ନୂଆଦିଲ୍ଲୀ: ୫ ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ଭାରତ । ଦେଶର ଅର୍ଥବ୍ୟବସ୍ଥା ୪ ଟ୍ରିଲିୟନ୍ ଡଳାରକୁ ଅତିକ୍ରମ କରିଥିବା ବେଳେ ବିଶ୍ବରେ ଚତୁର୍ଥ ବୃହତ୍ତ ଅର୍ଥନୀତି ହେବାକୁ ଯାଉଛି ଭାରତ । ଭାରତର ଜିଡିପି ନଭେମ୍ବର ୧୮ ରାତିରେ ହିଁ ୪ ଟ୍ରିଲିୟନ୍ ଡଲାର ଅତିକ୍ରମ କରିଛି ବୋଲି ଜିଡିପି ଲାଇଭ ତଥ୍ୟରୁ ଜଣାପଡ଼ିଛି ।
ଘର, ବ୍ୟବସାୟ ସବୁ ଗଲା...୧୭ ଲକ୍ଷ ଆଫଗାନିସ୍ତାନୀୟଙ୍କୁ କାହିଁକି ପାକିସ୍ତାନରୁ ବାହାର କରାଯାଉଛି?
ନଭେମ୍ବର ରାତି ୧୦.୩୦ରେ ଭାରତର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିବା ସହ ବିଶ୍ବର ଚତୁର୍ଥ ଅର୍ଥନୀତର ନିକଟତର ହୋଇଛି । ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ ସହ ସମକ୍ଷକ ହେବାକୁ ଯାଉଛି ଭାରତ । ଜର୍ମାନ ଏବଂ ଭାରତ ମଧ୍ୟରେ ଜିଡିପିର ଅନ୍ତର ବହୁତ କମ୍ ରହିଛି ।
‘ଧୁମ୍’ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଗଢବୀଙ୍କ ହୃଦଘାତରେ ପରଲୋକ, ଘରେ ଚା’ ପିଇବା ବେଳେ ହଠାତ ତଳେ ପଡିଗଲେ
ଏବେ ଆମେରିକା ବିଶ୍ବରେ ସବୁଠୁ ବଡ଼ ଅର୍ଥନୀତି ହୋଇଥିବା ବେଳେ ଦେଶର ଜିଡିପି ୨୬.୭ ଟ୍ରିଲିୟନ୍ ଡଲାର ରହିଛି । ଏହା ପରେ ୧୯.୨୪ ଟ୍ରିଲିୟନ ଡଲାର ସହ ପଡ଼ୋଶୀ ଚୀନ୍ ଦ୍ବିତୀୟ ସ୍ଥାନରେ ରହିଛି । ସେହିଭଳି ୪.୩୯ ଟ୍ରିଲିୟନ ଡଲାର ସହ ଜାପାନ ତୃତୀୟ ସ୍ଥାନରେ ରହିଥିବା ବେଳେ ୪.୨୮ ଟ୍ରିଲିୟନ୍ ଡଲାର ଇକୋନୋମି ସହ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି ।
ଉତ୍ତରକାଶୀ ଟନେଲ୍, ୪ଟି ଭିନ୍ନ ଭିନ୍ନ ସ୍ଥାନରୁ ଖୋଳିବା ଆରମ୍ଭ କଲେ ୪ଟି ଉଦ୍ଧାରକାରୀ ଟିମ୍