କୋଏମ୍ୱାଟୁର- ତାମିଲନାଡୁର କୋଏମ୍ୱାଟୁରରେ ଲୋକପ୍ରିୟ ୟୁଟ୍ୟୁବର ସଭୁକ୍କୁ ଶଙ୍କର ଅଡୁଆରେ। ସେ ମହିଳା ପୁଲିସ ଅଧିକାରୀଙ୍କୁ ଅପମାନଜନକ ଓ ବିବାଦୀୟ ଟିପ୍ପଣୀ କରିବା ଯୋଗୁଁ ହୋଇଛନ୍ତି ଗିରଫ। ୟୁଟ୍ୟୁବର ସଭୁକ୍କୁ ଶଙ୍କରଙ୍କୁ ପୁଲିସର ଜଣେ ମହିଳା ଏସଆଇଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି। ସଭୁକ୍କୁ ଶଙ୍କର ଡିଏମକେ ସରକାରର ଦୃଢ ସମାଲୋଚକଙ୍କ ମଧ୍ୟରୁ ଜଣେ। କହି ରଖୁଛୁ ଯେ, ଏହା ପୂର୍ବରୁ ମଧ୍ୟ ସଭୁକ୍କୁ ଶଙ୍କର ବିବାଦରେ ଫସିଛନ୍ତି।
ଏହା ପୂର୍ବରୁ ଏକ ମାମଲାରେ ୟୁଟ୍ୟୁବ୍ ମାଡ୍ରାସ୍ ହାଇକୋର୍ଟଙ୍କୁ କହିଥିଲା ଯେ, ୪ ମାର୍ଚ୍ଚରେ ୟୁଟ୍ୟୁବ୍ ଚ୍ୟାନେଲରେ ସଭୁକ୍କୁ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଅପଲୋଡ୍ କରାଯାଇ ଥିବା ଏକ ଭିଡ଼ିଓକୁ ବ୍ଲକ୍ କରି ଦିଆ ଯାଇଛି। ଏହି ଭିଡ଼ିଓରେ ସଭୁକ୍କୁ ଲୋକପ୍ରିୟ ଫିଲ୍ମ ପ୍ରଡକ୍ସନ ହାଉସ୍ ଲାଇକା ପ୍ରଡକ୍ସନ ପ୍ରାଇଭେଟ୍ ଲିମିଟେଡ୍ ଉପରେ ,ଔଷଧ ଚୋରା ଚାଲାଣରୁ ଆୟ ଅର୍ଥର ବ୍ୟବହାର ଫିଲ୍ମରେ କରିଥିବାର ଅଭିଯୋଗ କରିଥିଲେ।
ପ୍ରଡକ୍ସନ ହାଉସ୍ ଦ୍ୱାରା ଦାଏର ଏକ ସିଭିଲ ମାମଲାର ଶୁଣାଣି ବେଳେ ସଭୁକ୍କୁ ମିଡ଼ିଆ ସହ ଏହାର ପ୍ରମୋଟର ସଭୁକ୍କୁ ଶଙ୍କର ଓରଫ୍ ଏ.ଶଙ୍କରଙ୍କ ଠାରୁ , ବାଦୀକୁ ବିନା କୌଣସି ଆଧାରରେ ଡ୍ରଗ୍ ତସ୍କରୀ ସହ ଯୋଡ଼ିବା ନେଇ ୧ କୋଟି ଟଙ୍କାର ଜୋରିମନା ଦାବି କରି ଥିଲା। ସେପଟେ ୟୁଟ୍ୟୁବ୍ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ଏହି ଭିଡ଼ିଓର ରେକର୍ଡ ସାମନାରେ ରଖିଥିଲେ। ବିଚାରପତି ୧୩ ଜୁନ୍ ଯାଏ ଲିଖିତ ଭାବେ ସାକ୍ଷ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ୟୁଟ୍ୟୁବରଙ୍କ ବିରୋଧରେ ସେପର୍ଯ୍ୟନ୍ତ ମାନହାନି କେସ୍ରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।