ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

Rajasthan: ରାଜସ୍ଥାନରେ ଚାଞ୍ଚଲ୍ୟ; ସ୍କୁଲ ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ସହ ଧର୍ମାନ୍ତିକରଣ କରିବାକୁ ପ୍ରୟାସ

Published By : Bijay Swain | February 27, 2025 4:50 PM

Image courtesy: indiatoday

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଞ୍ଚଲ୍ୟ। ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ବିୱାର ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ମୁତାବକ ମସୁଦା ନାମକ ଏକ ଛୋଟ ସହରରେ ବିଭିନ୍ନ ସ୍କୁଲର ଛାତ୍ରୀମାନଙ୍କ ଯୌନ ଉତ୍ପୀଡନ କରାଯିବା ସହ ଧର୍ମାନ୍ତିକରଣ ମଧ୍ୟ କରାଯାଉଛି ବୋଲି ଅଭିଯୋଗ ରହିଛି। ଏହି ଘଟଣାକୁ ବିରୋଧ କରି ସ୍ଥାନିୟ ଅଞ୍ଚଳର ବଜାରକୁ ବନ୍ଦ କରାଯିବା ସହ ଏହା ବିରୁଦ୍ଧରେ ଲୋକମାନେ ରାଲି ଆରମ୍ଭ କରିଛନ୍ତି। ଏହି ଘଟଣାରେ ସାମିଲ ଥିବା ନେଇ ଜଣେ ପୂର୍ବତନ କାଉନସିଲରଙ୍କୁ ପୋଲିସ ନିଜ ହେପାଜତରେ ରଖିଛି। 

ଏହି ମାମଲାରେ ମୋଟ୍ ୨ ଜଣ ସାବାଳିକା ଓ ୩ ଜଣ ନାବାଳିକାଙ୍କୁ ଯୌନ ଉତ୍ପୀଡନର ଶିକାର ହୋଇଛନ୍ତି। ଉତ୍ପୀଡନର ଶିକାର ହୋଇଥିବା ପୀଡିତାଙ୍କ ପରିବାର ପକ୍ଷରୁ ୧୧ଜଣଙ୍କ ନାମରେ ୩ଟି ମାମଲା ରୁଜୁ କରାଯାଇଛି। 

ପ୍ରଥମେ ପୀଡିତାମାନଙ୍କ ସହ ଆରୋପିମାନେ ସୋଶିଆଲ ମିଡିଆ ଯୋଗେ ସମ୍ୱଦ୍ଧ ବନାଇଥାନ୍ତି। ପରେ ସେମାନଙ୍କୁ ମୋବାଇଲ ଫୋନ ଭଳି ଦାମି ଉପହାର ଦେଇ ସେମାନଙ୍କ ସହ ଯୌନ ଉତ୍ପୀଡନ କରିତାନ୍ତି ବୋଲି ପୀଡିତାମାନଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏହା ସହ କେତେକ ଝିଅଙ୍କୁ ଆରୋପିମାନେ ଡରେଇ ଧମକେଇ ଧର୍ମାନ୍ତିକରଣ କରିବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ସବୁଠୁ ବଡ କଥା ହେଉଛି ଅଭିଯୋଗ ରହିଥିବା ୧୧ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳକ ରହିଛନ୍ତି। 

ଏହି ମାମଲାରେ ସାମିଲ ଥିବା ନେଇ ଜଣେ ପୂର୍ବତନ କାଉନସିଲର ହକିମ କୁରେସିଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ତେବେ କୋଟଡାରେ ଥିବା କୋର୍ଟ ତାଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଇବାକୁ ଅନୁମତି ଦେଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରି ସୂଚନା ପ୍ରଦାନ କରିଛନ୍ତି। ଲକ୍ଷ୍ମନ, ସୋହିଲ ମନସୁରି, ରିଆନ ମହମ୍ମଦ ଓ ଅଫରାଜ ନାମକ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ପୋଲିସ ୫ ଦିନ ନିଜ ରିମାଣ୍ଡରେ ରଖିବା ପରେ ରବିବାରଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛି। 

ତେବେ ଦେଖିବାକୁ ଗଲେ ଆରୋପିମାନେ ଏକ ଗୋଷ୍ଠୀର ହୋଇଥିବା ବେଳେ ପୀଡିତା ମାନେ ଆଉ ଏକ ଗୋଷ୍ଠୀର ସଦସ୍ୟ ଅଟନ୍ତି। ଏଣୁ ଏହି ମାମଲାରେ ଧର୍ମାନ୍ତିକରଣ କଥା ରହିଥିବାରୁ ବିୱାର ଜିଲ୍ଲାରେ ପରିସ୍ଥିତି ଅତ୍ୟନ୍ତ ଉସ୍ମ ରହିଛି। ପୀଡିତା ଛାତ୍ରୀମାନଙ୍କ ମଧ୍ୟରୁ ଜଣେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଏହି ମାମଲାରେ ସାମିଲ ଥିବା ସମସ୍ତ ଆରୋପିମାନେ ତାଙ୍କୁ ଅନ୍ତରଙ୍ଗ  ମୂହୁର୍ତ୍ତର ଫଟୋ ଦେଖେଇ ବ୍ଲକମେଲ କରୁଥିଲେ। ମୋଟ୍ ଉପରେ ୧୪-୧୫ ଜଣ ଯୁବକ ମିଶି ଏହି ଯୌନ ଉତ୍ପୀଡନ ରାକେଟ ଚଳାଉଥିଲେ। ସେ ଏକା ନୁହେଁ ତାଙ୍କ କ୍ଲାସର ଆହୁରି ୫ ଜଣ ଛାତ୍ରୀ ସେମାନଙ୍କ ଶିକାର ହୋଇଥିବା କଥା ମଧ୍ୟ ସେ କହିଛନ୍ତି। ଏହା ସହ ଅନେକ ଛାତ୍ରୀ ସେମନାଙ୍କ ଟାର୍ଗେଟରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। 

ଏହାକୁ ନେଇ ସ୍ଥାନିୟ ଅଞ୍ଚଳରେ ବିବାଦ ଦେଖାଯିବା ସହ ଲୋକମାନେ ଆରୋପିମାନଙ୍କୁ କଡା ଶାସ୍ତି ଦେବାକୁ ଦାବି କରିଛନ୍ତି। ଏହାକୁ ନେଇ ରାଜସ୍ଥାନ ସରକାର ଚାପରେ ଥିବାବେଳେ ପୋଲିସ ଏହି ମାମଲକୁ ନେଇ ପ୍ରମାଣ ସଂଗ୍ରହରେ ଲାଗିପଡିଛି। ତେବେ ଛାତ୍ରୀନାମହ୍କୁ ବ୍ଲାକମେଲ୍ କରି ଧର୍ମାନ୍ତରିକରଣ କରିବାକୁ ପ୍ରବର୍ତ୍ତାଇଥିବାରୁ ସ୍ଥାନିୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.