ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ପୋଲିସ ଉପରକୁ ତୀରମାଡ଼ ଘଟଣାକୁ ବିତିଲା ୧୬ ଘଣ୍ଟା, ଏପର୍ଯ୍ୟନ୍ତ ମିଳୁନି ଦୁର୍ବୃତ୍ତର ପତ୍ତା

ବଣାଇ,୨୫/୦୯: ମହୁଲପଦା ଥାନା ଆଇଆଇସି ଉପରକୁ ତୀରମାଡ଼ ଘଟଣାକୁ ବିତିଲା ୧୬ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ । ହେଲେ ଏପର୍ଯ୍ୟନ୍ତ ପୋଲିସ ଦୁର୍ବୃତ୍ତକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ରେ ଥିବା ବଡଜଳ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ସେପ୍ଟେମ୍ୱର ୨୪ ଅର୍ଥାତ ମଙ୍ଗଳବାରରେ ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଉପରକୁ ତୀରମାଡ଼ ଘଟଣା ବିତିଗଲା ୧୬ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ । ହେଲେ ଏପର୍ଯ୍ୟନ୍ତ ଦୁର୍ବୃତ୍ତକୁ ଘରିବାକୁ ପୋଲିସ ସକ୍ଷମ ହଇପାରିନାହିଁ । ମଙ୍ଗଳବାର ରାତି ସାରା ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିଥିଲା । ଏହା ସତ୍ତ୍ୱେ ପୋଲିସର ଚେଷ୍ଟା ବିଫଳ ହୋଇଛି । ତେବେ ବୁଧବାର ସକାଳୁ ଅଧିକ ପୋଲିସ ଘଟଣାସ୍ଥଳକୁ ଯାଇଛନ୍ତି । ହେଲେ ପୋଲିସ ପାଇଁ ତାକୁ ସକାଳୁ ଧରିବା ମଧ୍ୟ ସହଜ ହୋଇପାରିବନାହିଁ କାରଣ ଦୁର୍ବୃତ୍ତ ତିନିମହଲା ଘର ଉପରେ ରହି ପୋଲିସକୁ ଦେଖିପାରୁଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନିର ଅଧିକାରୀ ରହି ପୋଲିସକୁ ସାହାଯ୍ୟ କରୁଛନ୍ତି । 

ତେବେ ମଙ୍ଗଳବାର ବଡଜଳ ସ୍କୁଲ ଉପରେ ଧନୁତୀର ଧରି ଜଣେ ଯୁବକ ଉନ୍ମତକାଣ୍ଡ କରୁଥିଲା। ଖବର ପାଇ ମହୁଲପଦା ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଯୁବକକୁ କାବୁ କରିବାକୁ  ଯାଇଥିଲେ। ଏହି ସମୟରେ ସମ୍ପୃକ୍ତ ଯୁବକ ଜଣକ ଆଇଆଇସିଙ୍କ ଉପରକୁ ତୀରମାଡ଼ କରିଥିଲା। ଏଥିରେ ଆଇଆଇସି ଆହତ ହୋଇଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.