ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବା ପରେ ଦେଶବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଲେ ଗୌତମ ଗମ୍ଭୀର

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ହୋଇଛନ୍ତି ଗୌତମ ଗମ୍ଭୀର । ଟି-୨୦ ବିଶ୍ବକପ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗୌତମ ଗମ୍ଭୀର ତାଙ୍କ ସ୍ଥାନ ନେଇଛନ୍ତି । ଟିମ ଇଣ୍ଡିଆର ହେଡ୍‌ କୋଚ୍‌ ହେବା ପରେ ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ୧୪୦ କୋଟି ଦେଶବାସୀଙ୍କୁ ଏକ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟ କୋଚ୍‌ ଭାବରେ ସେ ନିଜର ବେଷ୍ଟ ଦେବେ ବୋଲି କହିଛନ୍ତି । 

ସୋସିଆଲ ମିଡିଆରେ ଗମ୍ଭୀର ଲେଖିଛନ୍ତି, ‘ଭାରତ ମୋର ପରିଚୟ ଏବଂ ନିଜ ଦେଶର ସେବା କରିବା ମୋ ଜୀବନର ସବୁଠୁ ବଡ଼ ସୌଭାଗ୍ୟ ।ସବୁ ଭାରତୀୟଙ୍କୁ ଗୌରବାନ୍ବିତ କରିବା ମୋର ଲକ୍ଷ୍ୟ । ମୁଣ୍ଡର ଟୋପି ବଦଳିଛି କିନ୍ତ ସ୍ବପ୍ନ ସମାନ ରହିଛି । ନୀଳ ଜର୍ସି ଖେଳାଳିଙ୍କ କାନ୍ଧ ଉପରେ ୧୪୦ କୋଟି ଭାରତୀୟ ସ୍ବପ୍ନ ପୂରଣ କରିବାର ଦାୟିତ୍ବ ରହିଛି । ଏହି ସ୍ବପ୍ନକୁ ପୂରଣ କରିବା ଲାଗି ସବୁ କିଛି କରିବି ।’




ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ଦାୟିତ୍ବ ମିଳିଥିବା ବେଳେ ସେ କ୍ରିକେଟ ପ୍ରେମୀଙ୍କ ସ୍ବପ୍ନ ପୂରଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଗମ୍ଭୀର ଟିମ୍‌ ଇଣ୍ଡିଆ ଲାଗି ଦୀର୍ଘ ଦିନ ଖେଳିଛନ୍ତି । ଜଣେ ବ୍ୟାଟର ଭାବରେ ସେ ଭାରତୀୟ ଟିମ୍‌କୁ ୨୦୦୭ ଟି-୨୦ ବିଶ୍ବକପ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୬ଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ନେତୃତ୍ବ ନେଇଥିଲେ ଏବଂ ଟିମ୍‌ ସବୁ ମ୍ୟାଚ୍‌ ଜିତିଥିଲା । 

ଏହା ବ୍ୟତୀତ ଗୌତମ ଗମ୍ଭୀର ଦୁଇଟି ଆଇପିଏଲ ଟ୍ରଫି ଜିତିଛନ୍ତି । ମେଣ୍ଟର ଭାବରେ କେକେଆରକୁ ୨୦୨୪ ଟ୍ରଫି ବିଜେତା କରାଇଛନ୍ତି ଗୌତମ ଗମ୍ଭୀର । ତାଙ୍କର ସକ୍ସେସ୍‌ ରେଟ୍‌ ଖୁବ ଅଧିକ ଥିବା ବେଳେ ମୁଖ୍ୟ କୋଚ୍‌ ଭାବରେ ଟିମ୍‌ ଇଣ୍ଡିଆକୁ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ୍‌, ଚାମ୍ପିୟନ୍ସ ଟ୍ରଫି, ଟି-୨୦ ବିଶ୍ବକପ୍‌ ୨୦୨୬ ଏବଂ ୨୦୨୭ ବିଶ୍ବକପ୍‌ରେ ବିଜୟୀ କରିବାକୁ ଗମ୍ଭୀର ଚେଷ୍ଟା କରିବେ ।

  • Team India
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.