ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଲସ୍କର-ଏ ତୋଇବାକୁ ଆତଙ୍କୀ ସଂଗଠନ ଭାବେ ତାଲିକାଭୁକ୍ତ କଲା ଇସ୍ରାଏଲ, ହମାସ ସହ ଯୁଦ୍ଧ ମଧ୍ୟରେ କାହିଁକି ନେଲା ନିଷ୍ପତ୍ତି ?

ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ ପୂରଣ ହେବାକୁ ଯାଉଛି  । ଏହାକୁ ମାତ୍ର ୫ ଦିନ ବାକି ଥିବା ବେଳେ ଆକ୍ରମଣ ପାଇଁ ଦାୟୀ ଲସ୍କର-ଏ-ତୋଇବା (ଏଲଇଟି) କୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛନ୍ତି ଇସ୍ରାଏଲ୍ ସରକାର ।

ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସ୍ମୃତିଚାରଣର ୧୫ ତମ ବର୍ଷକୁ ନଜରରେ ରଖି ଇସ୍ରାଏଲ୍ ଲସ୍କର-ଏ-ତୋଇବାକୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛି । ଏହା ସହିତ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଏପରି କରିବାକୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇ ନଥିଲେ ସୁଦ୍ଧା ନିୟମ ଅନୁଯାୟୀ ଏହି କାର୍ଯ୍ୟ କରିବା ପୂର୍ବରୁ ଇସ୍ରାଏଲ ପକ୍ଷରୁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି । ଇସ୍ରାଏଲ ପକ୍ଷରୁ ତାଲିକାଭୁକ୍ତ କରାଯାଇଥିବା ଆତଙ୍କବାଦୀ ସଂଗଠନ ଗୁଡିକ ମଧ୍ୟରୁ ଲଶ୍କର-ଏ-ତୋଇବା ହେଉଛି ଏକ ସକ୍ରିୟ ସଂଗଠନ । 

ସୂଚନାଯୋଗ୍ୟ, ୨୦୦୮ରେ ୧୦ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଆରବ ସାଗର ଦେଇ ମୁମ୍ବାଇ ପଠାଇଥିଲା ଲସ୍କର-ଏ-ତୋଇବା । ୨୦୦୮ରେ ନଭେମ୍ବର ୨୬ରେ ଏହି ଆତଙ୍କବାଦୀମାନେ ରେଳ ଷ୍ଟେସନ ଏବଂ ତାଜ ହୋଟେଲ ସମେତ ଅନେକ ସର୍ବସାଧାରଣ ସ୍ଥାନରେ ଗୁଳିମାଡ କରିଥିଲେ । ଆତଙ୍କବାଦୀଙ୍କ ଆତଙ୍କ ମୁମ୍ବାଇରେ ଚାରି ଦିନ ଧରି ଚାଲିଥିଲା । ଏହି ଆକ୍ରମଣରେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା । 

ଲସ୍କର-ଏ-ତୋଇବା ଆତଙ୍କବାଦୀମାନେ ପ୍ରାୟ ୧୬୦ ଜଣଙ୍କୁ ହତ୍ୟା କରିଥିଲେ । ନିହତମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ଥିଲେ । ଆକ୍ରମଣ ମଧ୍ୟରେ ମୁମ୍ବାଇର ନରିମାନ ହାଉସରେ କାନ୍ଦୁଥିବା ଇସ୍ରାଏଲ ଶିଶୁର ଫଟୋ ସମସ୍ତଙ୍କୁ ମର୍ମାହତ କରିଥିଲା । ଏହି ଶିଶୁର ନାମ ମୋଶେ ହୋଲଟବର୍ଗ ଥିବା ବେଳେ ତାର ପିତାମାତାଙ୍କୁ ଆତଙ୍କବାଦୀମାଦନେ ଗୁଳି କରି ହତ୍ୟା କରିଥିଲେ ।

ଅନ୍ୟପଟେ, ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ କାହିଁକି ଏଭଳି ନିଷ୍ପତ୍ତି ନେଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ଭାରତର ସମର୍ଥନ ପାଇବା ଲାଗି ଇସ୍ରାଏଲ ଏଭଳି କରିଥାଇପାରେ ବୋଲି କୁହାଯାଉଛି । କାରଣ ହମାସ-ଇସ୍ରାଏଲ ଯୁଦ୍ଧରେ ଭାରତ ନିରପେକ୍ଷ ରହିଆସିଛି । ଇସ୍ରାଏଲ ଉପରେ ପ୍ରଥମେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଥିବା ବେଳେ ପାଲେଷ୍ଟାଇନ୍‌କୁ ମାନବୀୟ ସହାୟତା ପଠାଇଛି ।  

  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.