ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମନୀଷ, କବିତା ଏବଂ ବିଭବଙ୍କ ପରେ ଜେଲରୁ ବାହାରିବେକି କେଜ୍ରିୱାଲ?

Image source: NDTV

ନୂଆଦିଲ୍ଲୀ,୦୫/୦୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଗିରଫ କରିଛି। କହିରଖୁଛୁ ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବରୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଥିଲା। ସେ ଏହି ମାମଲାରେ ଜାମିନ ପାଇଥିଲେ କିନ୍ତୁ ପରେ ସିବିଆଇ ତାଙ୍କୁ ଜେଲରୁ ଗିରଫ କରିଥିଲା। ତମାମ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ବିଆରଏସ ନେତା କେ କବିତା ମଧ୍ୟ ଜାମିନ ପାଇସାରିଛନ୍ତି। ଏଭଳି ପରିସ୍ଥିତିରେ କୋର୍ଟ ଆଜି ସିଏମ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବେ କି ନାହିଁ ତାହା ଉପରେ ନଜର ରହିଛି। 

ସିସୋଦିଆଙ୍କୁ ଜାମିନ ବେଳେ କ'ଣ କହିଥିଲେ କୋର୍ଟ?

ସୂଚନାଥାଉକି, କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ସିଏମ କେଜ୍ରିୱାଲଙ୍କ ସହାୟକ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାରେ ସିସୋଦିଆଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କୁ ସମାଲୋଚନା କରିଥିଲେ। କୋର୍ଟ କହିଥିଲେ ଯେ ମାମଲାର ଶୁଣାଣି ନକରି ଦୀର୍ଘ ସମୟ ଧରି ଜେଲରେ ରଖିବା ଯୋଗୁ ତାଙ୍କୁ ଶୀଘ୍ର ବିଚାର କରିବାର ଅଧିକାରରୁ ବଞ୍ଚିତ କରାଯାଇଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ ତୁରନ୍ତ ବିଚାର ପ୍ରକ୍ରିୟା ଏକ ପବିତ୍ର ଅଧିକାର। ଜଷ୍ଟିସ୍ ବି. ଆର ଗାଓ୍ବଇ ଏବଂ ଜଷ୍ଟିସ୍ କେ. ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ନିମ୍ନ ଅଦାଲତ ଏବଂ ହାଇକୋର୍ଟ ଏହି ନୀତି ଗ୍ରହଣ କରିବା ଉଚିତ।

ତମାମ ଆଲୋଚନା ଭିତରେ କୋର୍ଟ ଇଡିକୁ କଡ଼ା ସ୍ୱରରେ ଜବାବ ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ୧୭ ମାସ ଧରି ଦୀର୍ଘ କାରାଦଣ୍ଡ ଏବଂ ବିଚାର ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ସିସୋଦିଆଙ୍କୁ ବିଚାର କରିବାର ଅଧିକାରରୁ ବଞ୍ଚିତ କରାଯାଇଛି। ବର୍ତ୍ତମାନ ମାମଲାରେ, ୪୯୩ ସାକ୍ଷୀଙ୍କ ନାଁ ଇଡି ମାମଲା ସହିତ ସିବିଆଇ ମାମଲାରେ ଦିଆଯାଇଛି। ଏହି ମାମଲାରେ ହଜାରେ ପୃଷ୍ଠାର ଡକ୍ୟୁମେଣ୍ଟ୍ ଏବଂ ଏକ ଲକ୍ଷରୁ ଅଧିକ ପୃଷ୍ଠାର ଡିଜିଟାଲ୍ ଡକ୍ୟୁମେଣ୍ଟ୍ ଅନ୍ତର୍ଭୁକ୍ତ, ତେଣୁ ଏହା ସ୍ପଷ୍ଟ ଯେ ନିକଟ ଭବିଷ୍ୟତରେ ଏ ମାମଲା ଶେଷ ହେବାର କୌଣସି ସମ୍ଭାବନା ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.