ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଟ୍ରମ୍ପଙ୍କ ଇମିଗ୍ରେସନ ନୀତି; ଅବୈଧ ପ୍ରବାସୀ ଭାରତୀୟଙ୍କୁ ନେଇ ଉଡାଣ ଭରିଲା ସି-୧୭ ପ୍ଲେନ୍

Published By : Ankita S | February 4, 2025 9:30 AM

ନୂଆଦିଲ୍ଲୀ,୦୪/୦୨: ଶାସନକୁ ଫେରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୁଲ ଆକ୍ସନରେ ରହିଛନ୍ତି । ଭାରତ ଉପରେ ବଡ ଆକ୍ସନ ନେଇଛନ୍ତି ଟ୍ରମ୍ପ । ଆମେରିକାରେ ଅବୈଧ ପ୍ରବାସୀ ବିଦା ହେଉଛନ୍ତି । ରିୟଟର୍ସ ରିପୋର୍ଟ ମୁତାବିକ,ଆଜି ଆମେରିକାର ଏକ ମିଲିଟାରୀ ପ୍ଲେନ ସି-୧୭ ଅବୈଧ ପ୍ରବାସୀଙ୍କୁ ନେଇ ଭାରତ ଅଭିମୁଖେ ପ୍ରଥମ  ଉଡାଣ ଭରିଛି । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଇମିଗ୍ରେସନ ନୀତି ଘୋଷଣା କରିଥିଲେ । ଯାହା ଫଳରେ ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନେଇ ଉଡାଣ ଭରିଛି ସି-୧୭ ପ୍ଲେନ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସେମାନେ ଭାରତରେ ପହଞ୍ଚିବା ନେଇ ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି । ପାଖାପାଖି ୨୦୦ ଭାରତୀୟ ଥିବା ଜଣାପଡିଛି ।

ଆମେରିକାରେ ବହୁ ବର୍ଷ ଧରି ଅନେକ ଲୋକ ବିନା ବୈଧ ଦସ୍ତାବିଜରେ ରହିଆସୁଛନ୍ତି । ସେମାନଙ୍କୁ ଚିହ୍ନଟ କରି ସ୍ବଦେଶ ପଠାଯିବା ନେଇଇମିଗ୍ରେସନ ନୀତି ଘୋଷଣା କରିଥିଲେ ଡୋନାଲ୍ଡ ଟ୍ରମ୍ପ । ଦେଶରେ ରହୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ତଡିବା ଲାଗି ଘୋଷଣା କରିଥିଲେ । ଯାହାକୁ ନେଇ ସେଠାରେ ରହୁଥିବା ବିଭିନ୍ନ ଦେଶର ପ୍ରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ୨୦୨୪ ରିପୋର୍ଟ ଅନୁସାରେ ଆମେରିକାରେ ବୈଧ ଦସ୍ତାବିଜ ନଥିବା ଭାରତୀୟଙ୍କ ସଂଖ୍ୟା ୭ ଲକ୍ଷ୮ ୨୫ ହଜାର ରହିଛି । ମିଳିଥିବା ସୂଚନା ଅନୁସାରେ ଆଜି (ମଙ୍ଗଳବାର) ଆମେରିକାରେ ବିନା ବୈଧ ଦସ୍ତାବିଜରେ ରହୁଥିବା ଭାରତୀୟଙ୍କୁ ନେଇ ଆଜି ଏକି ମିଲିଟାରୀ ପ୍ଲେନ ସି-୧୭ ପ୍ରଥମ ଉଡାଣ ଭରିଛି ।

ଏହା ବି ପଢନ୍ତୁ...କଠୋର ଇମିଗ୍ରେସନ ନିୟମ ଆଣିବେ ଟ୍ରମ୍ପ,ଆମେରିକାରୁ ବିଦା ହେବେ ୧୮ ହଜାର ଭାରତୀୟ

ଆମେରିକାରେ ବର୍ତ୍ତମାନ ପ୍ରାୟ ୧ କୋଟି ୪୦ ଲକ୍ଷ ଏଭଳି ନାଗରିକ ରହୁଛନ୍ତି ଯେଉଁମାନଙ୍କର ରହିବା ଲାଗି ବୈଧ ଦସ୍ତାବିଜ ନାହିଁ । କିନ୍ତୁ ଟ୍ରମ୍ପ ଦାବି କରିଛନ୍ତି ଏହି ସଂଖ୍ୟା ୨ କୋଟିରୁ ଅଧିକ ହେବ । ସେମାନଙ୍କ ମଧ୍ୟରୁ ୫ ଲକ୍ଷରୁ ଅଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି । ଟ୍ରମ୍ପ ସରକାର ବର୍ତ୍ତମାନ ଏହିପରି ଅବୈଧ ପ୍ରବାସୀଙ୍କୁ ବିତାଡିତ କରିବାକୁ କାର୍ଯ୍ୟ ଆରମ୍ଭ କରିଛି । ଅବୈଧ ପ୍ରବାସୀ ଭାରତୀୟ ତାଲିକାରେ ପ୍ରାୟ ୧୮ ହଜାର ରହିଥିଲା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.