ନୂଆଦିଲ୍ଲୀ: ଡିଫେଡିଙ୍ଗ ଚାମ୍ପିୟନ କୋଲକାତା ନାଇଟ ରାଇଡର(କେକେଆର) ଆଇପିଏଲ-୧୮ରେ ନିଜର ପ୍ରଥମ ବିଜୟ ହାସଲ କରିଛି। କେକେଆର ବୁଧବାର ରାଜସ୍ଥାନ ରୟାଲ(ଆରଆର)କୁ ୮ ୱିକେଟରେ ହରାଇଛି। କ୍ୱିଣ୍ଟନ ଡି କକ୍ ଲଗାତାର ଦୁଇଟି ଛକା ମାରି ଟିମ୍ କୁ ବିଜୟର ସ୍ୱାଦ ଚଖାଇଛନ୍ତି।
ଗୌହାଟିର ବରସାପାର କ୍ରିକେଟ ଷ୍ଟାଡିୟମରେ କୋଲକାତା ୧୫୨ ରନ ଟାର୍ଗେଟକୁ ୧୭.୩ ଓଭରରେ ୨ଟି ୱିକେଟ ହରାଇ ହାସଲ କରିନେଇଥିଲା। ଡି କକ୍ ମୋଟ୍ ୯୭ ରନ କରି ନଟ ଆଉଟ୍ ହୋଇ ଦଳ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭାଗିଦାରି ଖେଳିଥିଲେ। ତାଙ୍କ ସହ ସହଭାଗିତାରେ ଅଙ୍ଗକୃଷ୍ଣ ରଘୁବଂଶୀ ମୋଟ୍ ୨୨ ରନ ସଂଗ୍ରହ କରିଥିଲେ।
ଟସ୍ ହାରି ପ୍ରଛଥମ ବ୍ୟାଟିଂ କରିବାକୁ ଆସିଥିବା ରାଜସ୍ଥାନ ୨୦ ଓଭରରେ ୮ ୱିକେଟ ହରାଇ ମୋଟ୍ ୧୫୧ ରନ ବନାଇଥିଲା। ଧ୍ରୁବ ଜୁରେଲ ସବୁଠୁ ଅଧିକ ୩୩ ରନ ସଂଗ୍ରହ କରିଥିଲେ। ଅନ୍ୟପଟେ ଯଶସ୍ୱି ଜୟସୁଆର ୨୯ ରନ ଓ ଦଳର କ୍ୟପଟେନ ରିୟାନ ପରାଗ ମୋଟ୍ ୨୫ ରନ୍ ସଂଗ୍ରହ କରିଥିଲେ। କୋଲକାତା ପକ୍ଷରୁ ବୈଭବ ଅରୋଡ଼ା, ହର୍ଷିତ ରାଣା, ମୋଇନ୍ ଅଲ୍ଲୀ ଏବଂ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ସ୍ପେସର ଜନସନ୍ ଶେଷ ଓଭରରେ ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରି ଏକ ସଫଳତା ହାସଲ କରିଥିଲେ।