ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଚନ୍ଦ୍ରବାବୁ ନାଇଡୁଙ୍କ ନିୟମିତ ଜାମିନ୍ ବିରୋଧରେ ସୁପ୍ରିମକୋର୍ଟ ଗଲେ ଆନ୍ଧ୍ରପ୍ରଦେଶ ସରକାର

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଆଜି (ମଙ୍ଗଳବାର) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆନ୍ଧ୍ରପ୍ରଦେଶ ସରକାର । ଏହି ମାମଲାରେ ସେପ୍ଟେମ୍ବର ୯ ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ନାଇଡୁଙ୍କୁ ଗିରଫ କରାଯାଇଥିଲା ।

ଦେଢ ମାସରୁ ଅଧିକ ସମୟ ଜେଲରେ ରହିବା ପରେ, ହାଇକୋର୍ଟ ନାଇଡୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ବର୍ତ୍ତମାନ ହାଇକୋର୍ଟ ଏହାକୁ ନିୟମିତ ଜାମିନକୁ ବଦଳାଇଛନ୍ତି । ସୂଚନାଥାଉକି, ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୩ ଶହ କୋଟିରୁ ଅଧିକ ମୂଲ୍ୟର ସ୍କିଲ ସ୍କାମ କରିଥିବା ଅଭିଯୋଗ ହୋଇଛି । 

 କୋର୍ଟ ତାଙ୍କର ଆଦେଶରେ କହିଥିଲେ ଯେ, ଅଭିଯୁକ୍ତ (ନାଇଡୁ)ଙ୍କୁ ଅକ୍ଟୋବର ୩୧ ରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହୋଇଛି ଏବଂ ଦାଖଲ ହୋଇଥିବା ଜାମିନ ବଣ୍ଡରେ ଆବେଦନକାରୀଙ୍କୁ (ନାଇଡୁ) ନିୟମିତ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

 

Copyright © 2022 - Summa Real Media Private Limited. All Rights Reserved.