ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର : ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ଜବତ

Published By : Prameya | July 19, 2025 10:30 AM

ରାୟପୁର,୧୯/୦୭: ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ  ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି  ବିନିମୟ ଘଟିଛି । ଏଥିରେ ୬ ଜଣ  ନକ୍ସଲ ନିହତ ହୋଇଛନ୍ତି । 

ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜଙ୍କ  ସୂଚନା ଅନୁସାରେ ଜଙ୍ଗଲରେ  କିଛି ନକ୍ସଲ ଏକାଠି ହୋଇଥିବା  ନେଇ ସୂଚନା ମିଳିଥିଲା । ଶୁକ୍ରବାର  ସକାଳେ ସୁରକ୍ଷା ବାହିନୀକୁ ସେଠାକୁ  ପଠାଯାଇଥିଲା । ଯବାନମାନେ  ଜଙ୍ଗଲରେ ତଲାସୀ କରିବା ବେଳେ  ଅପରାହ୍ନରେ ନକ୍ସଲଙ୍କ ସହ ମୁହାଁମୁହିଁ  ହୋଇଥିଲେ । ଯବାନଙ୍କୁ ଦେଖି ନକ୍ସଲ  ଗୁଳିମାଡ଼ କରିବାରୁ ଯବାନମାନେ  ପାଲଟା ଗୁଳି ଚଳାଇଥିଲେ । ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ ।  ଯବାନମାନେ ସେଠାରେ ତଲାସୀ  କରିବା ବେଳେ ୬ ଜଣ ନକ୍ସଲଙ୍କ  ମୃତଦେହ ଉଦ୍ଧାର କରିଥିଲେ । ଏଥିସହ ସେଠାରୁ ଏକେ-୪୭  ରାଇଫଲ, ଏସ୍‌ଏଲ୍‌ଆର, ଅନ୍ୟ  ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିତ୍ୟ  ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ  କରିଛନ୍ତି । ଏବେ ବି ଗୁଳି ବିନିମୟ  ଜାରି ରହିଥିବା ଆଇଜି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.