ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ଗଣିତ ପରୀକ୍ଷାରେ କପି କରି ଧରାପଡ଼ିଲେ ୫ ପରୀକ୍ଷାର୍ଥୀ, ଲାଇଭ୍ ଷ୍ଟ୍ରିମିଂ ବେଳେ ଧରିଲା AI କ୍ୟାମେରା

Published By : Prameya | February 27, 2025 1:50 PM

ଭୁବନେଶ୍ଵର, ୨୭/୦୨ : ୧୦ମ ପିଲାଙ୍କ ଚାଲିଛି ମାଟ୍ରିକ୍ ପରୀକ୍ଷା। ଗଣିତ ପରୀକ୍ଷାରେ କପି କରି ଧରା ପଡ଼ିଲେ ୫ ପରୀକ୍ଷାର୍ଥୀ। ଲାଇଭ୍ ଷ୍ଟ୍ରିମିଂ ଚାଲିଥିବା ବେଳେ ଧରିଲା AI କ୍ୟାମେରା। କପି କରି ଧରାପଡ଼ିଥିବା ପରୀକ୍ଷାର୍ଥୀ ବାକି ବିଷୟ ଗୁଡ଼ିକରେ ପରୀକ୍ଷା ଦେଇପାରିବେ କି ନାହିଁ ସେନେଇ ନିଷ୍ପତ୍ତି ନେବ ବୋର୍ଡ ରେଗୁଲେସନ୍ କମିଟି।

ସୂଚନାନୁଯାୟୀ, ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ କିଛି ପରୀକ୍ଷାର୍ଥୀ କପି କରୁଥିଲେ। ଲାଇଭ୍ ଷ୍ଟ୍ରିମିଂ ଚାଲିଥିବା ବେଳେ ଏଆଇ କ୍ୟାମେରାରେ ଧରାପଡ଼ିଥିଲେ। ଏହି ଫୁଟେଜ ଆଧାରରେ ବୋର୍ଡ କର୍ତ୍ତୃପକ୍ଷ ସଂପୃକ୍ତ ସେଣ୍ଟର୍ ସହ ଯୋଗାଯୋଗ କରିଥିଲେ। ଏହାପରେ ସେଣ୍ଟର୍ ସୁପରିଟେଣ୍ଡେଣ୍ଟ ୫ ପରୀକ୍ଷାର୍ଥୀଙ୍କ ଠାରୁ କପି ଜବତ କରିଥିଲେ। ତେବେ କପି କରି ଧରାପଡ଼ିଥିବା ପରୀକ୍ଷାର୍ଥୀ ବାକି ବିଷୟ ଗୁଡ଼ିକରେ ପରୀକ୍ଷା ଦେଇପାରିବେ କି ନାହିଁ ସେନେଇ ବୋର୍ଡ ରେଗୁଲେସନ୍ କମିଟି ନିଷ୍ପତ୍ତି ନେବ।   

ସୂଚନା ଥାଉକି, ପରୀକ୍ଷା ସୁପରିଚାଳନା ପାଇଁ ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଷ୍ଟ୍ରିମିଙ୍ଗ କରାଯାଉଛି। ଆଜିର ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ଏନେଇ ବୋର୍ଡ ସଭାପତି ଓ ଉପସଭାପତି ସୂଚନା ଦେଇଛନ୍ତି। ଅନ୍ୟପଟେ ଆଜି ଗଣିତ ପରୀକ୍ଷା ଭଲ ହୋଇଥିବା ବେଳେ ସମସ୍ତ ପ୍ରଶ୍ନ ବହି ମଧ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।    

ଏହି ଖବରଟିକୁ ପଢନ୍ତୁ-୨ ଦିନ ହେଲା ନିଖୋଜ ଥିଲେ ନାବାଳକ, ଜଙ୍ଗଲରୁ ମୃତଦେହ ଉଦ୍ଧାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.