ନୂଆଦିଲ୍ଲୀ : କିଙ୍ଗ ଚାର୍ଲ୍ସଙ୍କ ରାଜ୍ୟାଭିଷେକ ସମାରୋହରେ ପାଖାପାଖି ୯୦.୭ ମିଲିୟନ ଡଲାରର ଖର୍ଚ୍ଚ ହୋଇଥିବା ବିଲ୍ ସାମନାକୁ ଆସିବା ପରେ, ଆରମ୍ଭ ହୋଇ ଯାଇଛି ତର୍କ ବିତର୍କ। ବ୍ରିଟେନରେ ରାଜତନ୍ତ୍ରଙ୍କୁ ବିରୋଧ କରୁଥିବା ଲୋକେ ଏହି ଖୁଲମଖୁଲା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗତବର୍ଷ ହୋଇଥିବା ଏହି କାର୍ଯ୍ୟକ୍ରମର ଖର୍ଚ୍ଚରେ ପ୍ରଶ୍ନ ଉଠାଇ ଲୋକେ କହିଛନ୍ତି, ଆର୍ଥିକ ମାମଲାରେ ସଂଘର୍ଷ କରୁଥିବା ବ୍ରିଟେନ ପାଇଁ ଏହା ଏକ ବୋଝ ସଦୃଶ ଥିଲା। ଏହି ମୂଲ୍ୟହୀନ ସମାରୋହରେ ଇଂରାଜୀ ଟିକସଦାତାଙ୍କ ୯୦ ମିଲିୟନ ଡଲାରକୁ ପାଣି ଭଳି ଖର୍ଚ୍ଚ କରାଯାଇଥିଲା।
ସରକାରୀ ବିଭାଗ ଦ୍ୱାରା ଜାରି କରାଯାଇ ଥିବା ସରକାରୀ ତଥ୍ୟ ଅନୁସାରେ, ସଂସ୍କୃତି , ମିଡ଼ିଆ ଓ ଖେଳ ବିଭାଗ ଏହି କାର୍ଯ୍ୟକ୍ରମରେ ଖୁବ୍ ଅର୍ଥ ଲଗାଇ ଥିଲା। ଏହିସବୁ ବିଭାଗ ଗୁଡ଼ିକ ମିଶି ପାଖାପାଖି ୫୦ ମିଲିୟନ ପାଉଣ୍ଡର ଖର୍ଚ୍ଚ କରିଛନ୍ତି। ଅନ୍ୟପଟେ ବ୍ରିଟେନର ଗୃହ ମନ୍ତ୍ରଣାଳୟ ମଧ୍ୟ ଅନେକ ବର୍ଷ ପରେ ଥରେ ହେବାକୁ ଥିବା ଏହି ରାଜକୀୟ ଘଟଣା ଉପରେ ନଜର ରଖିବାରେ ମୋଟ ୨୧.୭ ମିଲିୟନ ପାଉଣ୍ଡ ଖର୍ଚ୍ଚ କରିଛି।
ବ୍ରିଟେନର ମହାରାଣୀ ଏଲିଜାବେଥ୍ଙ୍କର ୨୦୨୩ରେ ମୃତ୍ୟୁ ପରେ ତାଙ୍କର ପୁଅ କିଙ୍ଗ୍ ଚାର୍ଲ୍ସଙ୍କୁ ସିଂହାସନରେ ବସା ଯାଇଥିଲା। ବ୍ରିଟେନ୍ର ରାଜା ଭାବେ ତାଙ୍କର ଔପଚାରିକ ଅଭିଷେକ କାର୍ଯ୍ୟକ୍ରମରେ ସାରା ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ରାଜ୍ୟାଭିଷେକ ପରେ ତାପର ଦିନ ୱିଣ୍ଡସର ମହଲରେ ଏକ ମ୍ୟୁଜିକ କନସର୍ଟ ମଧ୍ୟ ରଖା ଯାଇ ଥିଲା। ଏହି ପୂରା କାର୍ଯ୍ୟକ୍ରମକୁ ଖୁବ୍ ଆଡମ୍ୱରରେ ପ୍ରଦର୍ଶନ କରାଯାଇ ଥିଲା।
ଏହି ଖର୍ଚ୍ଚକୁ ନେଇ ଲୋକେ ବ୍ରିଟେନର ରାଜକୀୟ ପରିବାରକୁ ବିରୋଧ କରୁଛନ୍ତି। ବିରୋଧକାରୀ କହିବାନୁସାରେ , ଆମ ଦେଶ ଏବେ ମହାମାରୀ ସମୟରୁ ବାହାରିଛି। ଆମ ସରକାର ଲଗାତାର ଆର୍ଥିକ ମାମଲାରେ ସଂଘର୍ଷ କରୁଛନ୍ତି। କିନ୍ତୁ ଏହାପରେ ମଧ୍ୟ ଏମିତି ମୁସ୍କିଲ ସମୟରେ ଏହି ମୂଲ୍ୟହୀନ ଭାବେ ଖର୍ଚ୍ଚ କରାଯାଉ ଥିଲା। ରାଜକୀୟର ବିରୋଧରେ ସଙ୍ଗଠନ ପରିଚାଳନା କରୁଥିବା ଗ୍ରାହମ ସ୍ମିଥ୍ ସିଏନଏନଙ୍କୁ କହିଛନ୍ତି କି ଯେବେ ବ୍ରିଟେନରେ ପିଲା ସ୍କୁଲ୍ ଯାଉ ପାରୁ ନାହାନ୍ତି ତ ଏମିତି ସମୟରେ କୌଣସି ଗଣତନ୍ତ୍ରରେ ରାଜକୀୟ ପରିବାର ଉପରେ ଏତେ ପରିମାଣର ଅର୍ଥ ଖର୍ଚଚ୍ କରାଯାଉଛି । ଏହି ସଂପୂର୍ଣ୍ଣ ଭୁଲ୍ ।
ରାଜତନ୍ତ୍ରକୁ ବିରୋଧ କରୁଥିବା ଲୋକ ରାଜକୀୟ ପରିବାରକୁ ମିଳୁଥିବା ସୁବିଧା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି କି, ବ୍ରିଟେନରେ ରାଜାଙ୍କୁ ଯେଉଁ ରିହାତି ଓ ସୁବିଧା ଦିଆଯାଉଛି, ତାହା ଖୁବ୍ ଅଧିକ । ୟୁରୋପରେ ଆହୁରି ଦେଶ ଅଛନ୍ତି ଯିଏ ରାଜତନ୍ତ୍ରକୁ ମାନନ୍ତି , କିନ୍ତୁ ସେମାନେ ନିଜର ରାଜାଙ୍କୁ ଓ ରାଜକୀୟ ପରିବାରକୁ ବ୍ରିଟେନ ଭଳି ସୁବିଧା ଦିଅନ୍ତି ନାହିଁ।