ପୁରୀ,୨୦/୧୧: ଖଜା ଦୋକାନରେ ଆତଙ୍କ ଖେଳାଇ ଆକ୍ରମଣ ଓ ବାଇକ୍ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ମୂଷା ସ୍ୱାଇଁ ବିରୋଧରେ ମାମଲା ରୁଜୁ କଲା ଟାଉନ୍ ଥାନା ପୁଲିସ । ଖଜା ଦୋକାନ କର୍ମଚାରୀ ବାଲିସାହିର ଦୁଃଶାସନ ସାମନ୍ତରାୟଙ୍କ ଏତଲା କ୍ରମେ ପୁଲିସ କାଳୀକାଦେବୀ ସାହିର ମୂଷା ଓ ତା’ ଜ୍ୱାଇଁ ଟୁଲୁ ପ୍ରଧାନ ବିରୋଧରେ ମାମଲା ରୁଜୁ କରିଛି । ମୂଷା ଆତଙ୍କ ଖେଳାଇବା ଦୃଶ୍ୟ ଦେଖିବା ପାଇଁ ଖଜା ଦୋକାନ ମାଲିକ ବିଭୁ ରଣାଙ୍କୁ ସିସିଟିଭି ଫୁଟେଜ୍ ମାଗିଛି ପୁଲିସ ।
ଶନିବାର ଅପରାହ୍ଣରେ କାକୁଡ଼ିଖାଇ ଛକସ୍ଥିତ ବିଭୁଙ୍କ ଖଜା ଦୋକାନରେ ପଶି ମୂଷା ଓ ଟୁଲୁ ଆତଙ୍କ ଖେଳାଇଥିଲେ । ଖଜା ଛିନ୍ଛତ୍ର କରିବା ସହ ଏକ ବାଇକ୍କୁ ବାଡ଼େଇ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏଥିସହ କର୍ମଚାରୀ ଓ ଦୋକାନ ମାଲିକଙ୍କୁ ଆକ୍ରମଣ କରି ଆହତ କରିଥିବା ନେଇ ମଧ୍ୟ ଏତଲାରେ ଉଲ୍ଲେଖ ଅଛି । ମାମଲାର ତଦନ୍ତ ଚାଲିଥିବା କହିଛନ୍ତି ଆଇଆଇସି ସୁନୀଲ ପ୍ରଧାନ ।