ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାରବାଟୀରେ ଫ୍ଲଡ୍‌ ଲାଇଟ୍‌ ଲିଭି ୩୭ ମିନିଟ୍ ଅଟକିଲା ମ୍ୟାଚ୍; OCAକୁ ସ୍ପଷ୍ଟୀକରଣ ମଗାଯିବ କହିଲେ କ୍ରୀଡ଼ାମନ୍ତ୍ରୀ

Published By : Prameya | February 10, 2025 8:21 AM

କଟକ ୧୦/୦୨: ରବିବାର ବାରବାଟୀରେ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ରେ ବେଳେ ଫ୍ଲଡ୍ ଲାଇଟ୍ ଅଚଳ ଘଟଣା। କେମିତି ଓ କାହିଁକି ଲିଭିଲା ଫ୍ଲଡ୍ ଲାଇଟ୍ ତାହାର ତଦନ୍ତ ହେବ। ଏନେଇ OCAକୁ ସ୍ପଷ୍ଟୀକରଣ ମଗାଯିବ। ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

କ୍ରୀଡ଼ାମନ୍ତ୍ରୀ କହିଲେ, ‘ଫ୍ଲଡ୍‌ ଲାଇଟ୍‌ ଅଚଳ ହେବା ସଂପର୍କରେ ଆମେ ତଦନ୍ତ କରିବୁ । ମ୍ୟାଚ୍‌ ସମୟରେ ଏଭଳି କାହିଁକି ଘଟିଲା ସେ ସଂପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)କୁସ୍ପଷ୍ଟୀକରଣ ମଗାଯିବ । ପ୍ରକୃତରେ ତ୍ରୁଟି କେଉଁଠି ରହିଲା, ତାହାର ଖୋଳତାଡ଼ କରାଯିବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ କହିଛନ୍ତି ।

ଜେନେରେଟର ପାଖରେ ଟିମ ବସ୍‌ ଥିବାରୁ ସମସ୍ୟା ହେଲା: ସଞ୍ଜୟ

ଫ୍ଲଡ୍‌ ଲାଇଟ୍‌ ଅଚଳ ହେବା ଏବଂ  ମରାମତିରେ ବିଳମ୍ବ ହେବାର କାରଣ  ସଂପର୍କରେ ଗଣମାଧ୍ୟମକୁ ସୂଚନା  ଦେଇ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର  ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି,  ‘ଜେନେରେଟର ଉପରେ ଲୋର୍ଡ  ଅଧିକ ରହିବାରୁ ତାହା ହଠାତ ଅଚଳ ହୋଇଗଲା । ଏହା ଏକ ବୈଷୟିକ ତ୍ରୁଟି ।  ଏହାର ଯେମିତି ପୁନରାବୃତ୍ତି ନଘଟେ  ତାହା ଉପରେ ଆମେ ଧ୍ୟାନ ଦେବୁ ।  ତେବେ ଜେନେରେଟର ପାଖରେ ଟିମ୍‌  ବସ ରହିଥିବାରୁ ମରାମତିରେ ବିଳମ୍ବ  ହେଲା । ବସ ଚାଳକ ସେଠାରେ ନଥିବା,  ତାକୁ ଖୋଜି ପୁଣି ନୂଆ ଜେନେରେଟର  ସଂଯୋଗ କରିବା ପାଇଁ ସମୟ ଲାଗିଲା ।  ଯଦି ବସ ଚାଳକ ସେଠାରେ ଥାନ୍ତେ, ତେବେ ଆମେ ୧୦ରୁ ୧୫ ମିନିଟ ମଧ୍ୟରେ  ସବୁ କିଛି ଠିକ୍‌ କରି ଦେଇଥାନ୍ତୁ ।’ 

‘ବୈଷୟିକ ତ୍ରୁଟି କେତେବେଳେ  ହେବ ତାହା କହି ହେବ ନାହିଁ । ତଥାପି  ଆମେ ପୂର୍ବରୁ ସବୁ ପ୍ରକାର ପରୀକ୍ଷା  ନିରୀକ୍ଷା କରି ପ୍ରସ୍ତୁତ ରହିଥିଲୁ ।  ଟେକନିସିଆନ ସବୁ ଷ୍ଟାଣ୍ଡରେ ଥିଲେ ।  ତେବେ ଦର୍ଶକମାନଙ୍କୁ ଧନ୍ୟବାଦ  ଦେଉଛି, ସେମାନେ ଶାନ୍ତି ଶୃଙ୍ଖଳା ରକ୍ଷା  କରି ମ୍ୟାଚକୁ ସଫଳ କରାଇଲେ ।  ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର  ପାଇଁ ପ୍ରୟାସ ଚାଲିଛି । ରାଜ୍ୟ ସରକାର  ଚାହିଁଲେ ସମ୍ଭବ ହୋଇ ପାରିବ ବୋଲି  ଶ୍ରୀ ବେହେରା କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.