ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ନ୍ୟୁୟର୍କ ଯାଉଥିବା ବିମାନ ପୁଣି ଫେରିଆସିଲା ମୁମ୍ବାଇ, ଯାତ୍ରୀଙ୍କ ସୁରକ୍ଷା ପାଇଁ ନିଷ୍ପତ୍ତି ନେଲା ଏୟାର ଇଣ୍ଡିଆ

Image Courtesy: ndtv

ମୁମ୍ବାଇ: ଆମେରିକାର ନ୍ୟୁୟର୍କକୁ ଉଡ଼ାଣ ଭରିଥିବା ଏକ ଏୟାର ଇଣ୍ଡିଆ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁଣି ମୁମ୍ବାଇ ଏୟାରପୋର୍ଟକୁ ଫେରିଆସିଛି । ବୋଇଂ ୭୭୭ ବିମାନ ଫେରି ଆସିବା ପରେ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଛି । ଏହା ପରେ ବିମାନର ମରାମତି କାର୍ଯ୍ୟ ଜାରି ରହିଥିବା ନେଇ ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି । ଏଆଇ ୧୧୯ ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନ ଫେରି ଆସିବା ସହ ସୁରକ୍ଷିତ ଲ୍ୟାଣ୍ଡିଂ କରିଛି । ଏଥିରେ ସାମନ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ବେଳେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଏୟାର ଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ବିମାନରେ କେତେଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ ସେନେଇ ତଥ୍ୟ ମିଳିପାରି ନାହିଁ । ହେଲେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ବିମାନକୁ ତୁରନ୍ତ ଫେରିବାକୁ ପଡ଼ିଥିଲା । ନ୍ୟୁୟର୍କ ଯାଇପାରିନଥିବା ସମସ୍ତ ଯାତ୍ରୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ସମସ୍ତ ପ୍ରକାର ସହାୟତା କରାଯାଉଛି । ଏପରିକି ସେମାନଙ୍କୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇବା ଲାଗି ଏୟାର ଲାଇନ୍ସ ପକ୍ଷରୁ ଚେଷ୍ଟା ଜାରି ରହିଛି ବୋଲି ଜଣାପଡ଼ିଛି ।

 ଯାତ୍ରୀମାନଙ୍କୁ ହୋଟେଲରେ ରହିବା ବ୍ୟବସ୍ଥା କରାଯାଉଛି । କେତେକଙ୍କୁ ଅନ୍ୟ ବିମାନରେ ନ୍ୟୁୟର୍କ ପଠାଯାଉଛି । ଏହା ସହ କେତେକ ଯାତ୍ରୀଙ୍କୁ ଅନ୍ୟ ତାରିଖରେ ଯିବା ପାଇଁ ଏୟାର ଲାଇନ୍ସ ପକ୍ଷରୁ ଅନୁରୋଧ କରାଯାଇଥିବା କୁହାଯାଉଛି । ହେଲେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏୟାର ଲାଇନ୍ସର ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି । 

ବିଶ୍ୱର ସବୁଠୁ ମହଙ୍ଗା ହ୍ୱିସ୍କି, ୨୩ କୋଟିରେ ନିଲାମ

  • Air india
  • Copyright © 2022 - Summa Real Media Private Limited. All Rights Reserved.