଜ ଓଜନ ପାଖାପାଖି ୨୫୦କେଜି ଥିଲା । ସେହିପରି ଅଷ୍ଟ୍ରେଲିଆରେ ମଧ୍ୟ ସବୁ ସ୍ଥାନକୁ ସମାନ ଲଗେଜ ନେଇ ଯାଇଥିଲେ ଖେଳାଳି ଜଣଙ୍କ । ଏହାର ସବୁ ଖର୍ଚ୍ଚ ବିସିସିଆଇକୁ ଦେବାକୁ ପଡିଥିଲା । ଯାହା ଲକ୍ଷ ଲକ୍ଷ ଟଙ୍କା ଥିଲା । ରିପୋର୍ଟ ମୁତାବିକ ଜଣେ ଖେଳାଳିଙ୍କ ପାଇଁ ବିସିସିଆଇ ବ୍ୟାଗେଜ ନିୟମରେ ପରିବର୍ତ୍ତନ କରିଥିବା ଦାବି ହୋଇଛି । ଜଣେ ପ୍ଲେୟାରଙ୍କ ପାଇଁ ବାକି ଖେଳାଳି ସମସ୍ୟା ଭୋଗିଥିବା କୁହାଯାଉଛି । ତେବେ ଖେଳାଳି ଜଣଙ୍କ କିଏ ସେ ନେଇ କୌଣସି ସୂଚନା ନାହିଁ ।  ପ୍ଲେୟାରଙ୍କ ଲଗେଜ ଓଜନ ୧୫୦ କେଜିରୁ ଅଧିକ ହୁଏ ତେବେ ବିସିସିଆଇ ଅତିରିକ୍ତ ଶୁଳ୍କ ଦେବ ନାହିଁ ନିୟମରେ ସଫା ସଫା କହି ଦେଇଥିଲା ।

ଅଧିକ ପଢନ୍ତୁ...କଠୋର ହେଲା ବିସିସିଆଇ; ଏଣିକି ପ୍ରଦର୍ଶନ ଆଧାରରେ ମିଳିବ ପାରିଶ୍ରମିକ, ସାଙ୍ଗରେ ଯିବେନି ପରିବାର!

ହେବ ବଡ ପରିବର୍ତ୍ତନ- ଆସନ୍ତା ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳି ସେମାନଙ୍କ ପର୍ସନାଲ ଷ୍ଟାଫ ଯେପରି ଟ୍ରେନର, ସେକ୍ରେଟେରୀ ତଥା ଆସିଷ୍ଟାଣ୍ଟଙ୍କୁ ସାଙ୍ଗରେ ନେଇପାରିବେ ନାହିଁ । ଏହା ସହିତ ଖେଳାଳି ସାଙ୍ଗରେ ପରିବାରଙ୍କୁ ମଧ୍ୟ ନେଇ ଯାଇପାରିବେ ନାହିଁ । ନିକଟରେ ଇଂଲଣ୍ଡ ବିପକ୍ଷରେ ହୋଇଥିବା ସିରିଜରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା । ସମସ୍ତ ଖେଳାଳି ଏକାସାଙ୍ଗରେ ଟିମ୍ ବସରେ ଟ୍ରାଭେଲ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.