ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଶେଷରେ ଶୁଣିଲେ ପ୍ରଭୁ .. ଆଜିଠୁ ତାତିକୁ ଛୁଟି, ଖସିବ ପାରଦ: ୨୦ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର,୦୭/୦୫: ଶେଷରେ ପ୍ରଭୁ ଶୁଣିଲେ । ସୋମବାର ଅପରାହ୍ନରେ ଭୁବନେଶ୍ୱର, କଟକ ସମେତ ନୟାଗଡ଼, ଗଞ୍ଜାମ, ଗଜପତିର ବିଭିନ୍ନ ଅଞ୍ଚଳରେ କଳାହାଣ୍ଡିଆ ମେଘ ମାଡ଼ି ଆସିଲା । ଧୂଳି ଉଡ଼ାଇ ପବନ ପିଟିଲା । ସ୍ଥାନେ ସ୍ଥାନେ ବର୍ଷା ଭିଜାଇଲା । ଯେତିକି ଅଞ୍ଚଳ ଭିଜାଇଲା, ବାତାବରଣ ସାମାନ୍ୟ ଥଣ୍ଡା ହେଲା । 

ପାଣିପାଗ ପୂର୍ବାନୁମାନ, ମଙ୍ଗଳବାରଠାରୁ ଗ୍ରୀଷ୍ମ ପ୍ରବାହରୁ ବିରତି ମିଳିବ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଦେଖାଯାଉନି । ମଙ୍ଗଳବାରରୁ ରାଜ୍ୟରେ କାଳବୈଶାଖୀ ବର୍ଷା ବଢ଼ିବ । ଅନେକ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏବେ ନିୟମିତ ବର୍ଷା ସମ୍ଭାବନା ଅଛି । ୧୦ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ । ଏହା ପ୍ରଭାବରେ ତାତି ପୂରା କମିଯିବ । ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ କମିବା ସମ୍ଭାବନା ଅଛି ।

କ୍ରମାଗତ ଭାବେ ତାପମାତ୍ରା ଖସିବ । ୭ ତାରିଖରେ (ମଙ୍ଗଳବାର) ଉପକୂଳ ଓଡ଼ିଶାର କଟକ, ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିପାରେ । ୮ରେ ଆଉ ଗୋଟିଏ ଡିଗ୍ରୀ କମିପାରେ । ୯ ତାରିଖବେଳକୁ ଭୁବନେଶ୍ୱର ତାପମାତ୍ରା ଖସି ୩୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇପାରେ । ୧୦ ତାରିଖବେଳକୁ ସାରା ଉପକୂଳରେ ତାପମାତ୍ରା ୩୫-୩୬ ଡିଗ୍ରୀ ଥିବ ।

ସେହିପରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ମଙ୍ଗଳବାର ଦ୍ରୁତଗତିରେ ଖସିବା ସମ୍ଭାବନା ଅଛି । ଝାରସୁଗୁଡ଼ା, ଟିଟିଲାଗଡ଼, ନୂଆପଡ଼ା ଆଦି ସ୍ଥାନରେ ସର୍ବାଧିକ ୪୦-୪୧ ଡିଗ୍ରୀ ରହିପାରେ । ୯ ତାରିଖବେଳକୁ ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ କିମ୍ବା ଉତ୍ତରରେ ବି କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ନଥିବ । ସବୁଠି ୪୦ ଡିଗ୍ରୀ ସେଲସିୟସ୍‌ ତଳେ ଥିବ ପାରଦ । ପ୍ରାୟତଃ ୩୭-୩୮ଡିଗ୍ରୀ ରହିପାରେ । ୧୦ ତାରିଖବେଳକୁ ଆହୁରି କମିପାରେ । 

ସୋମବାର ସକାଳୁ ଅସ୍ତବ୍ୟସ୍ତ କରୁଥିଲା ଗରମ । ମଧ୍ୟାହ୍ନବେଳକୁ ଜଳୁଥିଲା ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶା । ଗୁଳୁଗୁଳିରେ ଛଟପଟ ହେଉଥିଲା ଉପକୂଳ । ଗରମରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ । ଡାକ ଶୁଣିଲେ ଭଗବାନ । ଅପରାହ୍ନରେ ଧୂଳି ଉଡ଼ାଇ ମାଡ଼ି ଆସିଲା କାଳବୈଶାଖୀ । ବର୍ଷିଲା, ପବନରେ ଗଛ ଡାଳ ବି ମୋଡ଼ି ପକାଇଲା । 

ତ୍ରାହି ମିଳିଲା ଭୁବନେଶ୍ୱର, କଟକ ସମେତ ନୟାଗଡ଼, ଗଞ୍ଜାମ, ଗଜପତିର ବିଭିନ୍ନ ଅଞ୍ଚଳରେ । ଭୁବନେଶ୍ୱରରେ ୧୫ ମିନିଟ ପାଇଁ ପ୍ରଚଣ୍ଡ ପବନ ବହିଲା । କିଛି ସମୟ ପାଇଁ ପବନ ବେଗ ଘଣ୍ଟା ପ୍ରତି ୯୧ କିଲୋମିଟର ଛୁଇଁଥିଲା । ଅନେକ ସ୍ଥାନରେ ଗଛ ଉପୁଡ଼ିଲା, ଡାଳ ଭାଙ୍ଗିଲା, ତାର ଛିଣ୍ଡିଲା । ଗାଡ଼ିମୋଟର ସହ ବିମାନ ଚଳାଚଳ ବି ପ୍ରଭାବିତ ହେଲା କିଛି ସମୟ ପାଇଁ । 

ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ପାରଳାଖେମୁଣ୍ଡିରେ ୨୬.୬ ମିଲିମିଟର, ଭୁବନେଶ୍ୱରରେ ୧୦.୫ ମିମି, ଗୋପାଳପୁରରେ ୧୫.୩, ନୟାଗଡ଼ରେ ୧୪ ମିମି ବର୍ଷା ରେକର୍ଡ ହୋଇଥିଲା । ଏହାବାଦ୍‌ କଟକ, ଛତ୍ରପୁର, ପାରାଦୀପ ଓ ଚାନ୍ଦବାଲିରେ ଅଳ୍ପ ବର୍ଷା ହୋଇଥିବା ଜଣାପଡ଼ିଛି । ଅନେକ ସ୍ଥାନରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଥିଲା । 

ଦକ୍ଷିଣ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ପଶ୍ଚିମ ପଟୁ ଶୁଷ୍କ ପବନ ଆସୁଥିବାବେଳେ ବଙ୍ଗୋପସାଗରରୁ ଆସୁଥିବା ସାମୁଦ୍ରିକ ପବନ ଓ ଜଳୀୟବାଷ୍ପ ମିଶ୍ରଣରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି । ଏହା ପ୍ରଭାବରେ ଆସନ୍ତା ୪-୫ଦିନ ବିସ୍ତୃତ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା, ପବନ, କୁଆପଥର ମାଡ଼ ଓ ଧୂଳିଝଡ଼ ହୋଇପାରେ ।

ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଗଞ୍ଜାମ, ଗଜପତି, କନ୍ଧମାଳରେ ବଜ୍ରପାତ, ଧୂଳିଝଡ଼, ୪୦-୫୦ କିମି  ପବନ ସହ ପ୍ରବଳ ବର୍ଷା ଆଶଙ୍କା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟରେ ବଜ୍ରପାତ ସହ ୪୦-୫୦ କିମି ପବନ ହୋଇପାରେ । ଆସନ୍ତା ୮, ୯ ତାରିଖରେ ବି ବିଭିନ୍ନ ସ୍ଥାନରେ ବର୍ଷା ସହ କିଛି ଜାଗାରେ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି, ପବନ ଆଶଙ୍କା ଅଛି । ୧୧ରୁ ବର୍ଷା ପରିମାଣ କମିପାରେ । 

ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ସେଥିରୁ ୭ଟି ସହର ୪୩ ଟପିଥିଲା । ସର୍ବାଧିକ ୪୪.୫ ଡିଗ୍ରୀ ସେଲସିୟସରେ ଜଳିଥିଲା ବଲାଙ୍ଗୀର ସହର । ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରୀ, ବୌଦ୍ଧ ୪୩.୫, ଝାରସୁଗୁଡ଼ା ୪୩.୪, ସମ୍ବଲପୁର ୪୩.୪, ଭବାନୀପାଟଣା ୪୩, ସୁନ୍ଦରଗଡ଼ ୪୨.୯, ରାଉରକେଲା ୪୨.୬, ମାଲାକାନଗିରି ୪୨.୫, ସୋନପୁର ୪୨.୩, ଅନୁଗୁଳ ୪୨.୧, ହୀରାକୁଦ ୪୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

  • PrameyaOdia
  • prameya
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.