ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଲେବାନନ୍‌ରେ ଭିତରେ ପଶି ଲଢେଇ କରିବ IDF : ଏପର୍ଯ୍ୟନ୍ତ ଇସ୍ରାଏଲର ୨ହଜାର ଏୟାରଷ୍ଟ୍ରାଇକ୍, ୭୦୦ ମୃତ

ନୂଆଦିଲ୍ଲୀ,୨୬।୯: ଲେବାନନ୍‌ରେ ଉଗ୍ରବାଦୀ ସଂଗଠନ ହିଜବୁଲା ଉପରେ ଇସ୍ରାଏଲର ଆକ୍ରମର ଜାରି ରହିଛି। ଇସ୍ରାଏଲ ଗତ ଏକ ସପ୍ତାହ ଭିତରେ ୨୦୦୦ ରୁ ଅଧିକ ଏୟାରଷ୍ଟ୍ରାଇକ୍ କରିଛି ଓ ଏପର୍ଯ୍ୟନ୍ତ ପ୍ରାୟ ୭୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି। କେବଳ ସେତିକି ନୁହେଁ ଇସ୍ରାଏଲ ସେନା ଏବେ ନିଜର ଯବାନଙ୍କୁ ସୀମା ନିକଟରେ ରହିବାକୁ ନିର୍ଦେଶ ଦେଇଛି। ଇସ୍ରାଏଲର କହିବା ଅନୁସାରେ, ହମାସ ପକ୍ଷରୁ ଆକ୍ରମଣ କରି ହିଜୁବଲା ସହ ମୁକାବିଲ କରିବାକୁ ପ୍ରସ୍ତୁତି କରୁଛି। ଯଦି ଏଭଳି ହୁଏ ତେବେ ଭୟଙ୍କର ଯୁଦ୍ଧ ହେବ। କାରଣ ହିଜବୁଲା ମଧ୍ୟ ଦୁନିଆର ସବୁଠାରୁ ବଡ଼ ଉଗ୍ରବାଦୀ ସଂଗଠନ। ତା ପାଖରେ ସବୁ ଦେଶର ବଡ ସେନା ରହିଛି ଓ ଏକ ଲକ୍ଷ ଉଗ୍ରବାଦୀ ମୁକାବିଲା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ଏହା ଭିତରେ ସ୍ଥିତି ଏଭଳି ହୋଇଯାଇଛି ଯେ, ଭାରତ ମଧ୍ୟ ନିଜ ନାଗରିକଙ୍କୁ ତୁରନ୍ତ ଲେବାନନ୍‌ ଛାଡିବାକୁ କହିଛି। ଏହାଛଡା ସେହି ଲୋକଙ୍କୁ ଯାତ୍ରା ଘୁଞ୍ଚାଇବାକୁ କୁହାଯାଇଛି,ଯେଉଁମାନେ ନିକଟରେ ଲେବାନନ୍ ଯିବାକୁ ଚାହୁଁଥିଲେ। ସ୍ଥିତି ଏଭଳି ହୋଇଯାଇଛି ଯେ,ଇସ୍ରାଏଳ ଓ ଲେବାନନ୍‌ ଏହି ଯୁଦ୍ଧରେ ଆମେରିକା, ୟୁରୋପରୁ ନେଇ ଏସିଆ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ। ଗୋଟିଏ ପଟେ ଆମେରିକା ମଧ୍ୟ ପୂର୍ବରେ ଅତିରିକ୍ତ ସେନା ପଠାଇବାର ଘୋଷଣା କରିଛି। ସେଭଳି ଇରାନ କହିଛି, ହିଜବୁଲା ଉପରେ ଯଦି ସ୍ଥଳ ସେନା ଆକ୍ରମଣ କରେ ତେବେ ଆମେ ତା’ର ସାହାଯ୍ୟ କରିବୁ। 

ଉଲ୍ଲେଖନୀୟ ଯେ, ବୁଧବାର ହିଜବୁଲା ଇସ୍ରାଏଲର ତେଲ୍ ଅବିଭ୍ ପର୍ଯ୍ୟନ୍ତ ଟାର୍ଗେଟ କରିଥିଲା। ଏକ ଏୟାରଷ୍ଟ୍ରାଇକ୍‌  ତ ସେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସିକୁ ମୋସାଦ୍ ଅଫିସ ପର୍ଯ୍ୟନ୍ତ କରିଥିଲା। ଏଥିପାଇଁ ସେ ବାଲାଷ୍ଟିକ୍ ମିସାଇଲର ବ୍ୟବହାର କରିଥିଲା। ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ବମ ସେନା ସେ ପର୍ଯ୍ୟନ୍ତ ଅଟକିବ ନାହିଁ, ଯେଉଁ ପର୍ଯ୍ୟନ୍ତ ହିଜବୁଲାକୁ ଶେଷ କରି ଦିଆ ନଯାଇଛି। ସେଭଳି ଆମେରିକା ନିଜ ସୈନିକଙ୍କ ସଂଖ୍ୟା ବଢାଇବା ନେଇ ମଧ୍ୟ ଘୋଷଣା କରିଛି, କିନ୍ତୁ ଇସ୍ରାଏଲକୁ ଅଲ୍ ଆଉଟ୍‌ ଓ୍ବାରରୁ ବଞ୍ଚିବା ପାଇଁ ମଧ୍ୟ ପରାମର୍ଶ ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.