ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ମମତାଙ୍କ ସହ ମତଭେଦ, ବିଜେପିରେ ସାମିଲ ହେବେ କି ଅଭିଷେକ ବାନାର୍ଜୀ ? ଜାଣନ୍ତୁ କ’ଣ ଦେଲେ ପ୍ରତିକ୍ରିୟା...

Published By : Prameya | February 27, 2025 5:43 PM

କୋଲକାତା,୨୭।୨: ମମତା ବାନାର୍ଜୀଙ୍କ ସହ ନାହିଁ କୌଣସି ମତଭେଦ କିମ୍ବା ବିବାଦ। ଏଭଳି କହିଛନ୍ତି ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ପିଉସୀ ମମତା ବାନାର୍ଜୀଙ୍କ ସହ ମତଭେଦର ଖବରକୁ ସିଧାସଳଖ ଖଣ୍ଡନ କରିଛନ୍ତି ଅଭିଷେକ। ସେ ଦଳର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମୁଁ ତୃଣମୂଳ କଂଗ୍ରେସର ଜଣେ ନିଷ୍ଠବାନ ସିପାହୀ। ମୋର ନେତା ହେଉଛନ୍ତି ମମତା ବାନାର୍ଜୀ।’

ଜୀବନ ବୀମା ପଲିସି ନେଇଥିଲେ ଜାଣି ରଖନ୍ତୁ ଏହି ଖବର, କ୍ଲେମ୍ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଧରଣର ନିର୍ଦେଶ

ଏହା ସହ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯେଉଁ ଲୋକ କହୁଛନ୍ତି ମୁଁ ବିଜେପିରେ ହେବାକୁ ଯାଉଛି, ସେମାନେ ମିଛ କଥା କହୁଛନ୍ତି। ଯଦି ମୋର ମୁଣ୍ଡ କାଟି ଦିଆଯିବ ତେବେ ବି ମୁଁ ମମତା ବାନାର୍ଜୀ ଜିନ୍ଦାବାଦ କହିବି। ଆଜିକାଲି ଯେଉଁ ସବୁ ଖବର ଆସୁଛି ତାହା ସମ୍ପୂର୍ଣ୍ଣ ଭାବରେ ମିଛ। ମୁଁ ଜାଣିଛି ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ନିହିତ ସ୍ବାର୍ଥ କାରଣରୁ କିଛି ଲୋକ ଏଭଳି ମିଛ ଖବର  ପ୍ରଚାର କରୁଛନ୍ତି।

ଦଳର ସଦସ୍ୟଙ୍କ ସହ ବିବାଦ ନକରି ଜନସେବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି କହିଛନ୍ତି ଅଭିଷେକ। ସେ ମତଭେଦକୁ ଭୁଲି ଲୋକଙ୍କ ପାଇଁ କାମ କରିବା  ଉପରେ ଧ୍ୟାନ ଦେବାକୁ ଚାହାନ୍ତି। ଷଡଯନ୍ତ୍ରରେ ସାମିଲ ହେବାର କୌଣସି ଅର୍ଥ ନାହିଁ। ହ୍ବାଟସଆପ୍‌ ଗ୍ରୁପର ରାଜନୀତିରେ ଲିପ୍ତ ଲୋକଙ୍କୁ ଜଣା ରହିବା ଦରକାର ଯେ ଏଭଳି ଚେଷ୍ଟା ବ୍ୟର୍ଥ ହେବ। ଷଡଯନ୍ତ୍ର କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ। ସେ କହିଛନ୍ତି, ଦଳ ଭିତରେ ଗଦ୍ଦାରଙ୍କୁ ପର୍ଦାଫାଶ କରିବୁ, ଯେମିତି ସେମାନେ ଗତ ନିର୍ବାଚନ ସମୟରେ କରିଥିଲେ। ମୁକୁଲ ରୟ ଓ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ନେତା ଦଳକୁ ଧୋକା ଦେଇଥିବା ନେତାଙ୍କୁ ଚିହ୍ନଟ କରିଥିଲି। ଆଗାମୀ ଦିନରେ ଏଭଳି ଲୋକଙ୍କୁ ମଧ୍ୟ ଚିହ୍ନଟ କରିବି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.