ମୁମ୍ୱାଇ – ବଲିଉଡ କିଙ୍ଗ୍ ଖାନ ଶାହରୁଖଙ୍କର ଯବାନ ୭ ସେପ୍ଟେମ୍ୱରରେ ସାରା ଦେଶର ସିନେମା ହଲ୍ରେ ରିଲିଜ ହୋଇଛି। ଫିଲ୍ମ ରିଲିଜ ସହ ହିଁ ବକ୍ସ ଅଫିସରେ ଯେଉଁ ଧମାକା କରିଛି , ଏହାର ପ୍ରଭାବରେ ଅନେକ ଫିଲ୍ମର ରେକର୍ଡକୁ ଦୋହଲାଇ ଦେଇଛି। ଏଟଲିଙ୍କର ଫିଲ୍ମ ଯବାନର ଚର୍ଚ୍ଚା ଆଜି ସାରା ଦେଶରେ ନୁହେଁ ବିଦେଶ ଯାଏ ହେଉଛି। ପ୍ରତ୍ୟେକ ଫିଲ୍ମର କାହାଣୀ , ଏହାର ଆକ୍ସନ ସିକ୍ୱେନ୍ସି ଓ ଡାଏଲଗ୍ର ଖୁବ୍ ପ୍ରଶଂସା କରୁଛନ୍ତି। ଏହି କ୍ରମରେ ଏବେ ଶାହରୁଖଙ୍କର ଫିଲ୍ମର ଚର୍ଚ୍ଚା ପାକିସ୍ତାନ ଯାଏ ହେଉଛି। ଯବାନର ସଫଳତା ମଧ୍ୟରେ ଏବେ ଜଣେ ପାକିସ୍ତାନୀ ଅଭିନେତା ଶାହରୁଖଙ୍କର ଫିଲ୍ମକୁ ନେଇ ଟ୍ୱିଟ୍ କରିଛନ୍ତି । ତାଙ୍କର ଏହି ଟ୍ୱିଟ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି।
My personal observation about @iamsrk.
— Ali Zafar (@AliZafarsays) September 14, 2023
He has a lot more to offer in his heart and being than the world has seen.
Blockbusters are just the tip of the iceberg. They don’t define him. His intellect and experience does.
ପାକିସ୍ତାନର ପ୍ରସିଦ୍ଧ ଅଭିନେତା ତଥା ସିଙ୍ଗର ଅଲୀ ଜଫର ଶାହରୁଖ ଖାନଙ୍କର ଯବାନ ଦେଖିବା ପରେ ନିଜର ରିଆକ୍ସନ ଦେଇ ଟ୍ୱିଟ୍ କରିଛନ୍ତି। ଅଲୀ ଜଫର ବଲିଉଡ୍ ଫିଲ୍ମରେ କାମ କରି ସାରିଛନ୍ତି। ଅଲୀ ନିଜର ଅଫିସିଆଲି ଟ୍ୱିଟର ଆକାଉଣ୍ଟରେ ଯବାନକୁ ନେଇ ଲେଖିଛନ୍ତି , ଶାହରୁଖ ଖାନଙ୍କ ବିଷୟରେ ମୋର ବ୍ୟକ୍ତିଗତ ପ୍ରତିକ୍ରିୟା ଏହାକି ଦୁନିଆ ଏବେସୁଦ୍ଧା ତାଙ୍କ ବିଷୟରେ ଯେତେ ଦେଖିଛି , ଶାହରୁଖଙ୍କ ହୃଦୟରେ ସ୍ୱତନ୍ତ୍ର ଭାବେ ଦେବାକୁ ବହୁତ କିଛି ଅଛି। ବ୍ଲକବଷ୍ଟର ପାଖାପାଖି (ହିମପର୍ବତ) ଆଇସବର୍ଗର ଏକ ଅଂଶ ସହ ସମାନ। ଏହା ଶାହରୁଖ ଖାନଙ୍କୁ ଡିଫାଇନ କରେନାହିଁ କି ଶାହରୁଖ ଖାନ କଣ , ଏହା ତାଙ୍କର ଇଣ୍ଟେଲେକ୍ଟ ଓ ଏକ୍ସପିରିୟନ୍ସ ହିଁ କହିଥାଏ। ଅଲୀଙ୍କ ଏହି ଟ୍ୱିଟ୍ରେ ପ୍ରଶଂସକ କମେଣ୍ଟ କରି ତାଙ୍କର ପ୍ରଶଂସା କରିଛନ୍ତି।
'ଯବାନ' ଦେଖିବାକୁ ଯାଇଥିବା ଲୋକେ କଲେ ହଙ୍ଗାମା , ଇଣ୍ଟରଭାଲ ହେବା କ୍ଷଣି ମାଗିଲେ ରିଫଣ୍ଡ !
Sacnilkର ଅର୍ଲି ଏଷ୍ଟିମେଟ୍ ରିପୋର୍ଟ ଅନୁସାରେ , ଫିଲ୍ମ ୮ମ ଦିନ ୧୯ କୋଟିର କଲେକ୍ସନ କରିପାରେ। ଏହି ତଥ୍ୟ ଅନୁସାରେ ଯବାନର ମୋଟ ଆୟ ପାଖାପାଖି ୩୮୭.୭୮ କୋଟି ଟଙ୍କା ହୋଇଯିବ।