ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଆମେରିକାରେ ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ଓ ଧମକପୂର୍ଣ୍ଣ ମନ୍ତବ୍ୟ

ନୂଆଦିଲ୍ଲୀ,୨୬/୦୯: ପୁଣି ଆମେରିକାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ।  ମନ୍ଦିରର କାନ୍ଥରେ ହିନ୍ଦୁ ବିରୋଧୀ ଓ ଧମକପୂର୍ଣ୍ଣ ମନ୍ତବ୍ୟ ଲେଖାଯାଇ ପ୍ରବାସୀ ହିନ୍ଦୁ ସମୂଦାୟକୁ ଭୟଭୀତ କରିବାକୁ ପ୍ରୟାସ କରାଯାଇଛି । ତେବେ ଆମେରିକାର ସାକ୍ରାମେଣ୍ଟୋ ଏରିଆରେ ଗତକାଲି ରାତିରେ ଏପରି ଘଟଣା ସାମ୍ନାକୁ ଆସିଛି । BAPS ହିନ୍ଦୁ ମନ୍ଦିର କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଅବଗତ କରିବା ସହ ଟ୍ବିଟ୍‌ କରିଛି । ୧୦ ଦିନ ତଳେ ସମାନ ଢଙ୍ଗରେ ନ୍ୟୁୟର୍କରେ ଥିବା ହିନ୍ଦୁ ମନ୍ଦିରରେ ହିନ୍ଦୁ ବିରୋଧୀ ଟିପ୍ପଣୀ ଦେଖିବାକୁ ମିଳିଥିଲା। 

ତେବେ BAPS ଲୋକ ସମ୍ପର୍କ ବ୍ୟାପାର ୟୁନିଟ୍‌ ପକ୍ଷରୁ ଘଟଣାକୁ ସାମ୍ନାକୁ ଅଣାଯାଇଛି । ମନ୍ଦିର କାନ୍ଥରେ ‘ହିନ୍ଦୁ ଗୋ ବ୍ୟାକ’ ଓ ଅନ୍ୟ କିଛି ଆପତ୍ତିଜନକ ତଥା ଧମକପୂର୍ଣ୍ଣ ଟିପ୍ପଣୀ ଲେଖାଯାଇଛି । ସଂସ୍ଥା ଟ୍ବିଟ କରି କହିଛି, ନ୍ୟୁୟର୍କର BAPS ମନ୍ଦିରରେ ୧୦ ଦିନ ତଳେ ସମାନ ଘଟଣା ଘଟିଥିଲା । ଗତକାଲି ରାତିରେ ସାକ୍ରାମେଣ୍ଟୋ ଏରିଆରେ ଥିବା ଆମର ମନ୍ଦିରରେ ହିନ୍ଦୁ ବିରୋଧୀ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଲେଖାଯାଇଛି । “ହିନ୍ଦୁ ଫେରିଯାଅ ” ବୋଲି ମନ୍ଦିର କାନ୍ଥରେ ଲେଖାଯାଇଛି । ଆମେ ସମସ୍ତେ ଏକାଠି ଅଛୁ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ ।’’ତେବେ ଏହାପୂର୍ବରୁ ୧୬ତାରିଖରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ନ୍ୟୁ-ୟର୍କରେ ଥିବା BAPS ସଂସ୍ଥାନର ସ୍ବାମୀ ନାରାୟଣ ମନ୍ଦିର କାନ୍ଥରେ କିଛି ଦୁର୍ବୃତ୍ତ ହିନ୍ଦୁ ବିରୋଧୀ ଓ ଧମକପୂର୍ଣ୍ଣ ଟିପ୍ପଣୀ ଲେଖିଥିଲେ । ନ୍ୟୁ-ୟର୍କର ମେଲଭିଲ ଏରିଆରେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରବାସୀ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ସେମାନେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ । ଏହାର ସପ୍ତାହେ ନପୂରୁଣ ପୁଣି ଆଉ ଏକ ହିନ୍ଦୁ ମନ୍ଦିରରେ ସମାନ ଘଟଣା ଦେଖିବାକୁ ମିଳିଛି ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.