ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଦେଶରେ ବୃଦ୍ଧି ପାଇଛି ସ୍ପାମ୍ କଲ୍ ସମସ୍ୟା; ୯୫% ଭାରତୀୟ ହେଉଛନ୍ତି ଶିକାର, ନୂଆ ପଦ୍ଧତି ଆପଣାଉଛନ୍ତି ସ୍କାମର

ନୂଆଦିଲ୍ଲୀ, ୩।୯: ଦେଶରେ ବଢ଼ୁଛି ସ୍ପାମ୍ କଲ୍ ଓ ମେସେଜ୍ ସମସ୍ୟା । ସ୍ପାମ୍ କଲ୍‌ରୁ ମିଳୁନି ମୁକ୍ତି । ଲୋକଙ୍କୁ ଠକିବାକୁ ସ୍କାମରଙ୍କ ନୂଆ ନୂଆ ପଦ୍ଧତି । ଏନେଇ ସର୍ଭେରେ ବଡ଼ ଖୁଲାସା । ପ୍ରତିଦିନ ସ୍ପାମ୍ କଲ୍‌ର ଶିକାର ହେଉଛନ୍ତି ୯୫% ଭାରତୀୟ । ଗତ ୬ ମାସରେ ବୃଦ୍ଧି ପାଇଛି ମାମଲା । ଟ୍ରାଇର ଉଦ୍ୟମ ବିଫଳ । 

ଦେଶରେ ଦିନକୁ ଦିନ ସ୍ପାମ୍ କଲ୍ ଏବଂ ମେସେଜ୍ ସମସ୍ୟା ବୃଦ୍ଧି ପାଉଛି । ଟ୍ରାଇର ଉଦ୍ୟମ ସତ୍ତ୍ୱେ ଏଭଳି ମାମଲା ହ୍ରାସ ପାଉନାହିଁ । ନିକଟରେ ପ୍ରକାଶିତ ଏକ ସର୍ଭେରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ନିକଟରେ ଲୋକାଲ ସର୍କଲ୍ସର ସର୍ଭେ ଅନୁଯାୟୀ, ବର୍ତ୍ତମାନ ପ୍ରାୟ ୯୫% ଭାରତୀୟ ପ୍ରତିଦିନ ଅବାଞ୍ଛିତ କଲ୍ ଏବଂ ମେସେଜର ସମ୍ମୁଖୀନ ହେଉଛନ୍ତି । ତେବେ ଗତ ୬ ମାସ ମଧ୍ୟରେ ଏହି ମାମଲାଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଏହା ବ୍ୟତୀତ ଫୋନରେ ଥିବା ଡିଏନଡି ଫିଚର ମଧ୍ୟ ଏହିପରି କଲ୍ ବନ୍ଦ କରିବାରେ ସହାୟକ ହେଉନାହିଁ । 

ଏହି ସର୍ଭେ ଅନୁଯାୟୀ, ୯୫% ଭାରତୀୟ ମୋବାଇଲ୍ ବ୍ୟବହାରକାରୀ ପ୍ରତିଦିନ ସ୍ପାମ୍ କଲ୍ ଗ୍ରହଣ କରୁଛନ୍ତି । ଲୋକଙ୍କୁ ଠକିବା ପାଇଁ ସ୍କାମରମାନେ ବର୍ତ୍ତମାନ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି । ସର୍ବେକ୍ଷଣ ଅନୁଯାୟୀ, ୭୭% ମୋବାଇଲ୍ ବ୍ୟବହାରକାରୀ ପ୍ରତିଦିନ ଅତି କମ୍‌ରେ ତିନିଥର ଏହିପରି ସ୍କାମ୍‌ କଲ୍ ଗ୍ରହଣ କରୁଛନ୍ତି । ଏପରି କଲ୍ ବିଶେଷ କରି ହୋମ୍ ଲୋନ୍, କ୍ରେଡିଟ୍ କାର୍ଡ ସମେତ ଆର୍ଥିକ କ୍ଷେତ୍ରରୁ ଆସୁଛି । ସର୍ଭେରେ କୁହାଯାଇଛି ଯେ, ଗତ ୬ ମାସ ମଧ୍ୟରେ ଏଭଳି ମାମଲା ୫୪% ରୁ ୬୬%କୁ ବୃଦ୍ଧି ପାଇଛି । ଅନ୍ୟପଟେ ସ୍ମାର୍ଟଫୋନ୍ ଏବଂ ଟେଲିକମ୍ କମ୍ପାନୀଗୁଡ଼ିକ ଦ୍ୱାରା ବ୍ୟବହୃତ ଡିଏନଡି ଫିଚର ଅର୍ଥାତ୍ ଡୁ ନଟ୍ ଡିଷ୍ଟବ୍ ଫିଚର ମଧ୍ୟ ଆଉ କାମ କରୁନାହିଁ । ସ୍ପାମ୍ କଲ୍ ଏବଂ ମେସେଜ୍ ଦ୍ୱାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.