ଅରିରିଆ – ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ିଲା ପୋଲ। ବିହାରର ଅରରିଆ ଜିଲ୍ଲାରେ ଏହି ଘଟଣା ଘଟିଛି। ପାଖାପାଖି ୧୨କୋଟି ଟଙ୍କା ମୂଲ୍ୟରେ ଏହି ପୋଲଟି ନିର୍ମାଣ ହୋଇଥିବା କୁହାଯାଉଛି। ମଙ୍ଗଳବାର ଦ୍ୱିପ୍ରହରରେ ନେପାଳରୁ ଜଳ ଆସିବା ପରେ ସିକଟି ଅଞ୍ଚଳ ଦେଇ ପ୍ରବାହିତ, ବକରା ନଦୀର ପଡରିଆ ଘାଟରେ ନିର୍ମିତ ଏହି ପୋଲର ଦୁଇଟି ସ୍ତମ୍ଭ ଭାଙ୍ଗି ଯାଇଛି। ଏହି ପୋଲର ନିର୍ମାଣ ତ ସରିଥିଲା , ହେଲେ ଆପ୍ରୋଚ ପଥ ନହେବା କାରଣରୁ ପୋଲ ଉପରେ ଯାତାୟାତ ଆରମ୍ଭ ହୋଇ ନଥିଲା।
ଅରରିଆରେ ପୋଲ ଭୁଶୁଡ଼ିବାର ଏହି ଘଟଣାରେ ନୀତିଶ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମାମଲାରେ ତତ୍କାଳୀନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ , ସହାୟକ ଯନ୍ତ୍ରୀ ତଥା କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ୱିତ କରିଦିଆ ଯାଇଛି ଏବଂ ଏବେ ଯାଞ୍ଚ ପାଇଁ ପାଟନାରୁ ଟିମ୍ ଗସ୍ତ କରିବ। ଏବେ ଯାଞ୍ଚ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ। ନିର୍ମାଣ ଏଜେନ୍ସି ଉପରେ ମଧ୍ୟ ଚାପ ପଡ଼ିପାରେ।
बिहार के अररिया में नदी के ऊपर बना पुल उदघाटन से पहले ही गिर गया !! pic.twitter.com/yi21P9OICF
— Sachin Gupta (@SachinGuptaUP) June 18, 2024
ଏହା ପୂର୍ବରୁ ଡିଏମ୍ ଇନାୟତ ଖାନ ମଧ୍ୟ ପୂରା ମାମଲାର ଯାଞ୍ଚ ଓ ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନର କଥା କହିଥିଲେ।