ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ଚଳିତ ବର୍ଷ ଆହୁରି ୩ ଥର ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍‌ !

Published By : Tapas Panda | February 27, 2025 10:51 PM

Image Courtesy: abplive

ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ ମୁକାବିଲା ଦେଖିବାକୁ ଖେଳପ୍ରେମୀଙ୍କ ଗହଣରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳେ । ନିକଟରେ ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ୍‌ ମ୍ୟାଚ୍‌ ହୋଇଥିଲା । କିନ୍ତୁ ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଥିଲା । ସେପଟେ ପାକିସ୍ତାନ ଶୋଚନୀୟ ପରାଜୟ ଭୋଗିବା ସହ ଚାମ୍ପିଅନ୍ସ ଟ୍ରଫିରୁ ବିଦା ହୋଇଛି । ତେବେ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ପୁଣି କେବେ ହେବେ ତା ଉପରେ ସମସ୍ତଙ୍କ ନଜର ରହିଛି । 

ଏହାରି ଭିତରେ ଖେଳପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି । ଚଳିତ ବର୍ଷ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ଆଉ ୩ଟି ମ୍ୟାଚ୍ ହୋଇପାରେ । ଏସିଆ କପ୍ ୨୦୨୫ ଚଳିତ ବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ୨୦୨୫ ଏସିଆ କପରେ ମୋଟ ୧୯ଟି ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇପାରେ । ଏହାର ଆନୁଷ୍ଠାନିକ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଆସିନାହିଁ । ଏସିଆ କପରେ ମୋଟ ୮ଟି ଦଳ ଖେଳିବେ । ଆୟୋଜକ ଭାରତ ଏବଂ ପାକିସ୍ତାନ ଗ୍ରୁପ୍ A ରେ ଅନ୍ତର୍ଭୁକ୍ତ। ଦୁଇ ଦଳ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ, ଦଳଗୁଡ଼ିକ ଏହି ଟୁର୍ଣ୍ଣାମେଣ୍ଟରେ ଆଉ ଦୁଇଟି ମ୍ୟାଚ୍ ଖେଳିପାରିବେ । 

ଏସିଆ କପ୍ ୨୦୨୫ରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ୍ ନିଶ୍ଚିତ । କାରଣ ଉଭୟ ଦଳ ଗୋଟିଏ ଗ୍ରୁପରେ ଅଛନ୍ତି । ଏହା ପରେ ଉଭୟ ଗ୍ରୁପର ଶ୍ରେଷ୍ଠ ୨ ଦଳ ସୁପର ୪ରେ ମୁକାବିଲା କରିବେ। ଏଥିରେ ମଧ୍ୟ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇପାରନ୍ତି ।  ଯଦି ଉଭୟ ଦଳ ଫାଇନାଲରେ ପହଞ୍ଚନ୍ତି ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟାଇଟଲ ମୁକାବିଲା ଦେଖିବାକୁ ମିଳିପାରେ ।

ଭାରତ ୨୦୨୫ ଏସିଆ କପର ଆୟୋଜକ । କିନ୍ତୁ କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ଭାରତ ବାହାରେ ଅନୁଷ୍ଠିତ ହୋଇପାରେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତସମ୍ପର୍କ ଯୋଗୁଁ ଦେଶ ବାହାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରେ ବୋଲି କୁହାଯାଉଛି । ଏସିଆ କପ୍ ୨୦୨୫ ଶ୍ରୀଲଙ୍କା ଏବଂ UAEରେ ଆୟୋଜିତ ହୋଇପାରେ । 

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ବ୍ୟତୀତ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ୟୁଏଇ, ଓମାନ ଏବଂ ହଂକଂ ଅଂଶଗ୍ରହଣ କରିବେ । ୨୦୩୧ ସୁଦ୍ଧା ୪ଟି ଏସିଆ କପ୍ ପାଇଁ ସ୍ଥାନ ନିର୍ଣ୍ଣୟ କରାଯାଇଛି । ୨୦୨୭ରେ ବାଂଲାଦେଶ ଆୟୋଜକ ହେବ, ଏହି ସିଜିନରେ ଏସିଆ କପ୍ ଓଡିଆଇ ଫର୍ମାଟରେ ଖେଳାଯିବ । ୨୦୨୯ରେ ପାକିସ୍ତାନ ଆୟୋଜକ ହେବ କିନ୍ତୁ ଏହି ଇଭେଣ୍ଟ ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ ଏବଂ ଏହା ଟି୨୦ ଫର୍ମାଟରେ ହେବ। ୨୦୩୧ ମସିହାର ଏସିଆ କପ୍ ଦିନିକିଆ ଫର୍ମାଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.