ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ୟୁକ୍ରେନ୍‌ ସହ ଯୁଦ୍ଧ ମଧ୍ୟରେ ପୁଣି ଥରେ ରାଷ୍ଟ୍ରପତି ଭାବେ ଶପଥ ନେଲେ ଭ୍ଲାଦିମିର ପୁଟିନ୍‌

ମସ୍କୋ: ବର୍ତ୍ତମାନ ବିଶ୍ବ ରାଜନୀତିରେ ଅନ୍ୟତମ ଶକ୍ତିଶାଳୀ ରାଜନେତା ଭ୍ଳାଦିମିର ପୁଟିନ୍‌ ପୁଣି ଥରେ ଋଷିଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । କ୍ରେମଲିନରେ ଆୟୋଜିତ ଭବ୍ୟ ସମାରୋହରେ ପଞ୍ଚମ ଥର ଲାଗି ଶପଥ ନେଇଛନ୍ତି ଭ୍ଲାଦିମିର ପୁଟିନ୍‌ । ଜୋସେଫ ଷ୍ଟାଲିନଙ୍କ ପରେ ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ଶାସନ କରିଥିବା ନେତା ପୁଟିନଙ୍କ ପଞ୍ଚମ କାର୍ଯ୍ୟକାଳ ୨୦୩୦ ପର୍ଯ୍ୟନ୍ତ ଜାରି ରହିବ । ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ପୁଣି ଋଷିଆକୁ ଶାସନ କରିବେ ପୁଟିନ୍‌  । ସେପଟେ ପୁଟିନଙ୍କ ଏହି ଶପଥ ଗ୍ରହଣ ସମାରୋହରେ ଆମେରିକା ସମତେ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଯୋଗ ଦେଇ ନାହାନ୍ତି । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ କରିବା ପାଖରୁ ଉଭୟ ଋଷିଆ ଏବଂ ଏହାର ଶାସକ ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରିଆସିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର । ଫଳସ୍ବରୂପ ଆଜିର ଏହି କାର୍ଯ୍ୟକ୍ରମକୁ ଏହି ସବୁ ଦେଶ ବର୍ଜନ କରିଛନ୍ତି ।

ମଙ୍ଗଳବାର ମସ୍କୋରେ ଥିବା କ୍ରେମଲିନ ପ୍ୟାଲେସ୍‌ରେ ପୁଟିନ୍‌ ୩୩ଟି ଶବ୍ଦ ମାଧ୍ୟମରେ ଶପଥ ଗ୍ରହଣ କରିଛନ୍ତି । ଏହି ସ୍ଥାନରେ ଜାର୍‌ ପରିବାରର ୩ ଜଣ ରାଜା ଆଲେକଜାଣ୍ଡର ୨, ଆଲେକଜାଣ୍ଡର ୩ ଏବଂ ନିକୋଲାସ ୨ଙ୍କ ରାଜ୍ୟାଭିଷେକ ହୋଇଥିଲା । ଶପଥ ନେବା ପରେ ପୁଟିନ କହିଛନ୍ତି, ଆମେ ଆହୁରି ମଜଭୁତ ହେବା । ଆମକୁ ଶତ୍ରୁ ଭାବୁଥିବା ରାଷ୍ଟ୍ରଗୁଡ଼ିକ ସହ ସଂପର୍କ ଦୃଢ଼ କରିବା । ଜନତାଙ୍କ ବିଶ୍ବାସ ବଜାୟ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିବି ବୋଲି କହିଛନ୍ତି ଭ୍ଲାଦିମିର ପୁଟିନ। ତେବେ ୭୧ ବର୍ଷୀୟ ପୁଟିନ୍‌ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବରେ ୧୯୯୯ରୁ ଶାସନରେ ରହିଆସିଛନ୍ତି । 

ଅଖଣ୍ଡ ଶକ୍ତିର ଅଧିକାରୀ ପୁଟିନ୍‌ଙ୍କ ପ୍ରଭାବ ଫଳରେ ଋଷରେ ତାଙ୍କୁ ବିରୋଧ କରିବାକୁ କେହି ନାହାନ୍ତି କହିଲେ ଭୁଲ ହେବ ନାହିଁ । ୨୦୨୪ ମାର୍ଚ୍ଚ ମାସରେ ଋଷିଆରେ ହୋଇଥିବା ନିୟନ୍ତ୍ରଣାଧୀନ ନିର୍ବାଚନରେ ପୁଟିନଙ୍କୁ ବିପୁଳ ବିଜୟ ମିଳିଥିଲା । ପୁଟିନଙ୍କ ସପକ୍ଷରେ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଖାରିତୋନୋଭଙ୍କ କେବଳ ୪ ପ୍ରତିଶତ ଭୋଟ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି, ଦୀର୍ଘ ୨ ବର୍ଷ ହେଲା ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିଥିବା ବେଳେ ପୁଟିନଙ୍କ ଲୋକପ୍ରିୟତାରେ କୌଣସି ଆଞ୍ଚ୍‌ ଆସିନାହିଁ । ସେପଟେ ନିଜର ବିରୋଧୀଙ୍କୁ ସଫା କରିବାରେ ପୁଟିନ୍‌ ବେଶ ସିଦ୍ଧହସ୍ତ ବୋଲି କୁହାଯାଏ । ଏହାର ଅନେକ ଉଦାହରଣ ମଧ୍ୟ ରହିଛି । 

ଭ୍ଲାଦିମିର ପୁଟିନଙ୍କ ସବୁଠୁ ବଡ଼ ସମାଲୋଚକ ଏବଂ ବିରୋଧୀ ଆଲେକ୍ସି ନଭଲାନିଙ୍କ ରହସ୍ୟମୟୀ ମୃତ୍ୟୁ ପରେ ଏକଥା ଆଉଥରେ ପ୍ରମାଣିତ ହୋଇଥିଲା । ଅନ୍ୟମାନଙ୍କୁ ପୁଟିନ ପ୍ରଶାସନ ଗୁପ୍ତ ଉପାୟରେ ହତ୍ୟା କରିଥିବା କିମ୍ବା ସେମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ପ୍ରକାଶ ପାଏ । ଜେଲ୍‌ରେ ଥିବା ବେଳେ ଆଲେକ୍ସି ନଭଲାନିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ପତ୍ନୀ ୟୁଲିଆ ନଭଲାନି ପୁଟିନଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ । ଏହା ସହ ମଙ୍ଗଳବାର ପୁଟିନଙ୍କୁ ବିରୋଧ କରିବା ଜାରି ରଖିବାକୁ ନିଜର ସମର୍ଥକଙ୍କୁ ଅପିଲ ମଧ୍ୟ କରିଛନ୍ତି । ସେ ପୁଟିନଙ୍କୁ ଜଣେ ମିଛୁଆ, ହତ୍ୟାକରୀ ଏବଂ ଚୋର ବୋଲି କହିଆସିଛନ୍ତି । ହେଲେ ଏସବୁ ଭିତରେ ଭ୍ଲାଦିମିର ପୁଟିନ ପଞ୍ଚମ ଥର ଲାଗି ଋଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ।  

ପୁଟିନଙ୍କ ଶପଥ ଗ୍ରହଣ ଏବଂ ରାଷ୍ଟ୍ରୀୟ ସଂଗୀତ ଗାନ ପରେ ସେନା ତାଙ୍କୁ ୨୧ ତୋପ ସଲାମୀ ଦେଇଛି । ଶପଥ ଗ୍ରହଣ ସମାରୋହରେ ସିନେଟର ସାଂସଦ, କୋର୍ଟର ଜଜ୍‌, ବିଭିନ୍ନ ଦେଶର ରାଷ୍ଟ୍ରଦୂତ ସାମିଲ ହୋଇଥିଲେ । ପ୍ରାୟ ୨୫ ବର୍ଷର ଶସନକାଳରେ ଋଷିଆ ବହୁ ଉତ୍ଥାନ ପତନ ଦେଇ ଗତି କରିଛି । କିନ୍ତୁ ପୁଟିନ୍‌ ନିଜର ଶାସନ ଶୈଳୀ ଏବଂ ଦେଶ ପାଇଁ ପ୍ରତିବଦ୍ଧତା ଲାଗି ଲୋକପ୍ରିୟତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ବିଶ୍ବର ବିଭିନ୍ନ ଶକ୍ତି ସହ ଏବେ ଋଷିଆର ଲଢ଼େଇ ଚାଲିଛି । ସେମଧ୍ୟରୁ ୟୁକ୍ରେନ୍‌ ଯୁଦ୍ଧ ଅନ୍ୟତମ । ପୁଟିନଙ୍କୁ ବହୁ ବିରୋଧର ସାମ୍ନା ମଧ୍ୟ କରିବାକୁ ପଡ଼ିଛି । ସେ ନିଜ ପାଇଁ ସମ୍ବିଧାନ ପରିବର୍ତ୍ତନ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଆସିଛି । ତଥାପି ନିଜ ଶୈଳୀରେ ପୁଣି ଥରେ ଦୁନିଆର ଅନ୍ୟତମ ମହାଶକ୍ତି ଋଷିଆକୁ ନେତୃତ୍ବ କରିବେ ଭ୍ଲାଦିମିର ପୁଟିନ୍ ।

  • Russia
  • Russian President
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.