ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଚର୍ଚ୍ଚର ଭୂତଳ କୋଠରୀ ତଳେ ଐତିହାସିକ ଭଣ୍ଡାର, ଆବିଷ୍କୃତ ହେଲା ହଜାର ବର୍ଷ ତଳର ସୁନା-ଗହଣା

Published By : Prameya | January 11, 2025 1:56 PM

ନୂଆଦିଲ୍ଲୀ ୧୧/୦୧: ଏକ ଚର୍ଚ୍ଚର ଭୂତଳ କୋଠରୀରୁ ଦୀର୍ଘ ଦଶନ୍ଧି ଧରି ଲୁକ୍କାୟିତ ଦୁର୍ଲଭ ଐତିହାସିକ ଭଣ୍ଡାର ମିଳିଛି । ଏଥିରେ ମଧ୍ୟଯୁଗୀୟ ୟୁରୋପ ଶାସକଙ୍କ ମୁକୁଟ ଓ ପ୍ରତୀକ ଚିହ୍ନ ସମେତ ଅନେକ ବସ୍ତୁ ରହିଛି । ଗୋ ଭିଲନିୟସ ଟୁରିଜମ୍‌ ପ୍ରମୋସନ ଏଜେନ୍ସି ଅନୁସାରେ, ୧୯୩୯ ମସିହାରେ ୨ୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରଠୁ ଲିଥୁଆନିଆ ସ୍ଥିତ ଭିଲନିୟସ ଚର୍ଚ୍ଚର ଗୁପ୍ତ ଭଣ୍ଡାରକୁ ଦେଖାଯାଇ ନାହିଁ । ମିଳିଥିବା ଐତିହାସିକ ଭଣ୍ଡାର ମଧ୍ୟରେ ଲିଥୁଆନିଆର ପୋଲାଣ୍ଡ ଓ ଗ୍ରାଣ୍ଡ୍‌ ଡ୍ୟୁକ୍‌ର ରାଜା ଆଲେକ୍‌ଜାଣ୍ଡର ଜଗିଲୋନ୍‌ଙ୍କର ଏକ ମୁକୁଟ ଅଛି । ରାଜା ୧୪୬୧- ୧୫୦୬ ମସିହା ପର୍ଯ୍ୟନ୍ତ ବଞ୍ଚିଥିଲେ । ଏଥିସହ ଆଉ ଏକ ମୁକୁଟ, ଏକ ପଦକ, ଏକ ଚେନ୍‌, ଏକ ମୁଦି ଏବଂ ଅଷ୍ଟ୍ରିଆର ଏଲିଜାବେଥ୍‌ (୧୪୩୬-୧୫୦୫) ଙ୍କର ଏକ କଫିନ୍‌ ଫଳକ ରହିଛି । 

ବାରବାରା ରାଡ୍‌ଜିୱିଲଙ୍କର ଏକ ମୁକୁଟ, ଏକ ରାଜଦଣ୍ଡ, ରାଜକୀୟ ଗୋଲାକାର ପିଣ୍ଡ, ୩ ମୁଦି, ଗୋଟିଏ ଚେନ୍‌ ଓ ଏକ କଫିନ୍‌ ଫଳକ ବି ମିଳିଲା । ବାରବାରା ଲିଥୁଆନିଆର ପୋଲାଣ୍ଡ ଓ ଗ୍ରାଣ୍ଡ୍‌ ଡ୍ୟୁକ୍‌ର ରାଜା ସିଗିସମୁଣ୍ଡ ୨ୟ ଅଗଷ୍ଟସ୍‌ଙ୍କୁ ବିବାହ କରିଥିଲେ । ୧୫୫୧ ମସିହାରେ ବାବାରାଙ୍କର ମୃତ୍ୟୁ ହୋଇଥିଲା । ଭିଲନିୟସ ଆର୍କବିଶପ୍‌ ଜିନତାରାସ୍‌ ଗ୍ରୁସାସ୍‌ କହିଛନ୍ତି, ଲିଥୁଆନିଆ ଓ ପୋଲାଣ୍ଡ ଶାସକଙ୍କର ଏହି ସମାଧି ପ୍ରତୀକଗୁଡ଼ିକର ଆବିଷ୍କାର ଅମୂଲ୍ୟ ଐତିହାସିକ ସମ୍ପତ୍ତି, ଲିଥୁଆନିଆର ପ୍ରାଚୀନ ପରମ୍ପରାର ପ୍ରତୀକ, ଭିଲନିୟସ୍‌ ସହର ରାଜଧାନୀ ଥିବାର ସଙ୍କେତ ଏବଂ ସୁନା ଓ ଅଳଙ୍କାରଗୁଡ଼ିକର ଚମତ୍କାର କାରୁକାର୍ଯ୍ୟ । 

ଗବେଷକଙ୍କ ଅନୁସାରେ, ମୃତ୍ୟୁ ପରେ ରାଜ ପରିବାରର ସଦସ୍ୟଙ୍କୁ ସମାଧି ଦେବା ସମୟରେ ସେମାନଙ୍କ କଫିନ୍‌ ଭିତରେ ଏ ସମସ୍ତ ସାମଗ୍ରୀ ରଖାଯାଇଥିବ । ମୁକୁଟଗୁଡ଼ିକୁ ପିନ୍ଧାଯାଉନଥିଲା, ବରଂ ସେମାନଙ୍କ ମୃତ୍ୟୁ ପରେ ସମାଧିରେ ରଖାଯିବା ପାଇଁ ପ୍ରସ୍ତୁତ ହୋଇଥିଲା । ଏହା ସେ ସମୟର ସମାଧି ଓ ରାଜ ପରିବାର ସଦସ୍ୟଙ୍କୁ ଦିଆଯାଉଥିବା ସମ୍ମାନ ପରମ୍ପରାକୁ ଦର୍ଶାଉଛି । ଭିଲନିୟସ ଚର୍ଚ୍ଚ ହେରିଟେଜ୍‌ ମ୍ୟୁଜିୟମ୍‌ର ନିର୍ଦ୍ଦେଶକ ରିଟା ପଲିଉକେଭିସିଉଟ୍‌ କହିଛନ୍ତି, ୟୁରୋପୀୟ ପରିଚୟ ଭାବେ ପୁରୁଣା ରାଜ୍ୟର ପୁନଃ ପ୍ରାପ୍ତି ଭାବେ, ଆମ ମୂଳ ପିଣ୍ଡର ସାମର୍ଥ୍ୟ ଭାବେ ଉଭୟ ରାଜ୍ୟ ଓ ଆମ ସମସ୍ତଙ୍କ ପାଇଁ ଏହି ପ୍ରତୀକସବୁ ଖୁବ୍‌ ମହତ୍ୱପୂର୍ଣ୍ଣ ।

୧୯୩୧ ମସିହାରେ ବନ୍ୟା ପରେ ଚର୍ଚ୍ଚ ସଫା କରିବା ସମୟରେ ଏହି ସାମଗ୍ରୀସବୁକୁ ପ୍ରଥମେ ଆବିଷ୍କାର କରାଯାଇଥିଲା । ଭୂତଳ ଘରେ ଶାସକମାନଙ୍କର ଅବଶେଷ ଏଥିରୁ ସାମ୍ନାକୁ ଆସିଥିଲା । ୧୯୩୯ରେ ୨ୟ ବିଶ୍ୱଯୁଦ୍ଧର ଆରମ୍ଭ ପର୍ଯ୍ୟନ୍ତ ଏଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । ତା’ପରେ ଲୁଚାଯାଇଥିଲା । ୨୦୨୪, ସେପ୍ଟେମ୍ବରରେ ଚର୍ଚ୍ଚର ଭୂତଳ ଘର ଉପରେ ଗବେଷକଙ୍କ ଧ୍ୟାନ ପଡ଼ିବା ପର୍ଯ୍ୟନ୍ତ ଭଣ୍ଡାର ସେହିଠାରେ ରହିଥିଲା । ଗତ ଡିସେମ୍ବରରେ ଏଗୁଡ଼ିକୁ ଏଣ୍ଡୋସ୍କୋପିକ୍‌ କ୍ୟାମେରା ଜରିଆରେ ଆବିଷ୍କାର କରାଗଲା । ସେପ୍ଟେମ୍ବର ୧୯୩୯ ମସିହାର ଖବରକାଗଜରେ ଏସବୁକୁ ଗୁଡ଼ାଯାଇଥିଲା । ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ପରୀକ୍ଷା ଓ ପୁନରରୁଦ୍ଧାର ପରେ ସର୍ବସାଧାରଣଙ୍କ ପାଇଁ ଏହା ପ୍ରଦର୍ଶିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.