ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରଥଯାତ୍ର ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ,ଏକ୍ସରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Published By : Prameya | April 12, 2025 10:29 AM

ପୁରୀ,୧୨/୦୪:ଖୁବ୍‌ଶୀଘ୍ର ସରିବ ରତ୍ନଭଣ୍ଡାର ମରାମତି।  ଚଟାଣକୁ  ଛାଡ଼ି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି  ଓ ସଂରକ୍ଷଣ କାମ ପ୍ରାୟତଃ ଶେଷ ।  ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଏଏସ୍‌ଆଇ ଅଧିକାରୀମାନଙ୍କ ସହ  ଶୁକ୍ରବାର କାର୍ଯ୍ୟ ସମୀକ୍ଷା କରିବା ପରେ  ଏନେଇ ସେ ତାଙ୍କ ଏକ୍ସ ଆକାଉଣ୍ଟରେ  ସୂଚନା ଦେଇଛନ୍ତି । 




ରତ୍ନ ଭଣ୍ଡାର  ଭିତରେ ଥିବା ପୁରୁଣା ଲୁହା ବିମ୍‌କୁ  କାଢି ନୂଆ ୫ଟି ଷ୍ଟେନଲେସ୍‌ ଷ୍ଟିଲ  ବକ୍ସ ବିମ୍‌ ଦିଆଯାଇଛି । ବାହାର ରତ୍ନ  ଭଣ୍ଡାରରେ ପୁରୁଣା ଭଙ୍ଗା ପଥରଗୁଡ଼ିକୁ  କାଢି ମରାମତି ନଚେତ ନୂଆ ପଥର  ଉକ୍ତ ସ୍ଥାନରେ ବ୍ୟବହାର କରାଯାଇଛି ।  ରତ୍ନ ଭଣ୍ଡାର ବାହାର ପାଶ୍ୱର୍ରେ ମଧ୍ୟ ସଂରକ୍ଷଣ ଓ ମରାମତି କାମ  ଚାଲିଛି । ଜଗମୋହନ ଓ ରତ୍ନଭଣ୍ଡାର  ମଧ୍ୟ ସ୍ଥଳୀରୁ ପ୍ଲାଷ୍ଟର ଛଡ଼ା ଯାଉଛି ।  ଏହି ସ୍ଥାନରେ ଭାଙ୍ଗି ଫାଟି ଯାଇଥିବା  ପଥର ସ୍ଥାନରେ ନୂଆ ପଥର ଲାଗୁଛି ।  ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର  ମରାମତି କାମ ଏଏସ୍‌ଆଇ ସରିବା  ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.