ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ସବସ୍କ୍ରାଇବର ବଢ଼ାଇବାକୁ ଅଶ୍ଳୀଳ କଣ୍ଟେଣ୍ଟ ପବ୍ଲିଶ କରୁଛନ୍ତି କିଛି ୟୁଟ୍ୟୁବ ଚ୍ୟାନେଲ୍‌: ହାଇକୋର୍ଟ

ନୂଆଦିଲ୍ଲୀ: କିଛି ୟୁଟ୍ୟୁବ ଚ୍ୟାନେଲ ସମାଜ ପାଇଁ ବିପଦ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ । ୟୁଟ୍ୟୁବ ଚ୍ୟାନେଲ ନିଜ ସବସ୍କ୍ରାଇବର ବଢାଇବା ପାଇଁ ଅପମାନଜନକ କଣ୍ଟେଣ୍ଟ ଜାରି କରୁଛନ୍ତି । ଯାହା ସମାଜ ପାଇଁ ବିପଦ ସୃଷ୍ଟି କରୁଛି । ତେବେ ବର୍ତ୍ତମାନ ସରକାର ଏହି କଣ୍ଟେଣ୍ଟ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାନ୍ତୁ । ମାଡ୍ରାସ ହାଇକୋର୍ଟର ଜଜ ଜଷ୍ଟିସ କେ. କୁମାରେଶ ଖଣ୍ଡପୀଠ Redpix ୟୁଟ୍ୟୁବ ଚ୍ୟାନେଲ୍‌ର ଜି. ଫେଲିକ୍ସ ଗେରାଲ୍ଡଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ମୌଖିକ ଭାବରେ ଏହି ଟିପ୍ପଣୀ କରିଛନ୍ତି ।

ରେଡପିକ୍ସ ୟୁଟ୍ୟୁବ ଚ୍ୟାନେଲର ଜି.ଫେଲିକ୍ସଙ୍କ ବିରୋଧରେ ମହିଳା ଉତ୍ପୀଡନ ନିଷେଧ ଅଧିନିୟମ ୧୯୮୮, ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ନିକଟରେ ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ ସୁବକ୍କୁ ଶଙ୍କରଙ୍କ ସହ ଇଣ୍ଟରଭ୍ୟୁ କରିଥିଲେ । ଆଉ ଏହି ଇଣ୍ଟରଭ୍ୟୁ ପରେ ଉଭୟ ଶଙ୍କର ଏବଂ ଫେଲିକ୍ସଙ୍କ ବିରୋଧରେ ମାମଲା ହୋଇଥିଲା । ଏହାପରେ ୪ ମେ’ରେ କୋଏମ୍ବାତୁର ସାଇବର ସେଲ ଶଙ୍କରଙ୍କୁ ଏହି ମାମଲାରେ ଗିରଫ କରିଛି । ତେବେ ଏହି ସାକ୍ଷାତକାରରେ ଶଙ୍କର ମହିଳା ଏବଂ ମହିଳାପୋଲିସଙ୍କୁ ନେଇ ଅପମାନଜନକ ଟିପ୍ପଣୀ କରିଥିଲେ । ସେପଟେ ଗିରଫଦାରୀରୁ ବର୍ତ୍ତିବା ଲାଗି ଜି. ଫେଲିକ୍ସ କୋର୍ଟରେ ଜାମିନ ଆବେଦନ କରିଥିଲେ ।

ଫେଲିକ୍ସଙ୍କ ଏହି ଜାମିନ ଆବେଦନକୁ ସରକାରୀ ଓକିଲ ଇ. ରାଜ ତିଲକ ବିରୋଧ କରିଥିଲେ । ଇଣ୍ଟରଭ୍ୟୁ ସମୟରେ ଶଙ୍କରଙ୍କୁ ମହିଳା ବିରୋଧୀ ମନ୍ତବ୍ୟ ଦେବା ସମୟରେ ଫେଲିକ୍ସ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି କହିଥିଲେ ତିଲକ । ଏହା ସହ ଫେଲିକ୍ସ ପୁଲିସର ସମନ ସତ୍ବେ ହାଜର ହୋଇନଥିଲେ ବୋଲି କୋର୍ଟରେ କହିଥିଲେ ଓକିଲ । 

ଜାମିନ ଆବେଦନର ଶୁଣାଣି ସମୟରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ, ଶଙ୍କରଙ୍କ ସମେତ ଏହି ମାମଲାରେ ଫେଲିକ୍ସ ସମାନ ଭାବରେ ଦାୟୀ । ସେପଟେ ମାଡ୍ରାସ ହାଇକୋର୍ଟ ସରକାରଙ୍କ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କହିଛନ୍ତି, ଏପରି କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅଧିକ ଟୁଲ୍ସ ଅଣାଯାଉ । ୟୁଜର୍ସଙ୍କୁ ମଧ୍ୟ ଏପରି କଣ୍ଟେଣ୍ଟକୁ ରିପୋର୍ଟ କରିବା ଆବଶ୍ୟକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଆପତ୍ତିଜନକ କଣ୍ଟେଣ୍ଟର ରିପୋର୍ଟ କରିବାର ବିକଳ୍ପ ରହିଛି । ଯାହାଦ୍ୱାରା ସେଗୁଡ଼ିକୁ ହଟାଯାଇପାରିବ ।

 

  • High Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.