ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଦ୍ବିତୀୟ ବିଶ୍ବଯୁଦ୍ଧର ହିରୋ ୧୦୦ ବର୍ଷରେ ଏବେ କରିବେ ବିବାହ: ପ୍ରେମିକାଙ୍କୁ ୯୬, ଖୁବ୍ ଅଜବ୍ ଦୁହିଁଙ୍କ ପ୍ରେମକାହାଣୀ

ନୂଆଦିଲ୍ଲୀ,୮।୫: ଆମେରିକା ପାଇଁ  ଦ୍ବିତୀୟ ବିଶ୍ବଯୁଦ୍ଧ ଲଢି ହିରୋ ପାଲଟିଥିଲେ ହେରାଲ୍ଡ ଟେରେନ୍ସ। ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ହେରାଲ୍ଡ । ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକାକୁ ବିବାହ କରିବାକୁ ଯାଉଛନ୍ତି। ଏବେ ହେରାଲ୍ଡଙ୍କ ବୟସ ୧୦୦ ବର୍ଷ ଓ ପ୍ରେମିକାଙ୍କ ବୟସ ୯୬ ବର୍ଷ। ଦୁହେଁ ୨୦୨୧ ଠାରୁ ପରସ୍ପରକୁ ଡେଟ୍ କରୁଛନ୍ତି।  ଦୁହିଁଙ୍କର ଓ୍ବେଡିଂ ଭେନ୍ୟୁ ମଧ୍ୟ ଖୁବ୍ ଖାସ୍ ରହିଛି। ବିବାହ ସେହି ସମୁଦ୍ର କୂଳରେ ହେବ ,ଯେଉଁଠି ବିଶ୍ବଯୁଦ୍ଧ ବେଳେ ଆମେରିକା ସେନା ଲଢିବାକୁ ବାହାରିଥିଲେ। 

ମିଳିଥିବା ସୂଚନା ଅନୁସାରେ, ନିଜ ବିବାହକୁ ନେଇ ହେରାଲ୍ଡ ଖୁବ୍ ଉତ୍ସାହିତ ଅଛନ୍ତି। ସେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଆମେରିକା ବାୟୁସେନାରେ ସେ କାମ କରୁଥିଲେ। ହେରାଲ୍ଡଙ୍କୁ ୬ ଜୁନ୍‌ରେ ଡି-ଡେ ଲ୍ୟାଣ୍ଡିଂର ୮୦ତମ ବାର୍ଷିକୀରେ ସମ୍ମାନିତ କରାଯିବ।ଏହା ହେଉଛି ସେହି ଐତିହାସିକ ଦିନ, ଯେତେବେଳେ ଆମେରିକାର ମିତ୍ର ଦେଶରେ ସାମିଲ ହୋଇ ବିଶ୍ବଯୁଦ୍ଧର ଗତିପଥକୁ ବଦଳାଇ ଦେଇଥିଲା। ଏହି ଯୁଦ୍ଧରେ ହେରାଲ୍ଡ ସେହି ଅଳ୍ପ କିଛି ଭାଗ୍ୟଶାଳୀ ବ୍ୟକ୍ତିଙ୍କ ଭିତରେ ଜଣେ ଥିଲେ, ଯିଏ ଜୀବିତ ଫେରି ଆସିଥିଲେ। ସମ୍ମାନିତ ହେବାର ଦୁଇ ଦିନ ପରେ ହେରାଲ୍ଡ ନିଜ ପ୍ରେମିକା ଜିନ୍ ସ୍ବେରଲିନ୍‌ଙ୍କୁ ବିବାହ କରିବେ। ବିବାହରେ ସହରର ମେୟର ମଧ୍ୟ ଉପସ୍ଥିତ   ରହିବେ।

ଟେରେନ୍ସ ଏଏଫ୍‌ପିକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ, ଏହା ଏଭଳି ଏକ ପ୍ରେମ କାହାଣୀ, ଯାହାକୁ ଆପଣ ପୂର୍ବରୁ କେବେ ଶୁଣିନଥିବେ।’ ସେ କହିଛନ୍ତି, କିଶୋର ବୟସରୁ ଆମେ ପରସ୍ପରକୁ ଭଲ ପାଉଥିଲୁ। ସ୍ବେରାଲିନ୍ କହିଛନ୍ତି, ତାଙ୍କ ପାର୍ଟନର ଖୁବ୍ ଭଲ। ତାଙ୍କର ଖୁବ୍ ଯତ୍ନ ନିଅନ୍ତି। ବିଶ୍ବଯୁଦ୍ଧ ଶେଷ ହେବାପରେ ହେରାଲ୍ଡ ନିଜ ଘରକୁ ଫେରିଆସିଥିଲେ। ଥେଲମାଙ୍କୁ ସେ ବିବାହ କରିଥିଲେ। ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। ହେରାଲ୍ଡ ଏକ ବ୍ରିଟିସ୍ କମ୍ପାନୀ ପାଇଁ କାମ କରିଥିଲେ। ଅବସର ପରେ ତାଙ୍କ ପରିବାର ଫ୍ଳୋରିଡାରେ ବସବାସ କରିଥିଲେ। ୨୦୧୮ ରେ ଥେଲମାଙ୍କ ମୃତ୍ୟୁ ପରେ ହେରାଲ୍ଡ ଏକାକୀ ହୋଇଯାଇଥିଲେ। ଏହି ସମୟରେ ଜଣେ ବନ୍ଧୁଙ୍କ ଜରିଆରେ ସ୍ବେରାଲିନାଙ୍କୁ ସାକ୍ଷାତ କରିଥିଲେ। ସ୍ବେରାଲିନାଙ୍କର ସ୍ବାମୀ ମଧ୍ୟ ଦୀର୍ଘ ବର୍ଷ ମରିଯାଇଛନ୍ତି। ଦୁହେଁ ଭେଟିବା ପରେ ଏକାଠି ରହିବାର ନିଷ୍ପତ୍ତି ନେଇଥିଲ।ହେରାଲ୍ଡ ୧୮ ବର୍ଷରେ ହୋଇଥିବା ବେଳେ ଜାପାନର ପର୍ଲ ହାର୍ବରରେ ଆମେରିକା ନୌସେନା ବେସ୍ ଉପରେ ବୋମାମାଡ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.