ଭୁବନେଶ୍ୱର ୦୪/୦୫: ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ। ମୃତ ଯୁବତୀ ଜଣକ ବିଷ୍ଣୁପ୍ରିୟା ରାଉତ ବୋଲି ଜଣାପଡିଛି। ଅନ୍ୟ ଜଣେ ଯୁବତୀଙ୍କ ସହ ଭଡାରେ ରହୁଥିଲେ। ସେ ବର୍ତ୍ତମାନ ଫେରାର ଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଭାରତପୁର ଥାନା ଅନ୍ତର୍ଗତ ଏକ ବସ୍ତିରେ ରହୁଥିଲେ ବିଷ୍ଣୁପ୍ରିୟା ରାଉତ। ଗୁରୁବାର ଦିନ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ବେଳେ ଗତକାଲି ରାତିରେ ମୃତଦେହ ଠାବ ଜବତ ହୋଇଛି। ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଛନ୍ତି। ତେବେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକ। ଫେରାର ଥିବା ଯୁବତୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।