ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କାଳବୈଶାଖୀ ତାଣ୍ଡବ; ଗଛ ପଡ଼ି ଚାଲିଗଲା ୪ ଜୀବନ, IMDର ରେଡ଼ ଆଲର୍ଟ

Published By : Ankita S | May 2, 2025 9:55 AM

ନୂଆଦିଲ୍ଲୀ,୦୨/୦୫: ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା । କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ହୋଇଛି । ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଅଦିନିଆ ବର୍ଷାରେ ଉବୁଡୁବୁ ହୋଇଛି ଦିଲ୍ଲୀ-ଏନସିଆର । ଏଥିରେ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଛି । ଖରଖରି କେନାଲ ଅଞ୍ଚଳ ଏକ ଗାଁରେ ଗଛ ଉପୁଡି ମା' ସମେତ ୩ ପିଲାଙ୍କର ମୃତ୍ୟୁ ହୋଇଛି । ଆଗକୁ ଆହୁରି ଝଡବର୍ଷା ହେବା ସମ୍ଭାବନା ରହିଛି  । ପ୍ରବଳ ପବନ ବହିବ । ୭୦ରୁ ୮୦କିମି ବେଗରେ ବହିପାରେ ପବନ । ଏ ନେଇ ଦିଲ୍ଲୀକୁ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ଗୁରୁବାର ବିଳମ୍ବିତ ରାତିରୁ ପ୍ରବଳ ଝଡ ତୋଫାନ ହୋଇଥିଲା । ଆଜି ବି ବର୍ଷା ଜାରି ରହିଛି । ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ କିଛି ଘଣ୍ଟାରେ ପାଣି ଜମିଯାଇଥିଲା । ଦକ୍ଷିଣ ଦିଲ୍ଲୀ ଜାଫରପୁରେ ବଡ ଅଘଟଣ ଘଟିଛି । ଗଛ ପଡି ଗୋଟିଏ ପରିବାର ୪ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ମାଆ ଓ ୩ ପିଲା ରହିଛନ୍ତି । କିଛି ଲୋକ ଚାପି ହୋଇ ରହିଛନ୍ତି ।

ଗୁରୁବାର ପ୍ରବଳ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ଗଳି କନ୍ଦିରେ ପାଣି ଜମିଛି । ତଳିଆ ଅଞ୍ଚଳ ବୁଡିଯାଇଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ପାଇଁ ଜନଜୀବନ ପ୍ରଭାବିତ ହୋଇଛି । ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡି ଟ୍ରାଫିକ୍ ଜାମ୍ ହୋଇଛି । ରାସ୍ତାରେ ପାଣି ଲହଡୀ ଭାଙ୍ଗିବାକୁ ଗାଡିମୋଟର ଫସି ରହିଛି । ସେପଟେ ଖରାପ ପାଣିପାଗ ପାଇଁ ୧୦୦ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୪୦ ବିମାନ ଦିଗ ପରିବର୍ତ୍ତନ ହୋଇଛି । ଏ ନେଇ ଆଡଭାଇଜରୀ ଜାରି କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ।

ଅଧିକ ପଢନ୍ତୁ...ପାକିସ୍ତାନ ଗୁପ୍ତଚରକୁ ଗିରଫ କରିଲା ରାଜସ୍ଥାନ ଇଣ୍ଟେଲିଜେନ୍ସ, ଭାରତୀୟ ହୋଇ ପାକିସ୍ତାନ ISIର ସାଜିଥିଲା ଗୁଇନ୍ଦା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦିଲ୍ଲୀକୁ ଆଜି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ସହ ୭୦ରୁ ୮୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.