ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା, ସ୍ବଦେଶୀ ଆଣ୍ଟି ସିପ୍‌ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଅଗ୍ରଗତି କରିବାରେ ଲାଗିଛି । ସ୍ଥଳ, ଜଳ ଏବଂ ବାୟୁ ସେନାର ଶକ୍ତି ବୃଦ୍ଧି ପାଉଛି । ଇତିମଧ୍ୟରେ ଦେଶର ନୌସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ପରୀକ୍ଷଣ ହୋଇଥିବା ସ୍ବଦେଶୀ ଆଣ୍ଟି ସିପ୍‌ ମିସାଇଲ୍‌ ସଫଳ ହୋଇଛି । ଭାରତୀ ନୌସେନା ଏବଂ ଡିଆରଡିଓର ମିଳିତି ଉଦ୍ୟମରେ ତିଆରି ହୋଇଥିବା ଏହି ବିଧ୍ବଂସୀ ମିସାଇଲର ପରୀକ୍ଷଣ ସଫଳ ହୋଇଛି ।

ହେଲିକପ୍ଟରରୁ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ଜଣାପଡ଼ିଛି । ଡିଆରଡିଓ ସହାୟତାରେ ଏହି ପରୀକ୍ଷ କରିଛି ଭାରତୀୟ ନୌସେନା । ଉଡ଼ନ୍ତା 42B ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଛି । ତେବେ ଏହା ନୌସେନାର ପ୍ରଥମ ସ୍ବଦେଶୀ କ୍ଷେପଣାସ୍ତ୍ର । ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି ଭାରତ । ଭାରତୀୟ ନୌସେନା ଏବଂ ଡିଆରଡିଓ ସ୍ୱଦେଶୀ ନାଭାଲ୍ ଆଣ୍ଟି ସିପ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ।



42B ହେଲିକପ୍ଟରରୁ ଏହି ପରୀକ୍ଷା କରାଯାଇଛି। ସୋସିଆଲ ମିଡିଆରେ ନୌସେନା ପକ୍ଷରୁ କୁହାଯାଇଛି ଯେ, କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନୌସେନା ଏହାର ଭିଡିଓ ଏବଂ ଫଟୋ ମଧ୍ୟ ଜାରି କରିଛି । 42B ହେଲିକପ୍ଟର ଦ୍ୱାରା ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍ର ସଫଳ ପରୀକ୍ଷଣ ପରେ ଦେଶର ନୌସେନା ଏବଂ ଡିଆରଡିକୁ ଶୁଭେଚ୍ଛାର ସୁଅ ଛୁଟିଛି ।

  • Indian Navy
  • Copyright © 2022 - Summa Real Media Private Limited. All Rights Reserved.