ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଭିନେଶ ଫୋଗାଟଙ୍କ ବିବାଦରେ ସଚିନଙ୍କ ପ୍ରତିକ୍ରିୟା , କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଇ କହିଲେ ....

ନୂଆଦିଲ୍ଲୀ – ଭିନେଶ ଫୋଗାଟଙ୍କ ଅଲିମ୍ପିକ ବିବାଦକୁ ନେଇ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପ୍ରତିକ୍ରିୟା। ଏହି କୁସ୍ତି ଯୋଦ୍ଧାଙ୍କୁ ଦେଲେ ସମର୍ଥନ। ପ୍ୟାରିସ୍‌ ଅଲିମ୍ପିକରେ ମହିଳା ୫୦ କି.ଗ୍ରା କୁସ୍ତି ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିବା ପରେ ଅଧିକ ଓଜନ କାରଣରୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ କରାଯାଇ ଥିଲା। ଏହାକୁ ଦୃଢ ସମାଲୋଚନା କରି ଏହି କୁସ୍ତିଯୋଦ୍ଧାଙ୍କୁ ରୌପ୍ୟ ପଦକ ପାଇବା ଯୋଗ୍ୟ କହିଲେ ତେନ୍ଦୁଲକର। କହି ରଖୁଛୁ କି, ଭିନେଶଙ୍କୁ ପ୍ୟାରିସ୍‌ ଅଲିମ୍ପିକରେ ୫୦ କି.ଗ୍ରା ବର୍ଗର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ମୁକାବିଲା ପୂର୍ବରୁ ,ଓଜନ ମାପିବା ବେଳେ ୧୦୦ ଗ୍ରାମ୍‌ ଅଧିକ ଥିଲେ, ଯେଉଁଥିରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। 


ଭିନେଶ ଏହି ନିଷ୍ପତ୍ତି ବିରୋଧରେ ସ୍ପୋର୍ଟ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେନ୍ଦୁଲକର କହିଛନ୍ତି , ଖେଳରେ ନିୟମ ଉପରେ ସମୟ ଅନ୍ତରରେ ସମୀକ୍ଷା କରାଯିବା ଉଚିତ୍‌। 

ସଚିନ ତେନ୍ଦୁଲକର ଶୁକ୍ରବାର ଏକ୍ସରେ ପୋଷ୍ଟ କରି କହିଛନ୍ତି , ପ୍ରତି ଖେଳ ପଛରେ କିଛି ନିୟମ ଥାଏ ଏବଂ ଏହି ନିୟମ ଗୁଡ଼ିକୁ   ଭଲଭାବେ ଦେଖିବାର ଅଛି, ବୋଧହୁଏ କେବେ କେବେ ଏହା ଉପରେ ଆଉ ଥରେ ଧ୍ୟାନ ଦେବା ଉଚିତ୍‌ । ସେ ଲେଖିଛନ୍ତି , ଭିନେଶ ଫୋଗାଟ୍‌ ନିରପେକ୍ଷତା ଭାବେ ଫାଇନାଲ ପାଇଁ କ୍ୱିଲିଫାଇ କରିଥିଲେ। ଓଜନ ଆଧାରରେ ତାଙ୍କର ଅଯୋଗ୍ୟତା ଫାଇନାଲ ପୂର୍ବରୁ ହୋଇଥିଲା ଏବଂ ଏଥିରେ ତାଙ୍କର ରୌପ୍ୟ ପଦକ ଛଡ଼େଇ ନେବା ତର୍କ ଓ ଖେଳକୁ ବୁଝିବା ବାହାରେ ।

ମାଷ୍ଟର ବ୍ଲାଷ୍ଟର କହିଛନ୍ତି , ଯଦି ଖେଳାଳି ଅନୈତିକ ଜିନିଷର ବ୍ୟବହାର କରିବେ , ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ଯଥାର୍ଥ । କିନ୍ତୁ ଭିନେଶଙ୍କ ମାମଲାରେ ଏମିତି କିଛି ହୋଇନାହିଁ। ସେ କହିଛନ୍ତି , ଏହା ବୁଝା ପଡ଼ି ଥାନ୍ତା , ଯଦି କୌଣସି ଆଥଲେଟ୍‌ଙ୍କୁ ପ୍ରଦର୍ଶନ ବଢାଇବାକୁ ଔଷଧର ବ୍ୟବହାର ଭଳି ନୈତିକ ଉଲ୍ଲଂଘନ ପାଇଁ ଅଯୋଗ୍ୟ ଘୋଷିତ କରି ଦିଆ ଯାଏ । ଏହି ସ୍ଥିତିରେ , କୌଣସି ବି ପଦକରେ ସମ୍ମାନିତ କରା ନଥିବା ଓ ଅନ୍ତିମ ସ୍ଥାନରେ ରଖାଯିବା ଉଚିତ ହେବ।

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.