ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପହଲଗାମ ଆକ୍ରମଣର ଦିନକ ପରେ ବଡ଼ ଷଡ଼ଯନ୍ତ୍ର, ବାରମୁଳା ଦେଇ ଅନୁପ୍ରବେଶ କରୁଥିଲେ ଆତଙ୍କବାଦୀ

Published By : Anindita Ratha | April 23, 2025 9:28 AM

ନୂଆଦିଲ୍ଲୀ,୨୩/୦୪: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଉତ୍ତରାଞ୍ଚଳର ରାଜ୍ୟଗୁଡ଼ିକରେ ହାଇ ଆଲର୍ଟରେ ରହିଛି। ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରର ବାରମୁଲା ଜିଲ୍ଲା ଏଲଓସିରେ  ଅନୁପ୍ରବେଶ ପ୍ରୟାସକୁ ଭାରତୀୟ ସେନା ବିଫଳ କରିଛି।

ବିବୃତିରେ ସେନା କହିଛି ଯେ, ୨୩ ଏପ୍ରିଲ ସକାଳେ ଉତ୍ତର କାଶ୍ମୀରର ଉରି ନାଲା ନିକଟ ସର୍ଜୀବନ ଅଞ୍ଚଳ ଦେଇ ଦୁଇରୁ ତିନି ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ନିୟନ୍ତ୍ରଣ ରେଖାରେ ସତର୍କ ସୈନିକମାନେ ଅନୁପ୍ରବେଶକାରୀ ଦଳକୁ ଚ୍ୟାଲେଞ୍ଜ କରି ଅଟକାଇଥିଲେ, ଯାହା ଫଳରେ ଗୁଳିବିନିମୟ ହୋଇଥିବା ସେନା କହିଛି। ତେବେ ଆତଙ୍କୀଙ୍କ ଏହି ଅନୁପ୍ରବେଶ ପ୍ରୟାସ ପହଲଗାମ ନିକଟ ବୈସରନ ଉପତ୍ୟକାରେ ଘଟିଥିବା ନିର୍ମମ ଆତଙ୍କବାଦୀ ଆକ୍ରମଣର ଏକ ଦିନ ପରେ ହୋଇଛି ।  ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି।  ଯେଉଁମାନଙ୍କ ମଧ୍ୟରେ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକ ନିହତ ହୋଇଥିଲେ। 

୨୦୧୯ରେ ପୁଲୱାମା ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା । ଅନ୍ୟପଟେ ଏହି ଆକ୍ରମଣ ପରେ ଦିଲ୍ଲୀ, ମୁମ୍ବାଇ, ଜୟପୁର ଏବଂ ଅମୃତସର ସମେତ ବିଭିନ୍ନ ସହର ହାଇ ଆଲର୍ଟରେ ରହିଛି।  ଯେଉଁଠାରେ ସୁରକ୍ଷା ସଂସ୍ଥାଗୁଡ଼ିକ ନିରୀକ୍ଷଣ ଓ ସୀମାନ୍ତ ଯାଞ୍ଚକୁ ତୀବ୍ର କରିଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.