ନୂଆଦିଲ୍ଲୀ: ରାତି ପାହିଲେ ଆସିବ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ । ଦେଶବାସୀଙ୍କ ନଜର ଦିଦି ପୁଣିଥରେ କ୍ଷମତାକୁ ଫେରୁଛନ୍ତି ନା ବିଜେପି ଶାସନ କରିବ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଲାଗି ରହିଛି ଉତ୍ତେଜନା । ତେବେ ଫଳାଫଳ ଆସିବା ପୂର୍ବରୁ ପୁଣି ଷ୍ଟ୍ରଙ୍ଗରୁମ୍ ଆଗରେ ଦେଖିବାକୁ ମିଳିଛି ହଙ୍ଗାମା । ଟିଏମସି ପକ୍ଷରୁ ଅଭିଯୋଗ କରାଯାଇଛି ଗାଡ଼ିରେ ବିଜେପି ପତାକା ଲଗାଇ ଷ୍ଟ୍ରଙ୍ଗରୁମ ଆଡ଼କୁ ଯାଇଥିଲେ । ଯେଉଁ କାରଣରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ଟିଏମସି ପକ୍ଷରୁ ଦାବି କରାଯାଇଛି ।
ସେଖାଓ୍ବତ ମେମୋରିଆଲ୍ ଗାର୍ଲ୍ସ ହାଇସ୍କୁଲରେ ଏହି ଘଟଣା ଘଟିଛି । ଯେଉଁଠାରେ ଟିଏମସି ପକ୍ଷରୁ ପ୍ରତିବାଦ ମଧ୍ୟ କରାଯାଇଥିଲା । ଏଠାକୁ ଯେଉଁ ଗାଡ଼ି ଯାଉଥିଲା ଯାଞ୍ଚ ହେଉଥିଲା । ପୁଲସ ସମସ୍ତଙ୍କୁ ଯାଞ୍ଚ କରି ଭିତରକୁ ଛାଡ଼ୁଥିଲା । ମାତ୍ର ଏକ କାର ଯାଇଥିଲା ଯେଉଁଥିରେ ବିଜେପି ପତାକା ମରାଯାଇଥିଲା । ମାତ୍ର ଏହି ଗାଡ଼ିକୁ ବିନା ଯାଞ୍ଚରେ ଛଡ଼ାଯାଇଥିବାବେଳେ ଟିଏମସି କର୍ମୀମାନେ ବିରୋଧ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ହଙ୍ଗାମା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମମତା ବାନାର୍ଜୀଙ୍କ ନିର୍ବାଚନ ମଣ୍ଡଳୀ ଭବାନୀପୁରରେ ଏଭଳି ଦେଖିବାକୁ ମିଳିଛି ।
ଏହି ସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ, ନିର୍ବାଚନ କମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କାରଟି ହରିଶ ମୁଖାର୍ଜୀ ରୋଡ୍ ଦେଇ ଯାଉଥିଲା।ସୁରକ୍ଷା ଏବଂ ପୋଲିସ ଯାଞ୍ଚ ପରେ, ଭିତରେ କିଛି ଆପତ୍ତିଜନକ ଜିନିଷ ମିଳିଲା ନାହିଁ ଏବଂ ଏହାକୁ ଆଗକୁ ଯିବାକୁ ଅନୁମତି ଦିଆଯାଇଥିଲା।ଏହି ସମୟରେ, ରାଜ୍ୟର ଅନେକ ସ୍ଥାନରେ ଷ୍ଟ୍ରଙ୍ଗରୁମ ବାହାରେ ସମାନ ପ୍ରକାରର ଗଣ୍ଡଗୋଳ ଘଟୁଛି।
ଏହାସହ ପଢ଼ନ୍ତୁ : ହ୍ୟାଟ୍ରିକ୍ ବିଜୟ ହାସଲ କଲା କୋଲକାତା, ଧୂଳି ଚାଟିଲା ହାଇଦ୍ରାବାଦ