ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ କୋଅପରେଟିଭ୍ ସୋସାଇଟି ଘୋଟାଲା ମାମଲା, ରାଜା ଚକ୍ରଙ୍କ ୨ ସହଯୋଗୀ ଗିରଫ

Published By : Prameya | March 7, 2025 12:11 PM

ଭୁବନେଶ୍ଵର, ୦୭/୦୩ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ କୋଅପରେଟିଭ୍ ସୋସାଇଟି ଘୋଟାଲା ମାମଲାରେ ଘାଣ୍ଟୁଛି ଇଓଡବ୍ଲ୍ୟୁ। ରାଜା ଚକ୍ରଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ। ଶୁଆକାଟିର ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲ ଗିରଫ ହୋଇଛନ୍ତି। ରାଜାଙ୍କ ଆକାଉଣ୍ଟରୁ ପ୍ରଭାତଙ୍କ ଆକାଉଣ୍ଟକୁ ଦୁଇ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି। ସେହିଭଳି ରାଜାଙ୍କ ମୁଖ୍ୟ ସହଯୋଗୀ ଥିଲେ ସୁଶାନ୍ତ। ତାଙ୍କ ଆକାଉଣ୍ଟକୁ ମଧ୍ୟ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଟ୍ରାନ୍ସଫର୍ ହୋଇଥିବା ସୂଚନା ମିଳିଛି। 

ସୂଚନା ଥାଉକି, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କରୋନା ମହାମାରୀ ସମୟରେ ସଚେତନତା କାର୍ଯ୍ୟକ୍ରମ ସହ ମାସ୍କ, ସାନିଟାଇଜର ପ୍ରଭୃତି ବଣ୍ଟନ କରିଥିଲା । ପ୍ରଭାତଙ୍କ ଦୋକାନରୁ ସାମଗ୍ରୀ କ୍ରୟ କରାଯାଇଥିବା ଦର୍ଶାଯାଇ ମୋଟା ଅଙ୍କର କାରବାର ହୋଇଥିଲା । ୨୦୨୨-୨୩ରେ ପ୍ରଭାତଙ୍କ ଆକାଉଣ୍ଟକୁ ୭ ଲକ୍ଷ ୪୪ ହଜାର ଟଙ୍କାର କାରବାର ହୋଇଥିବା ବେଳେ ପ୍ରଭାତ ଷ୍ଟୋରକୁ ଲୋଡିଂ ଏଜେନ୍ସି ୨୯ ଲକ୍ଷ ୭ ହଜାର ଟଙ୍କା ପେମେଣ୍ଟ କରିଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରଭାତ ଷ୍ଟୋର ନାମରେ ପୁଣି ୧୯ ଲକ୍ଷ ୩୩ ହଜାର ଟଙ୍କାର କାରବାର ଉପରେ ଇଓଡବ୍ଲୁ ସନ୍ଦେହ କରି ପ୍ରଭାତଙ୍କୁ ଜେରା କରିଥିଲା । ଲୋଡିଂ ଏଜେନ୍ସିରୁ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ କାରବାର କରାଯାଇଥିବା ବେଳେ ଏହାର ରେକର୍ଡ ସଠିକ୍‌ ଢଙ୍ଗରେ ହୋଇନଥିବାରୁ ଏବେ ତଦନ୍ତ ସମୟରେ ଅନେକ ଅନିୟମିତତା ପଦାକୁ ଆସିବାରେ ଲାଗିଛି। ସେହିପରି ରାଜାଙ୍କ ସମ୍ପତ୍ତି ଉପରେ ଏବେ ଇଓଡବ୍ଲୁ ଅଧିକ ଖୋଳତାଡ଼ ଚଳାଇଛି। 

ବିଜେପିର ପୂର୍ବତନ ମନ୍ତ୍ରୀଙ୍କ ସୁପାରିସରେ ଝାଡ଼ଖଣ୍ଡରେ ରାଜାଙ୍କ ଖଣିରେ ବ୍ୟବହୃତ ମେସିନ୍‌ ଓ ଡମ୍ଫର, ହାଇୱା ଲାଗିଥିବାରୁ ତାହା ଜବତ କରିବା ପାଇଁ ଟିମ୍‌ ସେଠାକୁ ଯାଇଛି । ରାଜା ଓ ପରିବାର ଲୋକଙ୍କ ନାମରେ ଏବଂ ତାଙ୍କ ଦ୍ୱାରା ପରିଚାଳିତ ଶଙ୍କର ମିନେରାଲ୍‌ସ୍‌ କମ୍ପାନୀ ନାମରେ କେତେ ଯାନବାହନ ଅଛି ତାହାର ତାଲିକା ପ୍ରଦାନ ପାଇଁ ଇଓଡବ୍ଲୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛି । ପରିବହନ ବିଭାଗ ଯାନବାହନର ତାଲିକା ପ୍ରସ୍ତୁତ କରୁଥିବା ବେଳେ ଇଓଡବ୍ଲୁ ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି (ଏସ୍‌ଟିଏ)କୁ ମଧ୍ୟ ଚିଠି କରି ସାରା ରାଜ୍ୟରେ ରାଜାଙ୍କ ଯାନବାହନ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଆବେଦନ କରିଛି । ଗୁରୁବାର ନେଙ୍କଡାଘର ନିକଟ ଏକ ଗ୍ୟାରେଜ୍‌ରୁ ୨ଟି ହାଇୱା (ଓଡି-୦୯ଟି-୮୪୨୧ ଓ ଓଡି-୦୯ଏମ୍‌-୮୮୨୧)କୁ ଜବତ କରିଛି । ତା’ଛଡା ରାଜାଙ୍କ ଲକି ନମ୍ବର ହେଉଛି ୨୧ । ଚାରିଚକିଆ ଯାନରେ ୦୦୨୧ ନମ୍ବରକୁ ବୁକିଂ କରି ନେଉଥିବା ବେଳେ ଭାରୀଯାନଗୁଡ଼ିକରେ ଶେଷ ଦୁଇ ଅଙ୍କ ନିଶ୍ଚିତ ୨୧ ବୁକିଂ କରି ନେଇଥାନ୍ତି । ଏହା ଜଣାପଡ଼ିବା ପରେ ଏବେ ରାସ୍ତାରେ ଗଡୁଥିବା ୨୧ ନମ୍ବର ଗାଡ଼ି ଉପରେ ଇଓଡବ୍ଲୁ ନଜର ରଖିଛି । ଯେଉଁଠି ସେହି ନମ୍ବର ଗାଡ଼ି ଦେଖୁଛି ମାଲିକାନା କାହା ନାମରେ ରହିଛି ତାହା ଯାଞ୍ଚ କରୁଛି ଇଓଡବ୍ଲୁ ।

ଏହି ଖବରଟିକୁ ପଢନ୍ତୁ-ବୃଦ୍ଧଙ୍କୁ ବିଭତ୍ସ ହତ୍ୟା, ତିନି ଦିନ ପରେ ମୃତଦେହ ଉଦ୍ଧାର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.