ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଋଣ ପରିଶୋଧ କରିବାକୁ ୩୦ ଲକ୍ଷରେ ବିକ୍ରି କରିଥିଲେ କିଡନୀ, ଏବେ ଏସପି ଅଫିସରେ ନ୍ୟାୟ ମାଗୁଛନ୍ତି ଅଟୋ ଡ୍ରାଇଭର

ବିଜୟଓ୍ବାଡା: ମୋବାଇଲ ଆପ୍ ଜରିଆରେ ଋଣ କରିବା ସହ ଅନେକ ଲୋକଙ୍କଠାରୁ ଧାର କରଜ କରି ଚିନ୍ତାରେ ପଡ଼ିଥିଲେ ଜଣେ ଅଟୋ ଡ୍ରାଇଭର । ଏହି ସମୟରେ ଫେସବୁକରେ ସେ ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ । କିଡନୀ ଦେଇ ମୋଟାଅଙ୍କର  ଟଙ୍କା ପାଇପାରିବେ ବୋଲି ବିଜ୍ଞାପନରେ କୁହାଯାଇଥିଲା । ଋଣ ପରିଶୋଧ କରିବାକୁ କିଡନୀ ବିକ୍ରି କରିବାକୁ ସ୍ଥିର କରିଥିବା ଅଟୋ ଡ୍ରାଇଭରଜଣଙ୍କ ବିଜ୍ଞାପନ ଦେଇଥିବା ବ୍ୟକ୍ତିଙ୍କୁ କଲ କରିଥିଲେ । ଗୋଟିଏ କିଡିନୀ ଲାଗି ୩୦ ଲକ୍ଷ ଟଙ୍କାର ଡିଲ ମଧ୍ୟ ଫାଇନାଲ୍‌ ହେଲା । କିନ୍ତୁ କିଡନୀ ଦେବା ପରେ ୩୦ ଲକ୍ଷ ବଦଳରେ ଅଟୋ ଡ୍ରାଇଭରଙ୍କୁ ମିଳିଥିଲା କେବଳ ୧ ଲକ୍ଷ ୧୦ ହଜାର ଟଙ୍କା  । ଆଉ ଏବେ ଅସହାୟ ହୋଇପଡ଼ିଥିବା ଅଟୋ ଡ୍ରାଇଭରଜଣଙ୍କ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । 

ସୂଚନା ଅନୁସାରେ, ଗୁଣ୍ଟୁରର ଅଟୋ ଡ୍ରାଇଭର ମଧୁବାବୁ ଗାର୍ଲାପତି ଟଙ୍କା ଲୋଭରେ କିଡନୀ ବିକ୍ରି କରି ଠକାମୀରେ ଶିକାର ହୋଇଛନ୍ତି ।  କିଡନୀ ଦେବା ପରେ ତାଙ୍କୁ ୩୦ ଲକ୍ଷ ଟଙ୍କା ଦିଆ ଯାଇନଥିବା ସେ ଅଭିଯୋଗ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ଡାକ୍ତରଖାନା ଯା'ଆସ ପାଇଁ ୫୦ ହଜାର ଟଙ୍କା ଏବଂ ପରେ ୬୦ ହଜାର ଟଙ୍କା ମିଳିଥିଲା। ଏନେଇ ମଧୁବାବୁ ଗୁଣ୍ଟୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଡନୀ ଦେଇଥିବା ନେଇ ସମସ୍ତ କାଗଜପତ୍ର ଏସପିଙ୍କ ନିକଟରେ ଦାଖଲ କରିଛନ୍ତି ମଧୁବାବୁ।

ସେପଟେ ତଦନ୍ତ ପରେ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ମଧୁବାବୁ ଏବଂ କିଡନୀ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିବାର ନକଲି କାଗଜରେ ତାଙ୍କ ଦସ୍ତଖତ ନିଆଯାଇଛି । ଏପରିକି ସେ ସ୍ୱଇଚ୍ଛାରେ କିଡନୀ ଦାନ କରିଥିବା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି। ଅସ୍ତ୍ରୋପଚାର କରିଥିବା ଡାକ୍ତର ତାଙ୍କ ବାମ କିଡନୀ ପରିବର୍ତ୍ତେ ଡାହାଣ କିଡନୀ କାଢି ନେଇଥିବା ଜଣାପଡିଛି। ଏହାକୁ ନେଇ ସଂପୃକ୍ତ ହସ୍ପିଟାଲର ଡାକ୍ତର ଏବଂ ତାଙ୍କ ଟିମ୍ ବିରୁଦ୍ଧରେ ବେଆଇନ ଅଙ୍ଗ କାରବାର ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗକୁ ହସ୍ପିଟାଲର ମୁଖପାତ୍ର ଖଣ୍ଡନ କରିଛନ୍ତି। 

 

  • Andhra pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.