ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ଦମ୍ ଅଛି ତ ପ୍ରାର୍ଥୀ ଘୋଷଣା କରନ୍ତୁ...

ଭୁବନେଶ୍ଵର, ୦୭/୦୫ : ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ଦମ୍ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ... ବିଜେପିକୁ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କ ଓପୋନ୍ ଚ୍ୟାଲେଞ୍ଜ୍। ୫-ଟି ଅଧ୍ୟକ୍ଷ ଆଜି ବିଜେପିକୁ ଏଭଳି ଆହ୍ଵାନ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଚୟନ ଓଡ଼ିଶାବାସୀ କରିବେ। ମୁଖ୍ୟମନ୍ତ୍ରୀ କିଏ ହେବେ ? ତାହା  ହାଇକମାଣ୍ଡ ଚୟନ କରିପାରିବେ ନାହିଁ। ବିଜେପି ଯାହା ଚାହୁଁଛି ସେୟା ହେଲେ, ୨୦ ରୁ ୨୫ ବର୍ଷ ପଛକୁ ପଳାଇବ ଓଡ଼ିଶା।

ପାଣ୍ଡିଆନ୍ ପୁଣି କହିଛନ୍ତି ଯେ, ଓଡ଼ିଶାବାସୀଙ୍କୁ ନବୀନ ବାବୁ ଉତ୍ତରଦାୟୀ। ଆଉ କିଏ ମୁଖ୍ୟମନ୍ତ୍ରୀ ହେଲେ, ନିଜ ବସ୍ ପାଇଁ ଉତ୍ତରଦାୟୀ ରହିବେ। ନବୀନ ବାବୁଙ୍କ ରିମୋଟ୍ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି। ଜୁନ ୯ରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ସୂଚନାନୁଯାୟୀ, ଗଞ୍ଜାମରେ ବିଜେଡିର ଘନ ଘନ ପ୍ରଚାର ଚାଲିଛି। ଏହି ପରିପ୍ରେକ୍ଷୀରେ ଖଲ୍ଲିକୋଟରେ ଅନୁଷ୍ଠିତ ଜନସଭାରେ ବିଜେପିକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍। ଏକ ସାଧାରଣ ସଭାରେ ସେ ସମ୍ବୋଧନ କରି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ପ୍ରଶ୍ନ କରିଛନ୍ତି। ସେହିପରି ସୋମବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବି ବିଜେପିକୁ ଟାର୍ଗେଟ୍ କରିଥିଲେ ପାଣ୍ଡିଆନ୍। କହିଥିଲେ ଡବଲ ଇଞ୍ଜିନ୍ ଚାଲୁଥିବା ରାଜ୍ୟରେ ଅର୍ଥନୀତି ଭୁଶୁଡ଼ିପଡ଼ିଛି। ତେଲ ସରିଗଲା, ଗାଡି ବନ୍ଦ ହୋଇଗଲା। ଡବଲ ଇଞ୍ଜିନ୍ ଆସିଲେ ଆହୁରି ୨୦ ବର୍ଷ ପଛକୁ ଯିବ ରାଜ୍ୟ। ନବୀନ ଇଞ୍ଜିନ୍‌କୁ ଭୋଟ୍ କରନ୍ତୁ। ଶଙ୍ଖ ଚିହ୍ନକୁ ଭୋଟ୍ କରନ୍ତୁ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.