ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଟବାଟୀରେ ବଡ ବଡ ଟିମକୁ ଧୂଳି ଚଟାଇଛି ଭାରତ, ୧୮ ବର୍ଷ ହେବ କାଏମ୍ ରେକର୍ଡ

Published By : Ankita S | February 8, 2025 10:45 AM

ନୂଆଦିଲ୍ଲୀ,୦୮/୦୨: ସୁପର ସନଣ୍ଡେରେ ହେବ ସୁପର ଫାଇଟ୍ । ଇଣ୍ଡିଆ-ଇଂଲଣ୍ଡ ଟକ୍କର । କମ୍ପିବ କଟକ ଦୁଲୁକିବ ବାରବାଟୀ ।   ଆସନ୍ତାକାଲି (ରବିବାର) ବାଟବାଟୀ ଷ୍ଟାଡିୟମରେ ଦ୍ବିତୀୟ ଦିବାରାତ୍ର ମ୍ୟାଚ ଖେଳାଯିବ । ଏ ନେଇ ଶୁକ୍ରବାର ଭାରତ ଓ ଇଂଲଣ୍ଡ ଟିମ୍ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ନାଗପୁରରେ ବିଜୟ ପରେ ଭାରତୀୟ ଟିମରେ ମନୋବଳ ଦୃଢ ରହିଛି । ତେଣୁ ଦ୍ବିତୀୟ ଦିନିକିଆ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ । ବର୍ତ୍ତମାନ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଆଜି (ଶନିବାର) ବାଟବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବ ଭାରତୀୟ କ୍ରିକେଟ ଦଳ । ତେବେ ବାଟବାଟୀରେ ଭାରତର ଦମଦାର ରେକର୍ଡ ରହିଛି । ଯାହା ୧୮ ବର୍ଷ ହେବ କାଏମ ରହିଛି । ଶେଷ ୭ ମ୍ୟାଚରେ କଣ ରହିଛି ରନ୍ ଆଉ ୱିକେଟ ରେକର୍ଡ ଜାଣନ୍ତୁ ଏହି ରିପୋର୍ଟରେ ।

ଭାରତ ବାଟବାଟୀରେ ମୋଟ୍ ୧୯ଟି ଦିନିକିଆ ମ୍ୟାଚ ଖେଳିଛି ।  ସେଥିରୁ ୧୩ଟି ମ୍ୟାଚ ଜିତିଛି । ରେକର୍ଡକୁ ଦେଖିଲେ ଭାତର ପଲା ଭାରି ରହିଛି । ବାରବାଟୀ ଗ୍ରାଉଣ୍ଡରେ ବଡ ବଡ ଟିମକୁ ଝଟକା ଦେଇଛି ଟିମ୍ ଇଣ୍ଡିଆ । ୧୯୯୦ରୁ ୧୯୯୮ ମଧ୍ୟରେ ବିଭିନ୍ନ ଫର୍ମାଟରେ ବାରବାଟୀରେ ଖେଳାଯାଇଥିବା ମ୍ୟାଚରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ବରେ ଭାରତ ୪ଟି ମ୍ୟାଚ ଖେଳି ୩ଟି ଜିତିଛି । ୨୦୧୪ରୁ ୨୦୧୯ ମଧ୍ୟରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୩ଟି ମ୍ୟାଚ ଖେଳି ବିଜୟ ହାସଲ କରିଥିଲା । ଏହି ରେକର୍ଡକୁ ଦେଖିଲେ ବାରବାଟୀ ଟିମ୍ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଛି ।

ଏହା ବି ପଢନ୍ତୁ...କଟକରେ ଦୁଇଦିନିଆ ଟ୍ରାଫିକ୍‌ କଟକଣା: ଶନିବାର ଦିନ ୧ଟାରୁ ରାତି ୯ଟା ଭାରୀଯାନ ମନା, ରବିବାର ସକାଳ ୮ଟାରୁ କଟକଣା


ବାରବାଟୀରେ ଭାରତ ୩-୨ ଇଂଲଣ୍ଡ- ଏ ପର୍ଯ୍ୟନ୍ତ ବାରବାଟୀରେ ଭାରତ-ଇଂଲଣ୍ଡ ୫ଟି ଦିନିକିଆ ଖେଳିଛନ୍ତି । ଭାରତ ୩ଟି ଏବଂ ଇଂଲଣ୍ଡ ୨ଟି ମ୍ୟାଚ ଜିତିଥିଲେ । ଶେଷ ଥର ୨୦୧୭ରେ ଇଂଲଣ୍ଡ ବାରବାଟୀ ଆସିଥିଲା । ଯୁବରାଜ ସିଂହ (୧୫୦) ଏବଂ ଏମଏସ ଧୋନୀ (୧୩୪) ଶତକୀୟ ଇନିଂସ ଖେଳିଥିଲେ । ଭାରତ ୫ ୱିକେଟରେ ୩୮୧ ରନ କରିଥିଲା ।  ଏହା ଥିଲା ଭାରତର ସର୍ବାଧିକ ସ୍କୋର ଥିଲା । ଇଂଲଣ୍ଡ ୧୫ ରନରେ ପରାସ୍ତ ହୋଇଥିଲା । ୨୦୦୮ରେ ମଧ୍ୟ ଭାରତ ବିଜୟୀ ହୋଇଥିଲା । ୧୯୮୪ରେ ହୋଇଥିବା ମ୍ୟାଚକୁ ୧ ରନରେ ଜିତିଥିଲା ଇଂଲଣ୍ଡ । ୧୯୮୨ରେ ବାରବାଟୀରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ଏହାକୁ ୫ ୱିକେଟରେ ଜିତିଥିଲା ଭାରତ । ରେକର୍ଡ ଦେଖିଲେ ବାରବାଟୀ ଗ୍ରାଉଣ୍ଡ ଟିମ୍ ଇଣ୍ଡିଆ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.