ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆପାର୍ଟମେଣ୍ଟ୍‌ ବିକ୍ରି କଲେ ଅମିତାଭ ବଚ୍ଚନ, ୪ ବର୍ଷରେ ବଢିଲା ୧୬୮ ପ୍ରତିଶତ ମୂଲ୍ୟ, ଏତେ କୋଟି ଲାଭ କଲେ ବିଗ୍‌ ବି

Published By : Krishna Priya | January 21, 2025 9:44 AM

ମୁମ୍ବାଇ ୨୧/୦୧: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ମୁମ୍ବାଇର ଓସିୱରାରେ ଥିବା ତାଙ୍କ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ ଅଫ୍‌ ରେଜିଷ୍ଟ୍ରେସନ୍‌ (IGR)ର ୱେବସାଇଟ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଅଭିନେତା ଏହି ପ୍ରପର୍ଟି ୨୦୨୧ ମସିହାରେ ପ୍ରାୟ ୩୧ କୋଟି ଟଙ୍କାରେ କିଣିଥିଲେ। ତେବେ ୪ ବର୍ଷ ପରେ ଏହି ପ୍ରପର୍ଟିର ମୂଲ୍ୟ କେତେ ବଢିଛି ଏବଂ ଅମିତାଭ ଏହାକୁ କେତେ ଟଙ୍କାରେ ବିକ୍ରି କରିଛନ୍ତି ଆସନ୍ତୁ ଜାଣିବା।

ରିପୋର୍ଟ ଅନୁଯାୟୀ, ୪ ବର୍ଷରେ ଏହି ପ୍ରପର୍ଟିର ମୂଲ୍ୟ ୧୬୮ ପ୍ରତିଶତ ବଢିଛି। ଯେବେ ୨୦୨୧ରେ ଅମିତାଭ ଏହି ଆପାର୍ଟମେଣ୍ଟ କିଣିଥିଲେ ସେତେବେଳେ ସେ ଏହାକୁ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ୧୦ ଲକ୍ଷ ଟଙ୍କାରେ ମାସିକ ଭଡାରେ ଦେଇଥିଲେ। ବର୍ତ୍ତମାନ ୪ ବର୍ଷ ପରେ ଅମିତାଭ ଏହି ଆପାର୍ଟମେଣ୍ଟ ପ୍ରାୟ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି ବୁଝାମଣା ଜାନୁଆରୀ ୨୦୨୫ରେ ରେଜିଷ୍ଟର୍‌ ହୋଇଛି। ଏଥିରେ ୪.୯୮ କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ଏବଂ ୩୦,୦୦୦ ଟଙ୍କାର ରେଜିଷ୍ଟ୍ରେସନ୍‌ ଫିସ୍‌ ଲାଗିଛି। ଅର୍ଥାତ୍‌ ଅମିତାଭ ପ୍ରପର୍ଟି ବିକ୍ରି କରି ପାଖାପାଖି ୫୨ କୋଟି ଟଙ୍କା ଲାଭ କରିଛନ୍ତି।

ତେବେ ଅମିତାଭଙ୍କ ଏହି ଡୁପ୍ଲେକ୍ସ ଆପାର୍ଟମେଣ୍ଟର କ୍ଷେତ୍ରଫଳ ପ୍ରାୟ ୫୨୯.୯୪ ବର୍ଗ ମିଟର ଏବଂ କାର୍ପେଟ୍‌ ଏରିଆ ପ୍ରାୟ ୫,୧୮୫.୬୨ ବର୍ଗ ମିଟର। ଏହା ସହିତ ଏକ ବଡ ଛାତ ଏବଂ ୬ ମେକାନାଇଜ୍ଡ କାର ପାର୍କିଂଗ୍ ପାଇଁ ସ୍ଥାନ ରହିଛି। ଏହି ପ୍ରପର୍ଟି ବ୍ୟତୀତ ବିଗ୍‌ ବିଙ୍କ ପାଖରେ ଅନ୍ଧେରୀ ୱେଷ୍ଟରେ ତିନୋଟି କମର୍ସିଆଲ୍‌ ପ୍ରପର୍ଟି ରହିଛି। ସେ ଏହାକୁ ପ୍ରାୟ ୬୦ କୋଟି ଟଙ୍କାରେ କିଣିଥିଲେ।   ଏହା ବ୍ୟତୀତ ୨୦୨୩ରେ ସେହି ବିଲ୍ଡିଂରେ ପାଖାପାଖି ୨୯ କୋଟି ଟଙ୍କାରେ ୪ ୟୁନିଟ୍ସ ବି କିଣିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.