ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଏବେ ଦେଓମାଳି ପାଲଟିବ ୱେଡିଂ ଡେଷ୍ଟିନେସନ୍, ପ୍ରକଳ୍ପ କର୍ଯ୍ୟକାରୀ ହେଲେ ବଢ଼ିବ ପର୍ଯ୍ୟଟକଙ୍କ ସଂଖ୍ୟା

କୋରାପୁଟ, ୨୭।୯: ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି । ୱେଡିଂ ଡେଷ୍ଟିନେସନ୍‌ ପାଇଁ ଦେଓମାଳିରେ ଭିତ୍ତିଭୂମି ନିର୍ମାଣ କରାଯିବ । କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ କାର୍ଯ୍ୟକ୍ରମ ଅଧୀନରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ସହ କେନ୍ଦ୍ର ସରକାର ବୁଝମଣାପତ୍ର ସ୍ୱାକ୍ଷର କରିବେ । ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଅଗଷ୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ପରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଜରିଆରେ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ରାଜ୍ୟ ସରକାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ସହ ଏମ୍‌ଓୟୁ ସ୍ୱାକ୍ଷର କରିବେ । ଏହାପରେ ପ୍ରକଳ୍ପ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେବ । ଏ ସମ୍ପର୍କରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ତନିନା ପ୍ରଧାନୀ ସୂଚନା ଦେଇଛନ୍ତି । ଏହା ହେଲେ ୱେଡିଂ ଡେଷ୍ଟିନେସନ୍‌ ପାଇଁ ବାହାର ରାଜ୍ୟକୁ ଯାଉଥିବା ଲୋକେ ରାଜ୍ୟ ଭିତରେ ପ୍ରାକୃତିକ ପରିବେଶରେ ବିବାହ ଉତ୍ସବ ସମ୍ପନ୍ନ କରିପାରିବେ । ଏହି ପ୍ରକଳ୍ପ କର୍ଯ୍ୟକାରୀ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏହାସହ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ୨୦୨୫ ପର୍ଯ୍ୟଟନ ଋତୁ ଆରମ୍ଭରୁ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । 

ଅନ୍ୟପକ୍ଷରେ ଏହି ସ୍ଥାନକୁ ହିଲ୍‌ ଷ୍ଟେସନ୍‌ ଭାବେ ମାନ୍ୟତା ଦେଇ ପାରିପାର୍ଶ୍ୱିକ ବିକାଶ କରିବାକୁ ସ୍ଥାନୀୟ କେତେକ ସଂଗଠନ ଦାବି କରିଛନ୍ତି । ଏଠାରେ ହୋଟେଲ୍‌, ରେଷ୍ଟୁରାଣ୍ଟ୍‌, ପାର୍କ, ଛୋଟ ରେଳ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ୍‌ ଆଦି ବ୍ୟବସ୍ଥା କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲାରେ ୧୩ଟି ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳ ରହିଛି । କେବଳ ଦେଓମାଳିକୁ ଗତ ୫ ବର୍ଷରେ ୪ ଲକ୍ଷ ୫୦ ହଜାର ୪୮୩ ଲକ୍ଷ ପର୍ଯ୍ୟଟକ ଆସିଛନ୍ତି । ଏଥିରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨ ହଜାରରୁ ଅଧିକ ରହିଛି । ଏଠାକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପର୍ଯ୍ୟଟନ ବିଭାଗ ଉଦ୍ୟମ କରୁଛି । ଯୋଦ୍ଧପୁର, ଜୟପୁର, ଗୋଆ, କେରଳ ଭଳି ଦେଓମାଳିଠାରେ ୱେଡିଂ ଡେଷ୍ଟିନେସନ୍‌ କ୍ଷେତ୍ର ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ବର୍ଷକ ପୂର୍ବରୁ ପର୍ଯ୍ୟଟନ ବିଭାଗର ତତ୍କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏଥିପାଇଁ ଡିପିଆର୍‌ ମଧ୍ୟ ପ୍ରସ୍ତୁତ ହୋଇଛି । କ୍ଷେତ୍ର ପ୍ରସ୍ତୁତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ୱ ଦେବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଏମ୍‌ଓୟୁ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନି । 

ଅନ୍ୟପକ୍ଷରେ ଦେଓମାଳିର ପାରିପାର୍ଶ୍ୱିକ ବିକାଶ ସହ ପର୍ଯ୍ୟଟକଙ୍କ ରାତ୍ର ରହଣି ପାଇଁ ପ୍ରକଳ୍ପ ନିର୍ମାଣ କରିବାକୁ ୧୬ କୋଟି ଟଙ୍କା ଅନୁଦାନ ମିଳିଛି । ଏହି ଅନୁଦାନ ସହ ଜିଲ୍ଲା ବନଖଣ୍ଡ ପକ୍ଷରୁ ଅତିରିକ୍ତ ୩.୯୫ କୋଟି ଟଙ୍କା ବ୍ୟୟରେ ୧୦ଟି ବିଳାସପୂର୍ଣ୍ଣ କଟେଜ୍‌ ନିର୍ମାଣ କରାଯାଉଛି । ପ୍ରାୟ ୨୬ ଏକର ଜମିରେ ଏହି ପ୍ରକଳ୍ପ ତଥା ଉନ୍ନତୀକରଣ କାର୍ଯ୍ୟ ଚାଲିଛି । ଆସାମରୁ ପାଇନ୍‌ ଚାରା ଆଣି ଏଠାରେ ଲଗାଯାଇଛି । ନିର୍ମାଣ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ସରିଛି । କୋରାପୁଟ ସହରଠାରୁ ୬୦ କିମି ଦୂରରେ ରହିଛି ଦେଓମାଳି ପର୍ବତମାଳା । ଏଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗିରହୁଛି । ପ୍ରତିଦିନ ସ୍ଥାନୀୟ ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା, ରାଜ୍ୟ ସମେତ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି । ଆଗକୁ ପର୍ଯ୍ୟଟନ ଋତୁ ଥିବାରୁ ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ଢେର୍‌ ଅଧିକ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏପଟେ ଦେଓମାଳିରେ ଇକୋ ଟୁରିଜିମ୍‌ ପ୍ରକଳ୍ପ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । କୋରାପୁଟ ଆସୁଥିବା ସମସ୍ତ ପର୍ଯ୍ୟଟକ ପ୍ରଥମେ ଦେଓମାଳି ବୁଲିବାକୁ ଇଚ୍ଛା କରିଥାନ୍ତି । ଏଠାରେ ସମସ୍ତ ସୁବିଧା ନ ଥିବାରୁ ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଅଳ୍ପ ସମୟ ମଧ୍ୟରେ ବୁଲି ଫେରିଯାଉଛନ୍ତି । ତେଣୁ ଏ ଦିଗରେ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.