ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବୁରାରି ବିଲ୍ଡିଂ ଭୁଶୁଡିବା ଘଟଣା; ୨ ଶ୍ରମିକ ମୃତ, ଅବହେଳା କହି ବର୍ଷିଲେ ବିଜେପି ସାଂସଦ

Published By : Ankita S | January 28, 2025 8:32 AM

ନୂଆଦିଲ୍ଲୀ,୨୮/୦୧: ଦିଲ୍ଲୀ ବୁରାରିରେ ଗତକାଲି(ସୋମବାର) ଏକ ୪ ମହଲା ବିଲ୍ଡି ଭୁଶୁଡି ପଡିଥିଲା । ଏ ଅଘଟଣରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳ ପରିଦର୍ଶନ କରି ବଡ ଅବହେଳା ହୋଇଥିବା କହିଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ । 

ସୋମବାର ସନ୍ଧ୍ୟା ୭ଟାରେ ଦିଲ୍ଲୀ ବୁରାରିରେ ୨୦୦ ବର୍ଗଫୁଟ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂ ଭୁଶୁଡି ପଡିଥିଲା । ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସି ରହିଥିଲେ । ଦୁର୍ଘଟଣା ଖବର ମିଳିବା ପରେ ପୋଲିସ, ଦମକଳ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଭଗ୍ନାବଶେଷରେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ୧୨ ଜଣଙ୍କୁ ଉଦ୍ଧାର କାରଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ଉଦ୍ଧାରକାର୍ଯ୍ୟ ଚାଲିଛି । ଆହୁରି ଶ୍ରମିକ ଫସି ରହିଛନ୍ତି ।

ସେପଟେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ ବିଜେପି ସାଂସଦ ମନୋଜ ତିୱାରୀ । ଏଥିରେ କୌଣସି ସନ୍ଦେହ ନାହିଁ ଏହା କେବଳ ଅବହେଳା ହୋଇଛି । ନୂଆ କରି ତିଆରି ହୋଇଥିବା ବିଲ୍ଡିଂ କିପରି ଭୁଶୁଡି ପଡିଲା । ଏ ନେଇ ଯିଏ ଦାୟୀ ତାକୁ ଛଡା ଯିବ ନାହିଁ କହିବା ସହିତ ବର୍ଷିଥିଲେ ବିଜେପି ସାଂସଦ । 

ଏହା ବି ପଢନ୍ତୁ...ଦିଲ୍ଲୀର ବୁରାରିରେ ଭୁଶୁଡ଼ି ପଡ଼ିଲା ୪ ମହଲା ବିଲ୍ଡିଂ : ଅନେକ ଶ୍ରମିକଙ୍କ ଫସି ରହିଥିବା ଆଶଙ୍କା


ପ୍ରକାଶଥାଉ କି, ଏହା ପୂର୍ବରୁ ଗତ ୨୩ ତାରିଖରେ ଉତ୍ତର-ପୂର୍ବ ଦିଲ୍ଲୀର ବ୍ରହ୍ମପୁରୀ ଅଞ୍ଚଳରେ ଏକ କୋଠାର ଆଶିଂକ ଭୁଶୁଡି ପଡିଥିଲା । ସେଥିରେ ୫ ଜଣ ଶ୍ରମିକ ଆହତ ହୋଇଥିଲେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.