ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

BYJU’sକୁ ଝଟ୍‌କା, ବିଦେଶି ଫଣ୍ଡିଂ ମାମଲାରେ ୯ ହଜାର କୋଟି ଦେବାକୁ ଇଡିର ନିର୍ଦ୍ଦେଶ

Image Courtesy: ndtv

ନୂଆଦିଲ୍ଲୀ: ବିଦେଶୀ ଫଣ୍ଡିଂ ନିୟମ ଉଲ୍ଲଂଘନ ମାମଲାରେ ‘ବାୟଜୁସ୍‌’କୁ ୯ ହଜାର କୋଟି ପୈଠ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶ ଦେଇଛି । ଅନଲାଇନ୍ ଶିକ୍ଷାଦାନ ପ୍ଲାଟଫର୍ମ ‘ବାୟଜୁସ୍‌’ ଇଡି ସ୍କାନରରେ ରହିଆସିଥିବା ବେଳେ ବିଭିନ୍ନ ଆଇନ ଉଲ୍ଲଂଘନ ପାଇଁ ଅଡ଼ୁଆରେ ଫସିଛି । ଷ୍ଟାର୍ଟଅପ୍ କମ୍ପାନି ହୋଇଥିବାରୁ ବାଇଜୁସକୁ ମୋଟାଅଙ୍କର ବିଦେଶୀ ଫଣ୍ଡିଂ ମିଳିଛି । 

ଚଢ଼ାଉ ବେଳେ ଇଡି ଜାଣିବାକୁ ପାଇଛି ଯେ, ୨୦୧୧ରୁ ୨୦୨୩ ମଧ୍ୟରେ କମ୍ପାନିକୁ ପ୍ରାୟ ୨୮ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ବିଦେଶୀ ନିବେଶ (FDI) ମିଳିଛି । ସେପଟେ କମ୍ପାନି ବିଦେଶକୁ ଯେଉଁ ଅର୍ଥ ପଠାଇଛି ଏଥିରେ ପ୍ରାୟ ୯୪୪ କୋଟି ଟଙ୍କା ବିଜ୍ଞାପନ ଏବଂ ମାର୍କେଟିଙ୍ଗ ପାଇଁ ଖର୍ଚ୍ଚ ହୋଇଛି । ସେପଟ କମ୍ପାନି ପକ୍ଷରୁ ୨୦୨୦-୨୧ରୁ ଆର୍ଥିକ କାରବାର ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରାଯାଇ ନାହିଁ । ତେଣୁ କମ୍ପାନି ପକ୍ଷରୁ ଦିଆଯାଇଥିବା ନେଣଦେଣ ସଂପର୍କୀୟ ତଥ୍ୟ ଏବଂ ବ୍ୟାଙ୍କର ତଥ୍ୟକୁ ମିଳାଉଛି ଇଡି । 

କମ୍ପାନି ଏହାର ଅଡିଟ୍ ଠିକ୍ ଭାବରେ କରିନଥିବାରୁ ଯାଞ୍ଚରେ ଅସୁବିଧା ହେଉଛି ବୋଲି ଇଡି ପକ୍ଷରୁ କୁହାଯାଇଛି । ବାୟୁଜୁସ୍‌ ସହ ସଂପର୍କିତ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଇଡି ଏହି ଯାଞ୍ଚ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ ଇଡି କମ୍ପାନିର ପ୍ରତିଷ୍ଠାତା ଏବଂ ସିଇଓ ରବିନ୍ଦ୍ରନ ବାଇଜୁଙ୍କୁ ଅନେକ ସମନ ଜାରି କରିଥିଲା । କିନ୍ତୁ ସେ କେବେ ବି ଇଡିରେ ହାଜର ହୋଇନଥିଲେ । ସେପଟେ କମ୍ପାନିର ଅଭିଯୋଗ ଯେ, ଇଡିରୁ କୌଣସି ସମନ ମିଳିନାହିଁ।

ବିହାରରେ ଲାଗୁହେଲା ୭୫ ପ୍ରତିଶତ ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାରି କଲେ ନୋଟିଫିକେସନ…


Copyright © 2022 - Summa Real Media Private Limited. All Rights Reserved.