ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଫୁଟବଲ ପ୍ରତିଯୋଗିତା ଉଦଯାପିତ, ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

Published By : Prameya | August 1, 2024 9:44 PM

ଫିରିଙ୍ଗିଆ, ୦୧/୦୮ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ଗ୍ରାମପଞ୍ଚାୟତ ବରେବାଟା ଠାରେ ଥିବା ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବାର୍ଷିକ ଲିଗ୍ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I  ଦୀର୍ଘଦିନ ଧରି ଗ୍ରାମାଞ୍ଚଳ ଦକ୍ଷ ଖେଳାଳି ନେଇ ଅନୁଷ୍ଠିତ ହୋଇଥିଲା I ଚକାଡୋଳା କ୍ଲବ ପ୍ରଥମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I 

ତେବେ ଏହି ପ୍ରତିଯୋଗିତାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ପ୍ରତିମା କହଁର, ସମ୍ମାନିତ ଅତିଥି ଇନ୍ଦିରା କହଁର ଯୋଗ ଦେଇଥିଲେ I ସାତ ଦିନ  ଧରି ଏହି ପ୍ରତିଯୋଗିତାରେ ବରେବାଟା ଚକାଡୋଳା  ଫୁଟବଲ କ୍ଳବର ସଭାପତି ଘାସିରାମ କହଁର, ସମ୍ପାଦକ ପ୍ରଦିପ କହଁର, ସହ ସମ୍ପାଦକ ଗୋବିନ୍ଦ କହଁର , ସଦସ୍ୟ  ଟୁଇଟର ମ୍ୟାନ୍ ସୁନାଶିର ଦିଗାଲ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ I ସାତଦିନଧରି  ଖେଳକୁ ଜିଲ୍ଲା ର ଜଣାଶୁଣା ରେଫରୀ ପ୍ରଫୁଲ୍ଲ କହଁର ଙ୍କ ସହ ରାକେଶ ଦିଗାଲ,  ଅଚ୍ୟୁତାନନ୍ଦ କହଁର ଖେଳ ପରିଚାଳନା କରିଥିଲେ I ସାତଦିନ ଧରି ଫିରିଙ୍ଗିଆ ବ୍ଲକ ର ବଛାବଛା ଆଠଟି  ଟିମ ଭାଗନେଇଥିବା ବେଳେ ଭାଲୁରୁଗାଁ   ଟିମ୍ ସହ ତଲପଡା ଟିମ୍ ମଧ୍ୟ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା I ଉଭୟ ଦଳର ଖେଳ ସଂଘର୍ଷ ପୁର୍ଣ ଥିବା ବେଳେ ଏକ ଶୂନ ଗୋଲରେ  ଭାଲୁରୁଗାଁ ଟିମ୍ କୁ ହରାଇ ତଲପଡା ଫୁଟବଲ ଟିମ୍ ଚାମ୍ପିୟନ ହୋଇଥିଲା I ଖେଳ ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଆୟୋଜକ କମିଟି ତରଫରୁ ଅତିଥି ମାନେ ଟ୍ରଫି ସହ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.