ପ୍ରମୂଖ ଖବର
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

୨୨ କିଲୋ ଗଞ୍ଜେଇ ଜବତ; ନିଶା ବେପାରରେ ସମ୍ପୃକ୍ତି ନେଇ ଦମ୍ପତି ଗିରଫ

Published By : Bijay Swain | May 13, 2025 11:36 PM

ଖୋର୍ଦ୍ଧା,୧୩/୫(ଆପ୍ର): ଗୋଦାମ ଠିକଣା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ। କାରବାର ହେଉଥିଲା ଜଟଣୀରେ। ଏମିତି ଗଞ୍ଜେଇ କାରବାର କରୁଥିବା ଦମ୍ପତିଙ୍କୁ ଶିଳ୍ପାଞ୍ଚଳ ଥାନା ପୁଲିସ ଗିରଫ କରିଛି। ତାଙ୍କର ନାମ ଚନ୍ଦ୍ରକାନ୍ତ ଧୂର(୫୪) ଏବଂ ତାଙ୍କ ସ୍ତ୍ରୀ ନୁରଜାହିନ୍ ବେଗମ। ତାଙ୍କ ଗୋଦାମରୁ ପୁଲିସ ୨୨ କିଲୋ ୪୧୫ ଗ୍ରାମ ଗଞ୍ଜେଇ ଜବତ କରିଥିବା କଥା ଜଣାପଡ଼ିଛି। 

ଘଟଣାରୁ ଜଣାପଡ଼ିଛି ଯେ ବିଗତ କିଛି ମାସ ହେବ ମୁକୁନ୍ଦପ୍ରସାଦ ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ହେବା ନେଇ ବିଶେଷସୂତ୍ରରୁ ଶିଳ୍ପାଞ୍ଚଳ ପୁଲିସ ଖବର ପାଇଥିଲା। ଅଭିଯୁକ୍ତ ଚନ୍ଦ୍ରକାନ୍ତ କନ୍ଧମାଳରୁ ଗଞ୍ଜେଇ ଆଣିବା ପରେ ତାକୁ ନିଜ ଘରେ ଗଚ୍ଛିତ ରଖୁଥିଲେ। ପରବର୍ତି ଅବସ୍ଥାରେ ଚନ୍ଦ୍ରକାନ୍ତ ଏବଂ ତାଙ୍କ ସ୍ତ୍ରୀ ନିରୁ ଜାହନ ବେଗମ୍ ମିଳିମିଶି ଗଞ୍ଜେଇକୁ ଛୋଟଛୋଟ ପ୍ୟାକେଟ କରୁଥିଲା। ଆଉ ଏହାକୁ ଖୁଚୁରା ବେପାରୀଙ୍କ ଜରିଆରେ ଜଟଣୀ ପୌରପରିଷଦ ଓ ଗ୍ରାମାଞ୍ଚଳରେ କାରବାର କରି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ। 

ଏ ଘଟଣା ଜାଣିବା ପରେ ଶିଳ୍ପାଞ୍ଚଳ ପୁଲିସ ଅଭିଯୁକ୍ତ ଗୋଦାମ ଉପରେ ଚଢାଉ କରି ଦମ୍ପତିଙ୍କ ଘରୁ ଉପରୋକ୍ତ ପରିମାଣର ଗଞ୍ଜେଇ ଜବତ କରିଛି। ଏବଂ ନିଶାକାରବାର ଅଭିଯୋଗରେ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଓ ନୁରଜାହନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.